ସୁଧିରେନ୍ଦ୍ର ପରିଜା
ପଚାଷ ଟପିଲା
ବୟସ ବଢ଼ିଲା
ଖସିଲାଣି ଦେହୁ ବଳ
ତୁମ କଥା କାହିଁ
ପଡ଼ିଲେ ମନଟା
ହୁଅଇ ଚଳଚଞ୍ଚଳ
ଜହ୍ନ ଜୋଛନାକୁ
ନଦୀର ଧାରାକୁ
ଯେମିତି ମୁଁ ପାଏ ଭଲ
ତୁମେ ବି ସେମିତି
ଜୀବନେ ମୋହର
ସାଜିଛ ଅମୂଲ ମୂଲ
ପହିଲି ଦେଖାର
ସେଇ ଆକର୍ଷଣ
ଏ ଯାଏଁ ରହିଛି ପାଶେ
ବଜାରଘାଟରେ
ଯୁଆଡ଼େ ଗଲେ ବି
ତୁମେ ତୁମେ ମୋତେ ବାସେ
ମନକଥା ମୋର
କହିଛି ତୁମକୁ
ମୁହଁ ଖୋଲି ଶହେ ଥର
ତୁମେ କିନ୍ତୁ ବାଟ
ଚାହିଁଅଛ ପରା
କେଉଁ ରାଜକୁମାରର
ନୀରବତା ମୋର
ଭରିଛି ଜୀବନେ
ତୁମର ସେ ହତାଦର
ଆଗକୁ ଯିବାକୁ
ଡରାଉଛି ମୋତେ
ଚିହ୍ନା ଜଣା ଯେତେ ଡର
ଲେଖକ ଜଣେ ସାମ୍ବାଦିକ
ଅନୁଗୋଳ ୯୪୩୭୧ ୭୨୨୧୨