ଗାନ୍ଧୀ ଚେତନାର ଜଣେ ସାର୍ଥକ ସାରସ୍ଵତ ସାଧକ

ଭୁବନେଶ୍ୱର : ଗାନ୍ଧୀ ଚେତନାର ଜଣେ ସାର୍ଥକ ସାରସ୍ଵତ ସାଧକ ଥିଲେ ଶରତ ମହାନ୍ତି । ତାଙ୍କ ପୁସ୍ତକକୁ ସବୁ ସ୍ଥାନରେ ଅଧ୍ୟୟନ କରାଗଲେ ସାମାଜିକ ବିକାଶ ସହ ମାନବିକ ମୂଲ୍ୟବୋଧର ବିକାଶ ହୋଇପାରିବ । ଆଜି ସନ୍ଧ୍ୟାରେ ସ୍ଥାନୀୟ ଜୟଦେବ ସଦନରେ ଶରତ ସ୍ମୃତି ସଂସଦ ପକ୍ଷରୁ ଆୟୋଜିତ ଅଷ୍ଟାଦଶ ଶରତ ସ୍ମୃତି ସନ୍ଧ୍ୟାରେ ଅତିଥିମାନେ ଏହା କହିଛନ୍ତି । ସଂସଦର ସଭାପତି ଶାନ୍ତନୁ କୁମାର ଆଚାର୍ଯ୍ୟଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏହି ସ୍ମୃତିସନ୍ଧ୍ୟାରେ ମୁଖ୍ୟ ଅତିଥି ବିଶିଷ୍ଟ ଭାବେ ନାଟ୍ୟକାର ରମେଶ ଚନ୍ଦ୍ର ପାଣିଗ୍ରାହୀ ଯୋଗ ଦେଇଥିଲେ । ମୁଖ୍ୟବକ୍ତା ଭାବେ ବିଶିଷ୍ଟ କବି ଶୈଳଜା ରବି ଯୋଗ ଦେଇ ‘ଶରତ ମନୋଭୂମି ଏକ ଅନ୍ଵେଷଣ’ ଶୀର୍ଷକ ବକୃତା ପ୍ରଦାନ କରିଥିଲେ । ସ୍ମୃତି ସଂସଦର ସମ୍ପାଦକ ବିଜୟା ନନ୍ଦ ସିଂହ ସ୍ଵାଗତ ଭାଷଣ ଓ ମଧୁମିତା ମହାନ୍ତି ଧନ୍ୟବାଦ ଦେଇଥିଲେ । ମନ୍ମଥ ପଟ୍ଟନାୟକ ପ୍ରାରମ୍ଭିକ ସୂଚନା ଦେଇଥିଲେ ।

Related Posts

Leave a Reply

Your email address will not be published. Required fields are marked *