ପରଂବ୍ରହ୍ମ ତ୍ରିପାଠୀ ପାଇଲେ ପ୍ରଥମ ଓଡ଼ିଆ ସ୍ତମ୍ଭ ସାହିତ୍ୟ ଯୁବ ପୁରସ୍କାର

ଭୁବନେଶ୍ଵର : ମାତୃଭାଷା ମହାକୁମ୍ଭ ଏକ ଆନ୍ତର୍ଜାତିକ ମାତୃଭାଷା ସମ୍ମିଳନୀ । ମାତୃଭାଷା ମହାକୁମ୍ଭର ୧୧ ତମ ସଂସ୍କରଣ ଫେବୃଆରୀ ୨୦ ଏବଂ ୨୧ ତାରିଖ ଦିନ ଏହା ଭୁବନେଶ୍ଵରର ସ୍ଵସ୍ତିକ ପ୍ରିମିୟମ ହୋଟେଲରେ ଆୟୋଜିତ ହୋଇଯାଇଛି । ଯଦିଓ ରାଜଧାନୀ ଦିଲ୍ଲୀରେ ଏହି ସମ୍ମିଳନୀ ୨୦୧୫ ମସିହାରୁ ପାଳନ କରାଯାଉଅଛି । ଉକ୍ତ ସମ୍ମିଳନୀରେ ସବୁ ଭାଷାର ଭାଷାବିତମାନେ ଯୋଗ ଦିଅନ୍ତି ।

ପୁରସ୍କାର ପ୍ରାପ୍ତି ଅଭିଭାଷଣରେ ପରଂବ୍ରହ୍ମ ତ୍ରିପାଠୀ ଲୋକଙ୍କ କଥା ଲୋକଙ୍କ ପାଇଁ ଲୋକଙ୍କ ଭାଷାରେ କହିପାରିବାର ସୁଯୋଗ ସ୍ତମ୍ଭ ସାହିତ୍ୟ ତାଙ୍କୁ ଦେଇଛି ବୋଲି କହିଥିଲେ । ଏହି ଉତ୍ସବରେ ପୂର୍ବତନ ସାଂସଦ ରାମଚନ୍ଦ୍ର ଖୁଣ୍ଟିଆ, ସକାଳର ପୂର୍ବତନ ସମ୍ପାଦକ ଉମାକାନ୍ତ ମିଶ୍ର ଏବଂ ପରିଚୟ ଫାଉଣ୍ଡେସନ ଅଧକ୍ଷା ରୋଜାଲିନ ମିଶ୍ର ଓ ଦ ଇଣ୍ଟେଲେକ୍ଟର ଆବାହକ ଦେବେନ୍ଦ୍ର ନାଥ ରାଉତ ଉପସ୍ଥିତ ରହି ପ୍ରତିଭାମାନଙ୍କୁ ସମ୍ମାନିତ କରିଥିଲେ ।

Related Posts

Leave a Reply

Your email address will not be published. Required fields are marked *