ସୋନିଆ ଗାନ୍ଧୀଙ୍କ ପୁସ୍ତକ ‘ବିଲୋଙ୍ଗିଂ : ଏ ଜର୍ନୀ ଅଫ୍ ଲଭ୍’ ପ୍ରକାଶ ପାଇବ

ଭୁବନେଶ୍ଵର : କଂଗ୍ରେସ ସଂସଦୀୟ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ୭୯ ବର୍ଷ ବୟସରେ ପ୍ରଥମ ଥର ପାଇଁ ଇନଷ୍ଟାଗ୍ରାମରେ ଯୋଗ ଦେଇଥିବା ସୂଚନା ମିଳିଛି । ଏବଂ ଗତ ଗୁରୁବାର ଦିନ ନିଜର ଆଗାମୀ ପୁସ୍ତକ ‘ବିଲଭ୍‌ଡ୍‌: ଏ ଜର୍ଣ୍ଣି ଅଫ୍ ଲଭ୍‌’ର ଭିଡ଼ିଓ ଆବରଣ ସେ ସେଠାରେ ଶେୟାର କରିଛନ୍ତି । ନଭେମ୍ବର ୧୦ ତାରିଖରେ ଏହି ପୁସ୍ତକ ପ୍ରକାଶ ପାଇବାକୁ ଯାଉଛି ଜଣାଇବା ପରେ ଇନଷ୍ଟାଗ୍ରାମରେ ତାଙ୍କ ଅନୁଗାମୀଙ୍କ ସଂଖ୍ୟା ୭୦ ହଜାର ଟପିଛି । ନିଜର ପ୍ରଥମ ପୋଷ୍ଟରେ ସୋନିଆ ଲେଖିଛନ୍ତି ଯେ ଏହି ପୁସ୍ତକଟି ପ୍ରେମ, କର୍ତ୍ତବ୍ୟ, ବିୟୋଗ ଓ ନିଜର ଏକ ସ୍ଥାନ ଖୋଜିବାର ଯାତ୍ରା ଉପରେ ଆଧାରିତ ।

ଇନଷ୍ଟାଗ୍ରାମରେ ଜାରି କରିଥିବା ଭିଡ଼ିଓରେ ତାଙ୍କ ଝିଅ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ତାଙ୍କୁ ମିଠା ଖୁଆଇଥିବାର ଦୃଶ୍ୟ ରହିଛି । ପୁସ୍ତକରେ ଇଟାଲୀରେ ବିତାଇଥିବା ପିଲାଦିନରୁ ଆରମ୍ଭ କରି କେମ୍ବ୍ରିଜରେ ରାଜୀବ ଗାନ୍ଧୀଙ୍କ ସହ ପରିଚୟ, ନେହେରୁ-ଗାନ୍ଧୀ ପରିବାରକୁ ବିବାହ କରି ଆସିବା ଏବଂ ପରିବାରରେ ଘଟିଥିବା ଦୁଃଖଦ ଘଟଣା ପରବର୍ତ୍ତୀ ଜୀବନର ପରିବର୍ତ୍ତନ ସମ୍ପର୍କରେ ସେ ଲେଖିଛନ୍ତି । ୨୦୦୪ରେ କଂଗ୍ରେସ ନେତୃତ୍ଵାଧୀନ ମିଳିତ ପ୍ରଗତିଶୀଳ ମେଣ୍ଟ (ୟୁପିଏ) ନିର୍ବାଚନ ଜିତିବା ପରେ ପ୍ରଧାନମନ୍ତ୍ରୀ ପଦ ଗ୍ରହଣ ନକରିବାର ନିଷ୍ପତ୍ତି ମଧ୍ୟ ପୁସ୍ତକରେ ସ୍ଥାନ ପାଇବାର ଆଶା କରାଯାଉଛି । ସୋନିଆଙ୍କ କହିବାନୁସାରେ ତାଙ୍କ ପରିବାର ସମ୍ପର୍କରେ ବହୁତ କିଛି ଲେଖାଯାଇଥିଲେ ମଧ୍ୟ ପରିବାରର ମାନବିକତା, ଉଦ୍ଦେଶ୍ୟ ଓ କାର୍ଯ୍ୟକୁ ସବୁବେଳେ ଠିକ ଭାବରେ ବୁଝାଯାଇନାହିଁ । ତେଣୁ ଏହି ପୁସ୍ତକ ତାଙ୍କ ପରିବାରର ମାନବିକ ଦିଗ ପ୍ରତି ଏକ ଶ୍ରଦ୍ଧାଞ୍ଜଳି ବୋଲି ସେ ବର୍ଣ୍ଣନା କରିଛନ୍ତି ।

Related Posts

Leave a Reply

Your email address will not be published. Required fields are marked *