ରଜୀତ ଦାସ

ତମେ ବଦଳିଲ ମୁଁ ବଦଳିଲି
ବଦଳି ଗଲା ମୋ ଦେଶ
ସବୁ ଗାଁ ଲୋକ ସହରିଆ ହେଲେ
ଛାଡ଼ି ଦେଇ ଚାଷବାସ ।

ଚାଳଘର ଭାଙ୍ଗି କୋଠାବାଡ଼ି କଲ
ମନରେ ବୁଣିଲ ବିଷ
ପୁଳାପୁଳା ଟଙ୍କା ରୋଜଗାର କଲେ
ଭୋକରେ ଖାଇବ କିସ ?

ଆରେ ଫେରିଆସ ଫେରି ଆସ
ନିଜକୁ ବଞ୍ଚେଇ ଅନ୍ୟକୁ ବଞ୍ଚାଅ
ଆଉଥରେ କରି ଚାଷ ।

ଚାଷ ବାସ ଛାଡ଼ି ସହରେ ରହିଲ
ଗାଁ’କୁ କରିଲ ପର
ଗାଁ ଚାଷଜମି କାରଖାନା କଲ
ଚାଷୀ ହେଲା ହତାଦର ।
ଚାଉଳ ଗହମ ଅମଳ ନହେଲେ
ଟଙ୍କାରେ ଭରିବ ପେଟ ?
ଟଙ୍କା ନୁହେ ବନ୍ଧୁ ଖାଦ୍ୟ ଦରକାର
ପେଟ ପାଇଁ ସବୁ ନାଟ ।

ତମେ ଫେରି ଆସ ଫେରିଆସ
ଦାଦନ ହୁଅ କି ହୁଅ ଅଫିସର
ଦେଖ ଆସି ଗାଁ ଚାଷ ।

ସିଙ୍ଗିଟାଳି, କୁଜଙ୍ଗ, ପାରାଦ୍ୱୀପ

ଲେଖକ ପରିଚୟ

ପେସା ଔଷଧ ବ୍ୟବସାୟ, ନିଶା ଓଡ଼ିଆ ସାହିତ୍ୟକୁ ଭଲପାଇବା । ଭଲ ପାଠକଟେ ହେବା । କବିତା ଓ ଗଳ୍ପ ଲେଖିବା । ସ୍କୁଲ ସମୟରୁ ଲେଖାଲେଖି ଆରମ୍ଭ କରିଥିଲେ ବି ସମୟର କସାଘାତରେ ସେସବୁ ରହିଯାଇଥିଲେ ପୁରୁଣା ବହିଥାକର ରଦ୍ଦିକାଗଜ ତଳେ । ଧୀରେଧୀରେ ପ୍ରକାଶ ପାଏ ମୋର ଚାରୋଟି କବିତା ସଙ୍କଳନ ‘ଶ୍ୱେତପଦ୍ମା’, ‘ସେଇ ଗାଁକୁ ନେଇ ଯା’, ‘ପିଲାବେଳ ଧୂଳିଖେଳ’ ଓ ‘ତନୁପ୍ରିୟା ସେଇ ଝିଅର ନାଁ’ ।

Related Posts

Leave a Reply

Your email address will not be published. Required fields are marked *