ଭୂତନାଥ ସାହିତ୍ୟ ଓ ସାଂସ୍କୃତିକ ସଂସଦର ଷଷ୍ଠ ବାର୍ଷିକ ଉତ୍ସବରେ “ଗାଁର ମହକ” ପତ୍ରିକାର ଲୋକାର୍ପଣ

ଭୁବନେଶ୍ୱର : କଟକ ଜିଲ୍ଲା ଅନ୍ତର୍ଗତ ବାଙ୍କୀର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଭୂତନାଥ ସାହିତ୍ୟ ଓ ସାଂସ୍କୃତିକ ସଂସଦର ଷଷ୍ଠ ବାର୍ଷିକ ଉତ୍ସବ ଚକାପଦା -ହରିରାଜପୁର ଗ୍ରାମସ୍ଥ ପ୍ରସିଦ୍ଧ ଶୈବପୀଠ ଅଖଣ୍ଡ କ୍ଷେତ୍ର ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠାନର ବାର୍ଷିକ ମୁଖପତ୍ର “ଗାଁର ମହକ” ଲୋକାର୍ପଣ ଅତିଥିମାନଙ୍କ ଦ୍ୱାରା ଅନୁଷ୍ଠିତ ହୋଇଛି । କବୟିତ୍ରୀ ଶକୁନ୍ତଳା ମଲ୍ଲିକଙ୍କ ସଂଯୋଜନାରେ ଆବାହନୀ ସଙ୍ଗୀତ ପରିବେଷଣ କରାଯାଇଥିଲା । ଅନୁଷ୍ଠାନର ଆବାହକ ଅକ୍ଷୟ କୁମାର ସାମଲଙ୍କ ଓ ପ୍ରତିଷ୍ଠାତା ସଦସ୍ୟ ଲଲାଟେନ୍ଦୁ ପଣ୍ଡାଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମକୁ ବାଙ୍କୀର ପୂର୍ବତନ ବିଧାୟକ ଡକ୍ଟର ଦେବାଶିଷ ପଟ୍ଟନାୟକ ଜଗନ୍ନାଥଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଓ ପ୍ରଦୀପ ପ୍ରଜ୍ଜଳନ କରି ଉଦ୍‌ଘାଟନ କରିଥିଲେ । ସମାଜରେ ସାହିତ୍ୟିକ ଓ କବିମାନେ ଦ୍ୱିତୀୟ ଈଶ୍ୱର ଓ ସେମାନଙ୍କର ଅନବଦ୍ୟ ସୃଷ୍ଟି ସମାଜକୁ ଆଲୋକ ଦେଖାଇଥାଏ ବୋଲି ତାଙ୍କର ବକ୍ତବ୍ୟରେ ପରିପ୍ରକାଶ କରିଥିଲେ । ପ୍ରାରମ୍ଭରୁ ଏକ ମନୋଜ୍ଞ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା ।

ସୂଚନା ଥାଉ ଯେ ଉକ୍ତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର, କବି କୌଶିକ ନାୟକ, ଶିଶୁକବି ବିଦ୍ୟୁଲତା ଭୂୟାଁ, ସମାଜସେବୀ କେଶବ ଚନ୍ଦ୍ର ବେହେରା ଓ କବି ସୁବ୍ରତ ନାୟକ ଯୋଗଦାନ କରି କବି ଓ କବିତା ଉପରେ ସେମାନଙ୍କର ମତାମତ ଉପସ୍ଥାପନ କରିଥିଲେ । ଅନୁଗୁଳ, କଟକ, ଢେଙ୍କାନାଳ, ଜଗତସିଂହପୁର, ଜାଜପୁର, ପୁରୀ, ନୟାଗଡ଼, ଖୋର୍ଦ୍ଧା ଓ କନ୍ଧମାଳ ଆଦି ବିଭିନ୍ନ ଜିଲ୍ଲାରୁ ଶତାଧିକ କବି, କବୟିତ୍ରୀ, ସମାଜସେବୀ, ସଂସ୍କୃତି ପ୍ରେମୀ ଓ ସଂଗଠକମାନେ ଯୋଗଦାନ କରି ନିଜ ନିଜର ସ୍ୱରଚିତ କବିତାମାନ ପାଠ କରିଥିଲେ । କବିତା ପାଠୋତ୍ସବ ବରିଷ୍ଠ ସଂଯୋଜକ କବି ବଂଶୀଧର ମହାପାତ୍ର, କବୟିତ୍ରୀ ଶକୁନ୍ତଳା ମଲ୍ଲିକ ଓ ମୋନାଲିସା ପ୍ରିୟଦର୍ଶିନୀ ନନ୍ଦ ସଂଯୋଜନା କରିଥିଲେ ବେଳେ ଆଧ୍ୟାତ୍ମିକ ଗୁରୁ କୁମାର ଅମୀୟ(ବୁଲୁ ବାବା) ସଭାପତିତ୍ୱ କରିଥିଲେ । ପୂର୍ବତଟ ରେଳପଥ ଖୋର୍ଦ୍ଧା ରୋଡ୍ ର ଅଧିକାରୀ ବିପିନ ବିହାରୀ ରାଉତଙ୍କ ତରଫରୁ ଭାଗବତ ଗୀତା ସମସ୍ତଙ୍କୁ ପ୍ରଦାନ କରାଯାଇଥିଲା । ମୁଖ୍ୟଅତିଥି ଭାବେ ଉତ୍କଳ ସାହିତ୍ୟ ସମାଜର ସଂଗଠନ ସଂପାଦକ ଡକ୍ଟର ସୁନାମଣି ରାଉତ ଯୋଗଦାନ କରି ସାହିତ୍ୟ ସୃଷ୍ଟି ଓ ସାହିତ୍ୟର ବିଭିନ୍ନ ଯୁଗ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ । ମୁଖ୍ୟବକ୍ତା ଭାବେ ଶୈଳବାଳା ମିହିଳା ମହାବିଦ୍ୟାଳୟ, କଟକର ପୂର୍ବତନ ଅଧ୍ୟକ୍ଷା ପଫେସର ଡକ୍ଟର ସୁରେଖା ସୁନ୍ଦରୀ ସ୍ୱାଇଁ ଯୋଗଦାନ କରି ଗାଁ କୁ ସମ୍ମାନ ଓ ମା’ଙ୍କୁ ସମ୍ମାନ ଦେବାପାଇଁ ଆଜିର ପିଲାମାନଙ୍କୁ ଶିକ୍ଷା ଦେବା ଉଚିତ୍ ବୋଲି କହିଥିଲେ ।

ଜୀବନ ହେଉଛି ସୀମିତ ଓ ମଣିଷ ଜନ୍ମ ହେଲେ ମୃତ୍ୟୁ ପାଇଁ ଠିକଣା ଲେଖା ହୋଇଥିବା ବେଳେ ଗୀତାପଢ଼ିବା ସହିତ ପିତାମାତାଙ୍କୁ ସେବା କରିବା ପାଇଁ ପ୍ରଫେସର ଡକ୍ଟର ସ୍ୱାଇଁ ପରାମର୍ଶ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଉତ୍କଳ ଗ୍ରାମ ସ୍ୱରାଜ୍ୟର ପ୍ରତିଷ୍ଠାତା କଳିଙ୍ଗରତ୍ନ ବ୍ରହ୍ମାନନ୍ଦ ମହାନ୍ତି, ଇନ୍ଦିରାଗାନ୍ଧୀ ମହିଳା ମହାବିଦ୍ୟାଳୟ, କଟକର ଅବସରପ୍ରାପ୍ତ ପ୍ରାଧ୍ୟାପିକା ଡକ୍ଟର ବୈଜୟନ୍ତୀ ମିଶ୍ର, ଅଦୈତ୍ୟ ଫାଉଣ୍ଡେସନର ମହାସଚିବ ନଳିନୀ କୁମାର ରାୟ, ଯୁବ ପ୍ରବଚକ ଅକ୍ଷୟ କୁମାର ଭଟ୍ଟ, ରେଳବାଇର ବରିଷ୍ଠ ଶ୍ରମିକ ନେତା ଉତ୍କଳ ଭୂଷଣ ରାଉତରାୟ ଓ ଭାଷା ଭାବନାର ପ୍ରତିଷ୍ଠାତା ସୁକାନ୍ତ କୁମାର ପ୍ରଧାନ ପ୍ରମୁଖ ଯୋଗଦାନ କରି ସାହିତ୍ୟ ହେଉଛି ସମାଜର ପ୍ରତିବିମ୍ବ ଓ ସାହିତ୍ୟ ସୃଷ୍ଟିରେ ସମାଜ ଆଗେଇ ଚାଲେ ବୋଲି ମତପ୍ରକାଶ କରିଥିଲେ । କାର୍ଯ୍ୟକ୍ରମକୁ କବି ଲଲାଟେନ୍ଦୁ ପଣ୍ଡା ଓ ସଂପାଦକ ବାବୁଲି ରଣା ପରିଚାଳନା କରିଥିବା ବେଳେ ଶୁଭେନ୍ଦୁ କୁମାର ମହାପାତ୍ର, ସଭାପତି ନିରଞ୍ଜନ ପଣ୍ଡା, କାର୍ଯ୍ୟକାରୀ ସମ୍ପାଦକ ସଂଜୟ କୁମାର ପ୍ରଧାନ, ଶଶୀଭୂଷଣ ତ୍ରିପାଠୀ, ଅର୍ଘ୍ୟରୂପା ସାମନ୍ତରାୟ, ଶଙ୍କର ନାୟକ, ଲକ୍ଷ୍ମୀପ୍ରିୟା ଦାସ, ନିର୍ମଳ ଚନ୍ଦ୍ର ଦାସ, ତପୁ ରଣା, ପ୍ରଦୀପ କୁମାର ରଣା, ବଳଭଦ୍ର ରଣା ପ୍ରମୁଖ ସହଯୋଗ କରିଥିଲେ । ଏହି ପରିପ୍ରେକ୍ଷୀରେ ଡାକ୍ତର ଜଗଦୀଶ ପଣ୍ଡାଙ୍କୁ ଅନୁଷ୍ଠାନର ସର୍ବୋଚ୍ଚ ସମ୍ମାନ ଗାଁ ର ମହକ ସମ୍ମାନ ସହିତ ସାହିତ୍ୟ, ସଂସ୍କୃତି, ସମାଜ ସେବାରେ ନିଜକୁ ସାମିଲକରି ପାରଦର୍ଶିତା ଲାଭକରିଥିବା ଆଠଗଡର ଲଲାଟେନ୍ଦୁ ସେନାପତି, ବାଙ୍କୀର ଦିଗବିଜୟ ସ୍ୱାଇଁ, ଖୋର୍ଦ୍ଧାର ବିଭୂ ହୋତା, ବୋଲଗଡ଼ର ମନୋଜ କୁମାର ସାହୁ, ଜଗତସିଂହପୁରର ସବ୍ୟସାଚୀ ତ୍ରିପାଠୀ, ସୁଲୋଚନା ଚାନ୍ଦ, ବାଙ୍କୀର ରବିନାରାୟଣ ମହାରଣା, ବରେନ୍ଦ୍ର ବେହେରା, ନିଶ୍ଚିନ୍ତକୋଇଲିର ପ୍ରମୋଦ କୁମାର ନାୟକ, ଜାଜପୁରର ସରୋଜ କୁମାର ଓଝା ଓ ବୈଦେଶ୍ବରର ରବିନାରାୟଣ ମଙ୍ଗରାଜଙ୍କୁ ସଂସଦ ତରଫରୁ ମାନପତ୍ର, ଉପଢ଼ୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲାବେଳେ ଅନୁଷ୍ଠାନର ଆବାହକ ଅକ୍ଷୟ କୁମାର ସାମଲ ଧନ୍ୟବାଦ ଅର୍ପଣ କରିଥିଲେ ।

Related Posts

Leave a Reply

Your email address will not be published. Required fields are marked *