ତପନ କୁମାର ପୁହାଣ
ହେଇଟି ମାଳତୀ ବୋଉ, କୁଆଡେ ଗଲକି ଆରେ ଗୋସେଇଁ ଆଜ୍ଞା ଆଳତୀ ଆରମ୍ଭ କଲେଣି। ମା ଠାକୁରାଣୀ ଙ୍କ ଘଣ୍ଟ ମାଦଳ ବାଜିଲାଣି। ଚଉଁରା ମୂଳେ ସଂଜବତୀ ଲଗେଇବା ବେଳ ପରା ଗଡିଲାଣି କେତେ ବେଳେ ଲଗେଇବ କି? ବିସିଆ ଦା ହୁରି ପକଉଥାଏ। ଓହୋ ଏ ଝିଅ ଟା କୁଆଡେ ଯାଇଛି କେଜାଣି ତାର ବି ଦେଖା ନାହିଁ। ସେ ନଈ ଆଡ଼େ ଯାଇଛି ଆସୁଥିବ, ତମେ ଖାଲି ଟାରେ ଯାହା ଘର ଟାକୁ ଉଠାଉଛ ପକାଉଛ।
ଏ କଥା ବିସିଆ ଦା ଶୁଣିଥିବ କି ନାହିଁ, ବିକଟାଳ କାନ୍ଦଣା ଶୁଣି ଧଡ ପଡ ହୋଇ ପଦାକୁ ଆସି ଦେଖନ୍ତି, ମାଳତୀ ଚୁଟି ଆଲୁରା ବାଲୁରା, ପିନ୍ଧା କପଡା ଚିରି ଯାଇଛି, ଦେହ ହାତ ଧୂଲି ମାଟିରେ ବୋଳି ହୋଇଛି। ତାକୁ ଧରି ହଲେଇ ହଲେଇ ସାରି ଖୁଡୀ ପଚାରୁଛି କୋଉଠି ମୁହଁ କଳା କରିକି ଆସିଚୁ ଲୋ ପୋଡ଼ା ମୁହିଁ, କିଏ ତୋର ଏ ଦସା କରିଛି।
ୟାକୁ ଦେଖି ବିସିଆ ଦା ଆସି ଝିଅ ଦେହରେ ପିନ୍ଧା ଗାମୁଛା ଘଡେଇ, କିଏ ସେ ତାକୁ ଜୀବନ ରୁ ମାରିଦେବି କହ? ମାଳତୀ ପାଟିରୁ ସାନ ଗୋସେଇଁ ନା ଶୁଣି ଚଡ଼କ ମାରିଲା ପରି ମୁଣ୍ଡ ରେ ହାତ ଦେଇ ଥମ୍ କିନା ବସି ପଡିଲେ।
ମାଳତୀ କହୁଥାଏ ନଇ ପଠାରୁ ଫେରିଲା ବେଳେ ମୋ ପାଟିକୁ ଚାପି ଧରି ତଣ୍ଡି ବଣ କୁ ଟାଣି ନେଇ ଜୋର୍ ଜବରଦସ୍ତ କରିବାକୁ ଆରମ୍ଭ କଲା। ମୁଁ ଅଟକେଇ ବାରୁ ମୋ ଚୁଟି କୁ ଧରି ମାଡ ବି ମାରିଲା। ମୁଁ ଯେତେବେଳେ ଚିତ୍କାର କରିବାକୁ ଲାଗିଲି ମୋତେ ସେ ମାଡି ବସିଲା ଆଉ ମାଦ ଗନ୍ଧ ର ପାଟିରେ ମୋତେ ଅକଥା କହିଲା… ଆଉ ତାପରେ କାନ୍ଦିବାକୁ ଲାଗି ଥାଏ ମାଳତୀ…
ଗୋସେଇଁ ଙ୍କ ଭାରି ଡାକେ.. ଚାରି ଖଣ୍ଡ ମଉଜ ଲୋକ ତାଙ୍କୁ ମାନନ୍ତି, ଗୁହାରି ସେ ଠିକ୍ ନିଷ୍ପତ୍ତି କରିବେ। ବିସିଆ ଦା ଗାଁ ସଭାରେ କାକୁତି କରୁଥିଲା। ନିଅମ ଅନୁସାରେ ଇଜ୍ଜତ୍ ଲୁଟିଥିବା ପୁଅ ହିଁ ସେ ଝିଅ କୁ ବିବାହ କରିବ। କିନ୍ତୁ ତମେ ହଉଛ ଜାତିରେ ଛୋଟ ତେଣୁ ସେଥିପାଇଁ ମୁଁ ହାତ ଯୋଡୁଛି ଏ ବିବାହ ହୋଇପାରିବନି। କିନ୍ତୁ କଥା ଦଉଛି ଏ ଝିଅ ର ବିବାହଘର ଖର୍ଚ୍ଚ ଗୋସେଇଁ ଘର ବାହନ କରିବେ। ଆଉ ଏଇ ଦୁଷ୍କର୍ମର ଶାସ୍ତି ପାଇଁ ପୁଲିସ ହାତରେ ସାନ ଗୋସେଇଁ କୁ ଦିଆଯିବ ସେଠି ଯାହା ଆଇନ୍ ଦଣ୍ଡ କରିବ।
ସାଧୁ ସାଧୁ ସବଦରେ ସମସ୍ତେ ଗୋସେଇଁ କୁ ବାହା ବାହା ଦଉଥାନ୍ତି। ବିସିଆ ଦା ଭାରି ଚିନ୍ତା ଓ କଷ୍ଟରେ ଝିଅ କୁ ଧରି ଫେରୁ ଥାଏ କଣ କରିବ ଛୋଟ ଜାତି ନା। ନହେଲେ ପଚାରି ଥାନ୍ତା ଆମେ ଜାଣିଛୁ ପୁଲିସ ବାଲା ଖାଲି ନା କୁ ବାନ୍ଧି ନେବେ। ଆମେ ତ ମୂରୁଖ ଲୋକ କୋର୍ଟ କଚେରୀ ନା ଶୁଣିଲେ ଡର ସେଇଠିକି ଯିବ କିଏ ମକଦ୍ଦମା ଲଢିବ କିଏ। ଦି ଚାରି ମାସରେ ସେଇ ଦୋଷୀ ପୁଣି ଆସି ଖୋଲା ରେ ଆଉ ଗୋଟେ କାଣ୍ଡ କରୁଥିବ।
ବିସିଆ ଦା ର କଥା ସାର ହେଲା। ସାନ ଗୋସେଇଁ ନିର୍ଦୋଷ ରେ ଖଲାସ଼୍ ହେଲା। କିନ୍ତୁ ଗାଓଁ ସାହି ପଡିଶାରେ ସେମାନେ ଯେମିତି ଆହୁରି ଛୋଟ ହୋଇଯାଇଥିଲେ। ସବୁଠୁ କଷ୍ଟ ହୋଇଯାଇଥିଲା ମାଳତୀ ପାଇଁ, ତାକୁ ଯେମିତି ଦିନକୁ ଦିନ ନୂଆ ନୂଆ ନା ମିଳି ଯାଇଥିଲା କଳଙ୍କିନୀ, ଚରିତ୍ରହୀନା, ବାରଙ୍ଗନା ଆଉ କେତେ କଣ। ବଜାର ଘାଟ ଦୂର କଥା ଘରୁ ଗାଁ ଦାଣ୍ଡ କୁ ବାହାରିବା କଷ୍ଟସାଧ୍ୟ ଥିଲା ସେ ଅବଳା ଟି ପାଇଁ।
ଗାଁ ଠାରୁ କାହିଁ କୋଉ ଦୂରରେ ମାଳତୀ ର ବହୁ କଷ୍ଟରେ ବାହାଘର ହେଇଗଲା ଯୋଉଠି ମଲେ ଦୁଇଦିନରେ ଲାଗିଯିବ ଖବର ଆସିବ ପାଇଁ। ତା ମେଁ ନୁହେ ବିସିଆ ଦା ଖୋଜି ନଥିଲେ ଗାଁ ପାଖା ପାଖି କିନ୍ତୁ କଣ କରିବ ତୁଣ୍ଡ ବାଇଦ ସହସ୍ର କୋଷ।
ଘଟଣାକୁ ୫-୭ ବରଷ ବିତି ଗଲାଣି, ଲୋକଙ୍କ ମନରୁ କଥା ବି ଲିଭି ଯିବନି. କିନ୍ତୁ ବିସିଆ ଦା କାନ୍ଦି କାନ୍ଦି ତଣ୍ଟି ଛିଡ଼ାଇ ପାଟି କରିକି କହୁଛି ହେଲେ କିଏ ଶୁଣିବ ତା କଥା। ସମସ୍ତେ ତା ଆଜି ସାନ ଗୋସେଇଁ କୁ ମଦିର ର ପ୍ରଧାନ ଗୋସେଇଁ ବନେଇବାରେ ବ୍ୟସ୍ତ। ସେ ମା ଠାକୁରାଣୀ ବି କିଛି କହୁନି। ଯୋଉ ହାତରେ ସେ ଝିଅଙ୍କ ବସ୍ତ୍ର ଅଲଗା କରିଛି କଳଙ୍କିନୀ ଚରିତ୍ରହୀନା ସଜେଇଛି, ସେ କେମିତି ମା ଠାକୁରାଣୀ କୁ ବସ୍ତ୍ର ଦେବ। ଗୋଟେ ପ୍ରକୃତ ଚରିତ୍ରହୀନ ପାଖରୁ କେମିତି ସେ ପୂଜା ପାଇବ।
ଏଇତ ଦୁନିଆ ର ଅବୈଧ ରୂପ, ସମାଜ ର ମାନ ଦଣ୍ଡ ଅମଣିଷଙ୍କ ହାତରେ।
ଯଦି ସମୟ ଥାଉ ଥାଉ ଆମେ ପ୍ରଶ୍ନ ନକରିବା ନିଜ ଅଧିକାର ନ ଜାଣିବା ଓ ସାବ୍ୟସ୍ତ ନ କରିବା, ତା ହେଲେ ବିସିଆ ଦା ଓ ମାଳତୀ ପରି ଅଲୋଡା ହୋଇଯିବା ମୁଣ୍ଡେ ଅପବାଦ କିଛି ପଇସା ବଦଳରେ। ଆଉ ଗୋସେଇଁ ପରି ଭଦ୍ର ମୁଖା ପିନ୍ଧା ଚରିତ୍ରହୀନ ମାନେ ଭକୁଆ ବନଉଥିବେ କିଞ୍ଚିତେ ଦେଇ ମେଞ୍ଚାଏ ଖାଉଥିବ, ଅନ୍ଧାରରେ ନାରୀଙ୍କ ବସ୍ତ୍ରହରଣ କରୁଥିବେ ଓ ଆଲୁଅରେ ମା ଠାକୁରାଣୀଙ୍କୁ ବସ୍ତ୍ର ଚଢଉଥିବେ… ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ।