ଭୁବନେଶ୍ଵର : ଜୀବନ ସଂଘର୍ଷ ଓ ସଂଗ୍ରାମ ମଣିଷକୁ ଅଧିକ ସଫଳ କରାଏ । ପ୍ରତିକୂଳତା ଆମ ଜୀବନକୁ ଅର୍ଥପୂର୍ଣ୍ଣ କରେ ଓ ତାହା ସୃଜନଶୀଳତାକୁ ଉତ୍ସାହିତ କରେ ବୋଲି ଗାଳ୍ପିକ, ଗୀତିକାର ଓ ସଂଳାପକାର ବିଜୟ ମଲ୍ଲ ପ୍ରକାଶ କରିଛନ୍ତି । ଭୁବନେଶ୍ୱର ସାହିତ୍ୟ ସମାଜ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ‘ସାହିତ୍ୟ ମାସିକୀ’ କାର୍ଯ୍ୟକ୍ରମରେ ଯୋଗ ଦେଇ ଶ୍ରୀ ମଲ୍ଲ ତରୁଣ ପ୍ରତିଭାମାନଙ୍କୁ ଅଧିକ ଅଧ୍ୟୟନ ପାଇଁ ପରାମର୍ଶ ଦେଇଥିଲେ । ଅନୁଷ୍ଠାନର ସଭାପତି ସୂର୍ଯ୍ୟ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କଥାକାର ଅରବିନ୍ଦ ରାୟ, ଦିଲ୍ଲୀପ ବିଶୋଇ, ପ୍ରିୟରଞ୍ଜନ ସାହୁ, ନନ୍ଦ କିଶୋର ବିଶ୍ଵାଳ, ରମେଶ ପଟ୍ଟନାୟକ ଓ ସଞ୍ଜୟ ମହାନ୍ତି ପ୍ରମୁଖ ବିଭିନ୍ନ ପ୍ରଶ୍ନ କରିଥିଲେ । କାର୍ଯ୍ୟକାରୀ ସଭାପତି ରକ୍ଷକ ନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ ।

ଉପସଭାପତି ମିନତି ଦାଶଙ୍କ ସଂଯୋଜନାରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା । ସତ୍ୟନାରାୟଣ ସିଂହ, ଅକ୍ଷୟ ପାଳ, ଲକ୍ଷ୍ମୀଧର ଦାଶ, ଶର୍ମିଷ୍ଠା ମହାପାତ୍ର, ପ୍ରଦ୍ୟୁମ୍ନ ପଟ୍ଟନାୟକ, ଶ୍ୟାମାକିଙ୍କର ମହାନ୍ତି, ଚିତ୍ତରଞ୍ଜନ ବର୍ମା, ବାସନ୍ତୀ ମହାନ୍ତି, ନୃସିଂହ ତରାଇ, ସୁବୋଧ କାନୁନଗୋ, ପ୍ରହରାଜ ଜୟନାୟରଣ ନନ୍ଦ, ନିରୁପମା କର, ଚିନ୍ମୟୀ ପଣ୍ଡା, ଯୋଗାନନ୍ଦ ସାହୁ, ଦେବରାଜ ବିଶୋଇ, ଊଷାରାଣୀ ଆଚାର୍ଯ୍ୟ, ପ୍ରଣତି ପରିଡ଼ା, ବିଦ୍ୟୁତପ୍ରଭା ଗନ୍ତାୟତ, ସୁଧା ପଟ୍ଟନାୟକ, ବୀଣାପାଣି ମିଶ୍ର, ପ୍ରିୟରଞ୍ଜନ ସାହୁ, ପ୍ରକାଶ ଚନ୍ଦ୍ର ବେହେରା, ନିରୁପମା ରଥ, ସୁଶାନ୍ତ ଷଡଙ୍ଗୀ, ପବିତ୍ର ମୋହନ ବାରିକ, ସୁଷମା ଦାଶ ପ୍ରମୁଖ ସ୍ଵରଚିତ କବିତା ପାଠ କରିଥିଲେ । ଉପସଭାପତି ବିଭୂତି ପାଣିଗ୍ରାହୀ ଧନ୍ୟବାଦ ଦେଇଥିଲେ ।