ଅମିତା ମହାନ୍ତି

ଜୀବନର ମାନଚିତ୍ରରେ
କେତେବଳେ ରଙ୍ଗ ବଦଳି ଯାଇଛି ।

ଶିଳାଖଣ୍ଡରେ ଆଙ୍କିଛି ନିଜ ଛବି
ପରିଣତି ବୟସରେ
ଭରପୁର ରଙ୍ଗୀନ ମନ ଭଳି ।

ବୟସ ବଦଳିଲେ
ବଦଳିଯାଏ ମନର ଭାବନା
ପିଲାଦିନେ ଲେଖୁଥିଲି
ଶୈଶବ କବିତା
ଯୌବନରେ ଆସିଲା
ପ୍ରେମର ଫର୍ଦ୍ଦ ଫର୍ଦ୍ଦ ଭାଷା
ବେଳେବେଳେ ଆଙ୍କୁଛି ଖୁସିର
ତାଜମହଲ ତ କେତେବେଳେ
ମନର କାନଭାସ ଚିତ୍ର ।

ଲେଖନୀ କେବେ ଥକେ ନାହିଁ
ମନର ଅବଶୋଷ ଲେଖାରେ କରେ ପ୍ରକାଶ
ଯେତେଦିନ ହାତରେ ଥିବ କଲମ
ଲେଖିବି ମୁଁ ଜୀବନର ଇତିହାସ ।

ଆକାଶର ରଙ୍ଗ ବଦଳିଲେ
ନାଚି ଉଠେ ସୁନାନାକି ମୟୁରୀ
ଆଉ କିଛି ରହିଯାଏ ମନରେ
କାନ୍ଦୁଥାଏ ଗୁମୁରି ଗୁମୁରି ।

ସେକ୍ଟର ୭ ସିଡ଼ିଏ, କଟକ

ଲେଖକ ପରିଚୟ

କଟକ ମାଟିରେ ଜନ୍ମ ନେଇଥିବାରୁ ନିଜକୁ ଭାଗ୍ୟବାନ ମନେକରେ । ଜୀବନମୟତାରେ ବିଶ୍ୱାସ ରଖୁଥିବା କମ୍ ଶବ୍ଦରେ ଖୁବ୍ ସରଳ ଭାବରେ ଜୀବନକୁ ବୁଝି ବଞ୍ଚିପାରିଲେ ମଧୁମୟ ହୁଏ ଜୀବନର ପରିଭାଷା । ଭାବ ଓ ଶବ୍ଦର ଯୁଗଳବନ୍ଦୀରେ ଦୁଇଟି କବିତା ସଂକଳନ ‘ପ୍ରତିଧ୍ଵନି’ ଓ ‘ଶବ୍ଦର ଆବାହନ’ ପ୍ରକାଶ ପାଇଛି । ଜଞ୍ଜାଳମୟ ଜୀବନରେ ସାହିତ୍ୟକୁ ଆପଣେଇବାର ନିଶା ସମାଜକୁ ନୂତନ ବାର୍ତ୍ତା ଦେବାର ଛୋଟ ପ୍ରୟାସ ।

Related Posts

Leave a Reply

Your email address will not be published. Required fields are marked *