ଡମ୍ୱରୁଧର ବେହେରା

ପର ଝାଡ଼ି ଉଡ଼ିବୁଲେ
ଭୂମିରୁ ଭୂମାକୁ
ସୁର୍ଯ୍ୟ ଆଲୋକରେ
ମେଘର ମହ୍ଲାରରେ
ପାଖରେ ହେଉ କି ଦୂରରେ,
ପ୍ରତ୍ୟେକ ସ୍ଥାନରେ
ମନ, ପ୍ରାଣ ଓ ହୃଦୟରେ …..!

ତଥାପି, ମୁଁ ଦ୍ରଷ୍ଟାଟିଏ
ଦେଖୁଥାଏ ନିଜକୁ
ନିଜ ଭିତରେ ଭିତରେ
କାନ୍ଥ ପରି ନଭାଙ୍ଗି,
ଯନ୍ତ୍ରଣାକୁ ପାଥେୟ କରି
ବଞ୍ଚି, ବଞ୍ଚାଇବାକୁ
ଜୀବନ ଓ ଯନ୍ତ୍ରଣାର
ଅଧାଗଢ଼ା କାହାଣୀକୁ….!

କାରଣ, ଏହି ମନ ପରା
ଏକ ଉଡ଼ା ଚଢ଼େଇ
ଉଡ଼ିଉଡ଼ି ଚାଲିଯିବ
କେଉଁ ଏକ ଦିଗବଳୟର
ପରିଧିକୁ ଡେଇଁ
ତା’ର କଳ୍ପନାର
ଆରପାରିକୁ
ନିର୍ଜିବତାରୁ ସଜୀବତା ଆଡ଼କୁ
ଦୂରକୁ ଦୂରକୁ
ସ୍ଵପ୍ନରୁ ବାସ୍ତବତା ଆଡ଼କୁ
ସବୁଦିନ ପାଇଁ…..ସବୁଦିନ ପାଇଁ….।

ଜଗଦଳପୁର, ବସ୍ତର, ଛତିଶଗଡ଼ମୋ – ୯୪୩୭୭୮୮୪୬୪

ଲେଖକ ପରିଚୟ

ପେଶା ଶିକ୍ଷକତା, ନିଶା ସହିତ୍ୟକତା । ଓଡ଼ିଆ ଭାଷାର ଛାତ୍ର ଓ ଶିକ୍ଷକ ଜୀବନ ହିଁ ତାଙ୍କ ହାତରେ ଧରେଇ ଦିଏ କଲମ, ଲେଖାଇ ଦିଏ ଆପଣାଛାଏଁ କିଛି ସୃଜନ । ଏଯାବତ ତାଙ୍କ ଦ୍ୱାରା ପ୍ରକାଶିତ ପୁସ୍ତକ ହେଉଛି : ଆଲୋଚନା ଗୁଚ୍ଛ (ସମାଲୋଚକ ପୁସ୍ତକ) ଓ ସ୍ଵୟଂସିଦ୍ଧା (କବିତା ପୁସ୍ତକ) । ଏକାଧାରରେ ସେ ମାନବବାଦୀ, ଭାବୁକ, କବି, ଗାଳ୍ପିକ, ପ୍ରାବନ୍ଧିକ ଓ ସମାଲୋଚକ ।ହିନ୍ଦୀ, ଇଂରାଜୀ ଓ ଓଡ଼ିଆ ତିନୋଟି ଭାଷାରେ ତାଙ୍କର କଲମ ଶାଣିତ । ଅନେକ କବିତା ଜାତୀୟ ଏବଂ ଆନ୍ତର୍ଜାତୀୟ ପତ୍ରପତ୍ରିକା ତଥା ସମ୍ବାଦପତ୍ରରେ ପ୍ରକାଶିତ । ଏଥିପାଇଁ ମଧ୍ୟ ତାଙ୍କୁ ମିଳିଛି ଅନେକ ପ୍ରଶଂସା ପ୍ରଶସ୍ତି ।

Related Posts

Leave a Reply

Your email address will not be published. Required fields are marked *