କାହ୍ନୁଚରଣଙ୍କ ସାରସ୍ଵତ ସାଧନାରେ ଓଡ଼ିଆ ସାହିତ୍ୟ ସମୃଦ୍ଧ

ଭୁବନେଶ୍ୱର : ପ୍ରଖ୍ୟାତ ଔପନାସିକ କାହ୍ନୁଚରଣ ମହାନ୍ତିଙ୍କ ସାରସ୍ଵତ ସାଧନା ଓଡ଼ିଆ ସାହିତ୍ୟକୁ ସମୃଦ୍ଧ ଓ ବିକଶିତ କରିଛି । ତାଙ୍କ ସୃଷ୍ଟିରେ ସାମାଜିକ ଚିତ୍ର, ଜୀବନ ସ୍ପନ୍ଦନ ଓ ସମୟର ସ୍ଵର ବେଶ ପ୍ରଭାବଶାଳୀ ବୋଲି ‘ଉତ୍କଳ ସାହିତ୍ୟ ସମାଜ’ ଓ ‘ଓଡ଼ିଶା ସାହିତ୍ୟ ଏକାଡ଼େମୀ’ର ମିଳିତ ଆନୁକୂଲ୍ୟରେ କଥାଶିଳ୍ପୀ କାହ୍ନୁଚରଣ ମହାନ୍ତିଙ୍କର ୧୧୮ ତମ ଜୟନ୍ତୀ ଅବସରରେ ଅତିଥିମାନେ ମତ ପ୍ରକାଶ କରିଛନ୍ତି ।

ରବିବାର ଦିନ ସଞ୍ଜରେ ଶତାଦ୍ଦୀ ଭବନଠାରେ ଉତ୍କଳ ସାହିତ୍ୟ ସମାଜର ସଭାପତି ଡ. ଗୋବିନ୍ଦ ଚନ୍ଦ୍ର ଚାନ୍ଦଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅଧ୍ୟାପକ ବିଶ୍ଵରଞ୍ଜନ କାହ୍ନୁଚରଣଙ୍କ ସହ ତାଙ୍କ ସାରସ୍ଵତ ସମ୍ପର୍କ ଏବଂ କାହ୍ନୁଚରଣଙ୍କ ସାହିତ୍ୟର ବିଶେଷତ୍ଵ ଆଲୋଚନା କରିଥିଲେ । ସମ୍ମାନିତ ଅତିଥି ଡ. ସୁନାମଣି ରାଉତ ଓ ମୁଖ୍ୟବକ୍ତା ଡ. ସଂଘମିତ୍ରା ଭଞ୍ଜ କାହ୍ନୁଚରଣଙ୍କ ସୃଷ୍ଟି ସମଗ୍ରର ପରିବ୍ୟାପ୍ତ ଦିଗନ୍ତକୁ ଉନ୍ମୋଚିତ କରିଥିଲେ । ସାଧାରଣ ସମ୍ପାଦକ ପ୍ରାଧ୍ୟାପକ ଆଦିତ୍ୟ ପ୍ରତାପ ଧଳ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବାବେଳେ ଅତିଥିମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ କରିଥିଲେ କାର୍ଯ୍ୟନିର୍ବାହୀକା ସମିତି ସଦସ୍ୟା ସରୋଜିନୀ ମିଶ୍ର । ଓଡ଼ିଶା ସାହିତ୍ୟ ଏକାଡ଼େମୀର ସହକାରୀ ରଶ୍ମିରଞ୍ଜନ ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ । ପୃଷ୍ଠପୋଷକ ସଦସ୍ୟ ଶରତ କୁମାର ନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମରେ ବହୁ ସାରସ୍ଵତ ସ୍ରଷ୍ଟା ଓ ବୁଦ୍ଧିଜୀବି ଯୋଗ ଦେଇଥିଲେ ।

Related Posts

Leave a Reply

Your email address will not be published. Required fields are marked *