‘ସମୟର ପ୍ରାଚୀଧାରା’ର ବାର୍ଷିକ ଉତ୍ସବ

ଭୁବନେଶ୍ଵର : ଦୁର୍ଗାମାଧବ କଲ୍ୟାଣ ମଣ୍ଡପ ପରିସରରେ ତ୍ରୈମାସିକ ସାହିତ୍ୟ ପତ୍ରିକା ‘ସମୟର ପ୍ରାଚୀଧାରା’ର ତ୍ରୟୋଦଶ ବାର୍ଷିକ ଉତ୍ସବ ଆୟୋଜିତ ହୋଇଯାଇଛି । ସାହିତ୍ୟ ଏକାଡ଼େମୀର ମିଳିତ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆସିଥିବା ବହୁ ପ୍ରତିଷ୍ଠିତ କବି ସ୍ଵରଚିତ କବିତ ପାଠ କରିଥିଲେ । ଆଶୁତୋଷ ଦାଶ, କ୍ଷଣପ୍ରଭା ମହାନ୍ତି, ସନ୍ନ୍ୟାସୀ ନାୟକ, ସୌଦାମିନୀ ବେହେରା, ଗୀତାଶ୍ରୀ ପ୍ରିୟମ୍ବଦା ପ୍ରମୁଖ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।

ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ଉମାକାନ୍ତ ମହାପାତ୍ର, ପୂର୍ଣ୍ଣ ମହାରଣା, କେ. ବିପ୍ଲବ, ଯାମିନୀକାନ୍ତ ଦାସ, ସତ୍ୟାନାଶ, ବାବାଜୀ ଜେନା, ମୁରଲୀଧର ସାହୁ, ରମେଶ ଚନ୍ଦ୍ର ସାହୁ, ପୁଷ୍ପଲତା ବେହେରା ଓ ବୈଜୟନ୍ତୀ ସାହୁଙ୍କୁ ସମ୍ମାନିତ କରାଯାଇଥିଲା । କବି ଭଗବାନ ସାହୁଙ୍କ ରଚିତ ‘ଇସ୍’, ବୈଜୟନ୍ତୀ ସାହୁଙ୍କ ‘କସ୍ତୁରୀ’ ଓ ରତ୍ନାକର ସାହୁଙ୍କ ଲିଖିତ ପୁସ୍ତକ ‘ଭକ୍ତି ସମର୍ପଣ’କୁ ଅତିଥିମାନେ ଉନ୍ମୋଚନ କରିଥିଲେ । କବି ଫନୀ ମହାନ୍ତି, ସମାଲୋଚକ ଆଦିକନ୍ଦ ସାହୁ, ଶିଶୁ କବି ବିରେନ୍ଦ୍ର ସାମନ୍ତରାୟ, କ୍ଷୀରୋଦ କୁମାର ରାୟ ମହାପାତ୍ର, ଦୁର୍ଗା ଷଡଙ୍ଗୀ, ବଙ୍କିମ ନାୟକ, ଅଜୟ ସ୍ଵାଇଁ, ରଜନୀ ଦାଶ, ସୁରେଶ ସ୍ଵାଇଁ, ରତ୍ନପ୍ରଭା ଦାସ, ମନୋଜ ସାହୁ, ଇପ୍ସିତା ଷଡଙ୍ଗୀ, ରାଜୀବ ସ୍ଵାଇଁ, ତାରକ ମହାନ୍ତି, ଭାରତ ଚନ୍ଦ୍ର ଦାଶ, ସୌମ୍ୟା ପରିଡ଼ା, ଝୁନି ଦେଈ ପ୍ରମୁଖ ଉପସ୍ଥିତ ଥିଲେ । ଅଭିମନ୍ୟୁ ନାୟକ, ବିପିନ ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Related Posts

Leave a Reply

Your email address will not be published. Required fields are marked *