ସୁଶ୍ରୀ ଶୁଭସ୍ମିତା ମହାନ୍ତି
ଗୁରୁ ଯେ ମଳୟ ପବନ,
କାଷ୍ଠକୁ କରନ୍ତି ଚନ୍ଦନ ।
ଗୁରୁ ପୟରେ ରଖି(ଲେ) ଲୟ,
ଦିବ୍ୟ ଜ୍ଞାନ ହେବ ଉଦୟ ।
ଗୁରୁଙ୍କ ବିନା ଗତି ନାହିଁ,
ବିନା ଗୁରୁରେ ଶିକ୍ଷା କାହିଁ ?
ପ୍ରଥମ ଗୁରୁ ପିତା ମାତା,
ଦ୍ୟନ୍ତି ଶିକ୍ଷା ସଂସ୍କାର ବାର୍ତ୍ତା ।
ତାଙ୍କ ଚରଣେ ମଥା ରଖି,
ହୋଇବା ଆମେ ସର୍ବ ସୁଖୀ ।
ଦ୍ୱିତୀୟ ଗୁରୁ ବିଦ୍ୟା ଦାତା,
ତାଙ୍କ ଆଶିଷେ ମିଳେ ସତ୍ତା ।
ଗୁରୁଙ୍କୁ ପୂଜେ ଯେଉଁ ନର,
ପାପ ଦୁଃଖ ତା’ହୁଏ ଦୂର ।
ତାଙ୍କରି ପାଦ ଧୂଳି ନେଇ,
ମସ୍ତକରେ ଦେବା ଲଗେଇ ।
ଅଜ୍ଞାନ ଦୂରେଇ ଜ୍ଞାନକୁ,
ଶିକ୍ଷିତ କରାନ୍ତି ଶିଷ୍ୟକୁ ।
ସଂସାରେ ଯେତେଦିନ ଥିବା,
ଗୁରୁଙ୍କ ବନ୍ଦନା କରିବା ।
ନବରଙ୍ଗପୁର
ଲେଖକ ପରିଚୟ
ବୃତ୍ତିରେ ଅଧ୍ୟାପିକା ହେଲେ ସାହିତ୍ୟ ପ୍ରତି ରୁଚି ରହିଛି । ବିଭିନ୍ନ ସାହିତ୍ୟ ଅନୁଷ୍ଠାନମାନଙ୍କରେ ସେ ଜଣେ ଆଧ୍ୟାତ୍ମବାଦୀ କବି ଭାବେ ପରିଚିତା ।