ପୁଷ୍ପାଞ୍ଜଳି ପଣ୍ଡା
ଦିନେ ନିସ୍ତେଜ ହୋଇ ପଡିବ,
ଶୁଭିବନି ଡାକ, ହଲିବନି ଦେହ
ସମସ୍ତ ଆଖି ଭିଜିବ,
ଆତ୍ମା ଅଜଣାତେ ଉଡ଼ି ଯିବ…!!
ସତ୍ୟ କର୍ମ ର ଧ୍ୱଜା ଉଡିବ।।
ସବୁ ଛାଡ଼ି ଯିବ ଏଠି,
ପାଣି ପବନର, ମାଟିର ନିଆଁର
ସ୍ତ୍ରୀ ପିଲାଙ୍କର ସୁଖର ସଂସାର
ଛାଡ଼ି ଯିବ ଅଠାକାଠି,…!!
ଯିବ ସବୁ ସଂପର୍କ କୁ କାଟି।।
ଏତ ଜୀବନର ପରିମିତି,
ସ୍ନେହରେ ପ୍ରେମରେ ଜୀବନ ସଜାଇ
ପାପର ପୁଣ୍ୟର ହିସାବ କରାଇ
ଛୁଏଁ ନୀଳ ଆକାଶର ଛାତି …!!
ମୂଲ୍ୟ ହୀନ କିବା ପ୍ରେମ ପ୍ରିତି।।
ଦେହ ଦାହ ଛାଡ଼ି କେହି ,
ପାରିବ କି ଉଡ଼ି?କରମ କୁ ଛାଡି
ଅହରହ କାଳ ଦେଉଅଛି ରଡି
ମଣିଷ ତ ଉଡା ପକ୍ଷୀ ,…!!
ଶେଷ ମଶାଣିର ଯୁଇ ସାକ୍ଷୀ।।
ଆତ୍ମା କୁ ଦେଖିଛି କିଏ?
ଆତ୍ମାପକ୍ଷୀ ଯିବା ,ଘଟ ବଦଳିବା
ଏକା ପରି ଲାଗୁଥାଏ ଦବା ନଵା
ଏଠି ଦେହ ସହ ଯାହା ରହେ,…!!
ସାଥେ ନେଇ କିଏ ଅବା ଯାଏ୍।।
ସବୁ ବୁଝି ସୁଝି ଏ ସଂସାରେ ,
ମୋହ ମାୟା ର ଘେର ଭିତରେ
ଆୟୁଷର ବାଲି ଧିରେ ଧିରେ ଖସି
ଶୁନ ହୋଇଯାଉଥାଏ,.…!!
ଖେଳ ସରି ସରି ଆସୁଥାଏ।।
ଆସିବା ଯିବା ର ଘର,
ସଂସାର ନିୟମ ସାର
ବିଚରାମଣିଷ ,କରମ ର ଦାସ
ଜନ୍ମ ନିଏ ବାରବାର…!!
ଏତ ଜନ୍ମ ମୃତ୍ୟୁ ର ଚକର ।।
ଷ୍ଟାଟିଷ୍ଟିକାଲ୍ ଅଫିସର, ଯାଜପୁର
Mob-9861457563
ଜନ୍ମସ୍ଥାନ-କେନ୍ଦ୍ରାପଡା
ପୁଷ୍ପାଞ୍ଜଳି ଓଡ଼ିଆ ସାହିତ୍ୟକୁ ଭଲପାଆନ୍ତି । ଏମ୍ଏ, ଏମ୍ ଫିଲ୍ ପରେ ପରିସଂଖ୍ୟାନ ଅଧିକାରୀ(ଓଡ଼ିଶା ସରକାର, ଯୋଜନା ସଂଯୋଜନା ବିଭାଗ) ଭାବେ କାର୍ଯ୍ୟ କରୁଛନ୍ତି । ସେ କବିତା, ଗଳ୍ପ ଲେଖିବାରେ ରୁଚି ରଖନ୍ତି । ତାଙ୍କୁ ବିଭିନ୍ନ ସାହିତ୍ୟ ଅନୁଷ୍ଠାନ ପକ୍ଷରୁ ପୁରସ୍କୃତ କରାଯାଇଛି ।