‘ଅକ୍ଷୟ ଚନ୍ଦ୍ର ରାୟ ସ୍ମାରକୀ ଉପନ୍ୟାସ ପୁରସ୍କାର’ ପାଇଁ ପୁସ୍ତକ ଆହ୍ଵାନ

ଭୁବନେଶ୍ଵର : ୨୦୨୪ ବର୍ଷ ନିମନ୍ତେ ଆଦ୍ୟା ପ୍ରକାଶନୀ ଓ ପ୍ରତିଭା ରାୟ ଫାଉଣ୍ଡେସନ ଟ୍ରଷ୍ଟ ଆନୁକୁଲ୍ୟରେ ଆଦ୍ୟା ପ୍ରକାଶନୀର ପ୍ରତିଷ୍ଠାତା ସ୍ଵର୍ଗତ ଅକ୍ଷୟ ଚନ୍ଦ୍ର ରାୟଙ୍କ ସ୍ମୃତିରେ ସ୍ଥାପିତ ‘ଅକ୍ଷୟ ଚନ୍ଦ୍ର ରାୟ ସ୍ମାରକୀ ଉପନ୍ୟାସ ପୁରସ୍କାର’ ପାଇଁ ଉପନ୍ୟାସ ଆହ୍ଵାନ କରାଯାଉଛି । ୫୦ ବର୍ଷ ବୟସ ସୀମା ଭିତରେ ଥିବା ଔପନାସିକମାନଙ୍କ ଉପନ୍ୟାସ ହିଁ ଏଥିପାଇଁ ବିଚାରକୁ ନିଆଯିବ । ପ୍ରକାଶକମାନେ ମଧ୍ୟ ପ୍ରକାଶ କରିଥିବା ଏ ଶ୍ରେଣୀର ଉପନ୍ୟାସ ପଠାଇ ପାରିବେ । ଉପନ୍ୟାସର ରଚନାକାଳ ପୁରସ୍କାର ବର୍ଷର ୫ ବର୍ଷ ଭିତରେ ହୋଇଥିବା ଆବଶ୍ୟକ । ପୂର୍ବ ବର୍ଷ ପ୍ରକାଶ ପାଇଥିବା ଉପନ୍ୟାସକୁ ବିଚାରକୁ ନିଆଯିବ ନାହିଁ । ଅର୍ଥାତ ୨୦୨୪ ବର୍ଷର ପୁରସ୍କାର ପାଇଁ ୨୦୧୮,୨୦୧୯, ୨୦୨୦, ୨୦୨୧ ଓ ୨୦୨୨ରେ ପ୍ରକାଶିତ ହୋଇଥିବା ଉପନ୍ୟାସକୁ ହିଁ ବିଚାରକୁ ନିଆଯିବ ।

ସୂଚନା ଥାଉ ଯେ ଯେଉଁମାନେ ନିଜର ଉପନ୍ୟାସ ପଠାଇବାକୁ ଚାହୁଁଛନ୍ତି ସେମାନେ ଉପନ୍ୟାସର ଦୁଇଟି କପି ଡାକ ଯୋଗେ କିମ୍ବା କୋରିୟର ମାଧ୍ୟମରେ ୧୦ ସେପ୍ଟେମ୍ବର ସୁଦ୍ଧା : ଆଖ୍ୟାୟିକା, ୨୭, ଗଜପତି ନଗର, ଭୁବନେଶ୍ୱର-୭୫୧୦୦୫ ଠିକଣାରେ ପହଞ୍ଚିବା ଆବଶ୍ୟକ । ବ୍ୟକ୍ତିଗତ ଭାବରେ ପୁସ୍ତକ ପ୍ରଦାନ କରାଯିବ ନାହିଁ । ପୁସ୍ତକ ସହ ଲେଖକଙ୍କ ନାମ, ଠିକଣା, ଫୋନ ନମ୍ବର ଓ ଜନ୍ମ ତାରିଖର ପ୍ରମାଣପତ୍ର ପଠାଇବା ପାଇଁ ଆବାହକ ଡ. ଆଦ୍ୟାଶା ଦାସ ଅନୁରୋଧ କରିଛନ୍ତି ।

Related Posts

Leave a Reply

Your email address will not be published. Required fields are marked *