ଅରୁଣ କୁମାର ତ୍ରିପାଠୀ
ତୁମେ ଏତେ ଅଭିମାନିନୀ ସାଜ
ମୋ କଥା ମୋତେ ଫେରେଇ
ମୋ’ଠୁ ଜିତିଯାଅ
କଥା ଛଳରେ ଠକି ଦିଅ
ଧିର ଲାଳିତ୍ୟ ସମୀରେ ଶୀହରଣ ଦେଇ
କଡ଼ା କଥାକୁ ହାଲୁକାରେ କହିଦିଅ ।
ବାକ୍ ସ୍ୱାଧୀନତାର ଜମିଦାର ସାଜ
ରାଜ୍ୟଜୟ ତୁମକୁ ତୁଚ୍ଛା ଲାଗେ
ପ୍ରଭାବିତ କରିନପାରେ ସାମନ୍ତ ସନ୍ଧି
ଯଦିଓ ତୁମ ଚାରିପାଖେ
ଛତୁ ଉଠିଲା ଭଳି ଫୁଟି ଉଠନ୍ତି
ନୂତନ ଉତ୍ସାହୀସବୁ
ହେଲେ ଜନ୍ମଜାତକର ପ୍ରତିରୋଧ ପାଇଁ
ତୁମେ ତୁମ ସ୍ଥିତିରେ ଖୁସି ହୁଅ
ନା ପାଇବାର ଖୁସି ସଞ୍ଚରେ
ନା ହରେଇବାରେ ଭୟ ସମ୍ବରଣ କର
ଏବେ ମଧ୍ୟ ବଞ୍ଚିଛିର ବେଣୁଧର ସାଜି
ଗୋପବନ୍ଧୁଙ୍କୁ ଆଦର୍ଶ ମାନି
ଇଂରାଜୀ ମିଡି଼ୟମ ସ୍କୁଲ ସାମ୍ନାରେ
ସତ୍ୟବାଦୀ ବନବିଦ୍ୟାଳୟ ଲୋକାର୍ପିତ କର ।
ଜୟପୁର, ମୋ – ୯୦୭୮୮୩୮୬୨୭
ଲେଖକ ପରିଚୟ
ପାଞ୍ଚଟି ବିଷୟରେ ସ୍ନାତକୋତ୍ତର, ଆଦିବାସୀ ଅଧ୍ୟୟନରେ ବିଦ୍ୟା ନିଶାନ୍ତ ସହ ମହିଳା ଅଧ୍ୟୟନରେ ସମ୍ପ୍ରତି ବିଦ୍ୟାବାରିଧିରେ ଗବେଷଣା ରତ । ୭ଟି ପୁସ୍ତକ ତଥା ୫ଟି ସମ୍ପାଦିତ ପୁସ୍ତକ ସହ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ପ୍ରବନ୍ଧ ପ୍ରକାଶ କରିଛନ୍ତି । ଏଯାବତ୍ ଲେଖକଙ୍କ ୧୮୬ ଟି ସ୍ତମ୍ଭ ପ୍ରକାଶ ପାଇବା ସହ ଅର୍ଦ୍ଧଶତକରୁ ଅଧିକ କବିତା ତଥା ଗଳ୍ପ ପ୍ରକାଶିତ ହୋଇସାରିଛି ।