‘ଓସା’ର ବାର୍ଷିକ ସମ୍ମିଳନୀର ସାହିତ୍ୟ ଅଧିବେଶନ

ଭୁବନେଶ୍ୱର : ବିଶ୍ଵର ସର୍ବବୃହତ ଓଡ଼ିଆ ମହାସଂଘ, ଓଡ଼ିଶା ସୋସାଇଟି ଅଫ ଆମେରିକାସ୍ (ଓସା)ର ୨୦୨୩ ବର୍ଷର ବାର୍ଷିକ ମହୋତ୍ସବ ଚିକାଗୋ ସହରରେ ପାଳିତ ହୋଇଯାଇଛି । ଆମେରିକା ଓ କାନାଡ଼ାର ବିଭିନ୍ନ ଅଞ୍ଚଳରେ ବସବାସ କରୁଥିବା ୧୨୦୦ରୁ ଅଧିକ ପ୍ରବାସୀ ଓଡ଼ିଆ ଏହି ଉତ୍ସବରେ ଯୋଗ ଦେଇଥିଲେ । ଏହି ଅବସରରେ ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ଲିଖିତ ବହୁ କବିତା, ଗଳ୍ପ, ପ୍ରବନ୍ଧ ଓ ଆତ୍ମକଥାର ସଙ୍କଳନ ତଥା ସଙ୍ଗଠନର ମୁଖପତ୍ର ‘ଊର୍ମୀ’ ଲୋକାର୍ପିତ ହୋଇଥିଲା ।

ଏହି କାର୍ଯ୍ୟକ୍ରମରେ ସ୍ଵପ୍ନଲତା ରଥ, ଗଗନ ବିହାରୀ ପାଣିଗ୍ରାହୀ ଏବଂ ପ୍ରଶାନ୍ତ ଭୂୟାଁଙ୍କ ସଭାପତିତ୍ୱ କରିଥିଲେ । ସାନ୍ତ୍ୱନା ଦାଶଙ୍କ ନିପୁଣ ପରିଚାଳନାରେ ଆୟୋଜିତ ହୋଇଥିବା ଓଡ଼ିଆ କବିତା ପାଠ କାର୍ଯ୍ୟକ୍ରମରେ କନକ ହୋତା, ତାପସୀ ମହାପାତ୍ର, ସ୍ୱପଲତା ରଥ, ମନୋରମା ଚୌଧୁରୀ, ଗଗନ ବିହାରୀ ପାଣିଗ୍ରାହୀ, ସବିତା ପାଣିଗ୍ରାହୀ, ସାନ୍ତ୍ୱନା ଦାଶ, ପ୍ରଶାନ୍ତ ଭୂୟାଁ, ଜୟସ୍ମିତା ମିଶ୍ର, ଚନ୍ଦ୍ରା ମିଶ୍ର, ବିଜ୍ଞାନୀ ଦାସ, ଝୀନୁ ଛୋଟରାୟ, ଶ୍ୱେତପଦ୍ମା ଦାଶ, କୁକୁ ଦାସ, କଳ୍ପନା ଦାଶ, ଆଦ୍ୟାଶା ଦାସ, ମେଘକାନ୍ତା ମହାପାତ୍ର, ଶିଖଣ୍ଡ ଶତପଥି, ବିଶ୍ବ ରଥ, ପ୍ରିୟଦର୍ଶୀ ଦାଶ, ଅଶୋକ ପାଣିଗ୍ରାହୀ ଓ ଦେବରାଜ ସାହୁ ପ୍ରମୁଖ କବିତା ପାଠ କରିଥିଲେ ।

ଶାସ୍ତ୍ରୀୟ ମାନ୍ୟତା ପାଇଥିବା ଓଡ଼ିଆ ଭାଷା ଓ ସାହିତ୍ୟର ଆଲୋଚନା ଭିତ୍ତିକ ଏହି କାର୍ଯକ୍ରମରେ ଏଥରର ‘ଊର୍ମୀ’ ସମ୍ପାଦନା ମଣ୍ଡଳୀର ଅଭିନବ ପଦକ୍ଷେପ, ‘ଆସନ୍ତୁ ପାଠକଟିଏ ହେବା’ କାର୍ଯ୍ୟକ୍ରମରେ ତାପସୀ ମହାପାତ୍ରଙ୍କ ‘ଉପେନ୍ଦ୍ର ଭଞ୍ଜଙ୍କ ବୈଦେହୀଶ ବିଳାସର ‘କୈବର୍ତ୍ତ ପ୍ରସଙ୍ଗ’ ଉପରେ ସାରଗର୍ଭକ ଚର୍ଚ୍ଚା, କନକ ହୋତାଙ୍କ ମେରି ହାରିଅଟ ବୋଚରଷ୍ଟୋଙ୍କ ଲିଖିତ, ‘ଟମ କାକାଙ୍କ କୁଟୀର’ ଉପନ୍ୟାସର ଆଲୋଚନା ଏବଂ ପ୍ରଶାନ୍ତ ଭୂୟାଁଙ୍କ ଓଡ଼ିଆ ଭାଷାରେ ଶିଶୁ ସାହିତ୍ୟର ଆବଶ୍ୟକତା ଓ ଶିଶୁ ପାଠକ ସୃଷ୍ଟି କରିବ ଦିଗରେ ଆଲୋଚନା ଅତ୍ୟନ୍ତ ସାରଗର୍ଭକ ଥିଲା ।

ଏହି ଉତ୍ସବରେ ଉତ୍ତର ଆମେରିକାରେ ଓଡ଼ିଆ ଭାଷାର ପ୍ରଚାର ଓ ପ୍ରସାର ପାଇଁ କିଛି ସାହିତ୍ୟିକ, ପ୍ରକାଶକ ଓ ପୃଷ୍ଠପୋଷକମାନଙ୍କର ନିୟମିତ ଉଦ୍ୟମ ଓ ସୃଜନଶୀଳତାର ସ୍ଵୀକୃତି ସ୍ୱରୂପ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ ଜ୍ଞାନ ରଞ୍ଜନ ଦାଶ (ପୁସ୍ତକ: ଆମେରିକା ଚିଠି), ଚନ୍ଦ୍ରା ମିଶ୍ର (ପୁସ୍ତକ: ଝିଅଟେ ପଥୁରିଆ ସାହିରୁ), ଝୀନୁ ଛୋଟରାୟ (କବିତା ସଂକଳନ: ଅର୍ଘ୍ୟ), ଗଗନ ବିହାରୀ ପାଣିଗ୍ରାହୀ (ପୁସ୍ତକ :ଯାହା କଲି ଯାହା ପାଇଲି), ବିଜ୍ଞାନୀ ଦାସ (ପୁସ୍ତକ :ବଦଳି ଯାଉଥିବା ପୃଥିବୀ), କଲ୍ପନାମୟୀ ଦାଶ (ପୃଷ୍ଠପୋଷିକା), ସତ୍ୟ ପଟ୍ଟନାୟକ (ବ୍ଲାକ ଇଗଲ ବୁକସ), ସୁନନ୍ଦା ମିଶ୍ର ପଣ୍ଡା (ବିଦ୍ୟା ପବ୍ଲିସିଙ୍ଗ, ଟରୋଂଟୋ), ପ୍ରଶାନ୍ତ ଭୂୟାଁ (ପ୍ରଭୂ ପ୍ରକାଶନୀ) ପ୍ରମୁଖଙ୍କୁ ମାନପତ୍ର ଏବଂ ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା । ଶାସ୍ତ୍ରୀୟ ଭାଷାର ମାନ୍ୟତା ପାଇଥିବା ‘ଓଡ଼ିଆ ଭାଷା ଓ ସାହିତ୍ୟ’ର ଆଲୋଚନା ଓ କବିତା ପାଠର ଦୁଇଟି କାର୍ଯକ୍ରମ ବେଶ ଆକର୍ଷକ ଥିଲା ।

Related Posts

Leave a Reply

Your email address will not be published. Required fields are marked *