‘ଷଷ୍ଠ ବ୍ଲାକ୍ ଈଗଲ୍ ବୁକ୍ସ ପ୍ରଥମ ବହି ପୁରସ୍କାର-୨୦୨୪’ ପାଇଲେ ରୋଜାଲିନ ମିଶ୍ର

ଭୁବନେଶ୍ଵର : ଓଡ଼ିଆ ସାହିତ୍ୟରେ ତରୁଣ ଲେଖକମାନେ ଏବେ ଖୁବ ଭଲ ଲେଖୁଛନ୍ତି । ସାହିତ୍ୟ ଜଗତର ସେମାନେ ହେଉଛନ୍ତି ଭବିଷ୍ୟତ । ଆମ ସାହିତ୍ୟର ଯୁବ ଲେଖକମାନଙ୍କୁ ଉତ୍ସାହିତ କରାଯିବାର ଆବଶ୍ୟକତା ରହିଛି । ସାହିତ୍ୟକୁ ଉପଯୁକ୍ତ ସମ୍ମାନ ଦେବା ଦେଶର କର୍ତ୍ତବ୍ୟ ବୋଲି ‘ବ୍ଲାକ୍ ଈଗଲ୍ ବୁକ୍ସ’ ତରଫରୁ ରବିବାର ଆୟୋଜିତ ‘ଷଷ୍ଠ ବ୍ଲାକ୍ ଈଗଲ୍ ବୁକ୍ସ ପ୍ରଥମ ବହି ପୁରସ୍କାର-୨୦୨୪’ ପ୍ରଦାନ ଉତ୍ସବରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସାହିତ୍ୟିକ ଗୌରହରି ଦାସ ସଭାପତିତ୍ଵ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାହିତ୍ୟିକା ହିରଣ୍ମୟୀ ମିଶ୍ର, ସମ୍ମାନିତ ଅତିଥି ରୂପେ ପ୍ରାବନ୍ଧିକ ଡକ୍ଟର ରବୀନ୍ଦ୍ର କୁମାର ଦାସ ଯୋଗ ଦେଇଥିଲେ ।

ଏହି ଉତ୍ସବ ଅବସରରେ ଗଳ୍ପ ସଂକଳନ ‘ମହାଚଣ୍ଡିଆ ଓ ଅନ୍ୟମାନେ’ର ଗାଳ୍ପିକା ରୋଜାଲିନ ମିଶ୍ରଙ୍କୁ ‘ଷଷ୍ଠ ବ୍ଲାକ୍ ଈଗଲ୍ ବୁକ୍ସ ପ୍ରଥମ ବହି ପୁରସ୍କାର-୨୦୨୪’ ପ୍ରଦାନ କରାଯାଇଥିଲା । ଏଥିପାଇଁ ସେ ‘ବ୍ଲାକ୍ ଈଗଲ୍ ବୁକ୍ସ’ର ନିର୍ଦ୍ଦେଶକ ସତ୍ୟ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଥିଲେ । କାର୍ଯ୍ୟକ୍ରମରେ ବହୁ ତରୁଣ, ଯୁବ ଓ ବରିଷ୍ଠ ସାହିତ୍ୟିକମାନେ ଯୋଗ ଦେଇଥିଲେ । ଉତ୍ସବ ଆରମ୍ଭରେ ‘ବ୍ଲାକ୍ ଈଗଲ୍ ବୁକ୍ସ’ର ଭାରତୀୟ ମୁଖ୍ୟ ଅଶୋକ ପରିଡ଼ା ସ୍ବାଗତ ଭାଷଣ ଦେଇଥିଲା ବେଳେ ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଇଂ ସୁରେଶ ଚନ୍ଦ୍ର ନାୟକ ।

Related Posts

Leave a Reply

Your email address will not be published. Required fields are marked *