ଡମ୍ବରୁଧର ବେହେରା
ମୁଁ ଲେଖେ…
ମୋ ପାଇଁ
ତୁମ ହୃଦୟର କୋହକୁ
ଆଖିର ଲୁହରେ
ନିରବତାର ସରବତରେ
ସାକାରିନ ମିଳାଇ
ଢକଢକ କରି ପିଇ
ଆତ୍ମସନ୍ତୋଷର ବାହାବା ନେବାକୁ…
ମୁଁ ଲେଖେ…
ମୋ ଛାତିର କଲିଜାରୁ
ସିଗାରେଟର ଧୁଆଁ
ପ୍ରତିଶୋଧର ନିଆଁ ଜଳେ ବୋଲି…
ମୁଁ ଲେଖେ
ମଣ୍ଡୁକକୁ ଅହି
ତିଳତିଳ କରି ମାରି
ନିଜକୁ ରାଜା କହି
ଡିଣ୍ଡିମ ମାରି ଆସୁଥିବାରୁ…
ନଚେତ,
‘ଶିଶୁ କଙ୍କି’ଟିଏ
ବେଙ୍ଗଟି ମୁଖରୁ
ନିଜକୁ ବଞ୍ଚେଇବାକୁ
ନିରର୍ଥକ ଚେଷ୍ଟା କରି
ବିଫଳ ହେବାରୁ…
ଲେଖେ ପୁଣି
ସମାଜର ବଡ଼ ବଡ଼ିଆଙ୍କ
ନିର୍ଲଜ୍ଜପଣିଆ ଭିତରେ
ଲୁଚି ରହିଥିବା
ରକ୍ତମୁଖା ଗୁଇଁର
ପିଠି ଉପରୁ
ଛାଲ ଉତାରି
ଖଞ୍ଜଣି ତିଆରି
ସାଧୁ,ସନ୍ଥଙ୍କ ହାତକୁ
ଉପହାର ଦେବାକୁ…।
ସୁରଳ, ବଡ଼ସାହି, ଗଞ୍ଜାମ, ଦୂରଭାଷ :୯୪୩୭୭୮୮୪୬୪
ଲେଖକ ପରିଚୟ
ପେଶା ଶିକ୍ଷକତା, ନିଶା ସହିତ୍ୟକତା । ଓଡ଼ିଆ ଭାଷାର ଛାତ୍ର ଓ ଶିକ୍ଷକ ଜୀବନ ହିଁ ତାଙ୍କ ହାତରେ ଧରେଇ ଦିଏ କଲମ, ଲେଖାଇ ଦିଏ ଆପଣାଛାଏଁ କିଛି ସୃଜନ । ଏଯାବତ ତାଙ୍କ ଦ୍ୱାରା ପ୍ରକାଶିତ ପୁସ୍ତକ ହେଉଛି : ଆଲୋଚନା ଗୁଚ୍ଛ (ସମାଲୋଚକ ପୁସ୍ତକ) ଓ ସ୍ଵୟଂସିଦ୍ଧା (କବିତା ପୁସ୍ତକ) । ଏକାଧାରରେ ସେ ମାନବବାଦୀ, ଭାବୁକ, କବି, ଗାଳ୍ପିକ, ପ୍ରାବନ୍ଧିକ ଓ ସମାଲୋଚକ ।ହିନ୍ଦୀ, ଇଂରାଜୀ ଓ ଓଡ଼ିଆ ତିନୋଟି ଭାଷାରେ ତାଙ୍କର କଲମ ଶାଣିତ । ଅନେକ କବିତା ଜାତୀୟ ଏବଂ ଆନ୍ତର୍ଜାତୀୟ ପତ୍ରପତ୍ରିକା ତଥା ସମ୍ବାଦପତ୍ରରେ ପ୍ରକାଶିତ । ଏଥିପାଇଁ ମଧ୍ୟ ତାଙ୍କୁ ମିଳିଛି ଅନେକ ପ୍ରଶଂସା ପ୍ରଶସ୍ତି ।
ବହୁତ ସୁନ୍ଦର ହେଇଛି କବିତାଟି
ଲେଖେ ପୁଣି
ସମାଜର ବଡ଼ ବଡ଼ିଆଙ୍କ
ନିର୍ଲଜ୍ଜପଣିଆ ଭିତରେ
ଲୁଚି ରହିଥିବା
ରକ୍ତମୁଖା ଗୁଇଁର
ପିଠି ଉପରୁ
ଛାଲ ଉତାରି
ଖଞ୍ଜଣି ତିଆରି
ସାଧୁ,ସନ୍ଥଙ୍କ ହାତକୁ
ଉପହାର ଦେବାକୁ…।
~ ବହୁତ ବଢିଆ