‘ସ୍ମୃତିଲିିପି’ର ୩୧ତମ ବାର୍ଷିକ ଉତ୍ସବ ସମାରୋହ ଅନୁଷ୍ଠିତ

ଭୁବନେଶ୍ଵର : ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିବାରେ ଲେଖକମାନଙ୍କର ଭୂମିକା ଗୁରୁତ୍ଵପୂର୍ଣ୍ଣ । ଓଡ଼ିଆ ଜାତିର ସ୍ଵାଭିମାନକୁ ରକ୍ଷା କରିବା ପ୍ରତ୍ୟେକ ଓଡ଼ିଆଙ୍କର କର୍ତ୍ତବ୍ୟ ବୋଲି ‘ସ୍ମୃତିଲିପି’ ସାହିତ୍ୟ ପତ୍ରିକାର ବାର୍ଷିକ ଉତ୍ସବରେ ଯୋଗ ଦେଇ ଅତିଥିମାନେ କହିଛନ୍ତି । ସାମ୍ବାଦିକ ହଲଧର ଧୀରଙ୍କ ସଭାପତିତ୍ଵରେ ବୁଦ୍ଧ ମନ୍ଦିରରେ ଆୟୋଜିତ ଉତ୍ସବକୁ ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ (ମୋନା)ର ସଭାପତି ପଦ୍ମଚରଣ ନାୟକ ଉଦ୍ଘାଟନ କରିଥିଲେ । ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ, ସମ୍ମାନିତ ଅତିଥି ଭାବେ ସାହିତ୍ୟିକ ଦାଶ ବେନହୁର, ଆଇନଜୀବି ଧରଣୀଧର ନାୟକ, କାର୍ଯ୍ୟନିର୍ବାହୀ ସମ୍ପାଦକ ଦୟାନିଧି ନାୟକ, ପଦ୍ମାକର ଗୁରୁ ପ୍ରମୁଖ ଯୋଗଦେଇ ସେମାନଙ୍କର ବକ୍ତବ୍ୟ ପ୍ରଦାନ କରିଥିଲେ । ‘ସ୍ମୃତିଲିପି’ର ସମ୍ପାଦକ ଭୁବନ ମୋହନ ମହାନ୍ତି ପତ୍ରିକାର ଅଭବୃଦ୍ଧି ସମ୍ପର୍କରେ ଆଲୋକପାତ କରିଥିଲେ ।

ଡ. ଗୀତାଶ୍ରୀ ପ୍ରିୟମ୍ବଦା ମଞ୍ଚ ପରିଚାଳନା କରିଥିବାବେଳେ ଇଂ ଡ. ଲଡୁକିଶୋର ପଢିଆରୀଙ୍କ ସଭାପତିତ୍ୱରେ ଓ ଡ. ଅଜୟ କୁମାର ଜେନା, କବୀ ପ୍ରତିଭା ସାହୁ, କବୀ ବିଷ୍ଣୁପ୍ରିୟା ପ୍ରିୟଦର୍ଶିନୀଙ୍କ ସଂଯୋଜନାରେ ମନୋନୀତ ୪୧ ଜଣ କବି ସେମାନଙ୍କର ସ୍ୱରଚିତ କବିତା ପାଠ କରିଥିଲେ । ଏହି ଉତ୍ସବରେ ଡ. ମାନସୀ କରଙ୍କ “ଜୀବନ ସଞ୍ଜ”, ଗାଳ୍ପିକ ପ୍ରକାଶ ଚନ୍ଦ୍ର ସାହୁଙ୍କ “କିଏ ରାଧା କିଏ ମିରା” ଗଳ୍ପ ଓ “ଲାଜ” କବିତା ସଂକଳନ, ପ୍ରତିଭା ସାହୁଙ୍କର କବିତା ସଂକଳନ “ପ୍ରୀୟାର ନାଁ ଚନ୍ଦ୍ରଭାଗା” ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି । ରଜନୀ ରଣସିଂହ ଓ ଡକ୍ଟର ଗୀତାଶ୍ରୀ ପ୍ରିୟମ୍ବଦା ପୁସ୍ତକଗୁଡ଼ିକର ସମୀକ୍ଷା କରିଥିଲେ ।

ପତ୍ରିକା ପକ୍ଷରୁ ପ୍ରଦତ୍ତ ଆଇନୀଜୀବୀ ‘ପ୍ରଫୁଲ କୁମାର ଧଳ ସ୍ମୃତି ସମ୍ମାନ’, କବୀ ଶ୍ୱେତା ରାଉତ, ଅବଦୁଲ୍ ସତ୍ତାର ‘ସେବା ସ୍ମୃତି ସମ୍ମାନ’, ସାହିତ୍ୟିକ ସଙ୍ଗଠକ ରାଜୀବ କୁମାର ଷଢ଼ଙ୍ଗୀ ‘ରଜନୀ ମିଶ୍ର ସ୍ମୃତି ସମ୍ମାନ’, କବି ଇଂ ସରୋଜ କୁମାର ମହାପାତ୍ର ଓ ରୀନା ମହାପାତ୍ର ‘ସ୍ମୃତି ସମ୍ମାନ’, ସୁସଙ୍ଗଠିକା ସରୋଜିନୀ ପତି ପାଇଥିବା ବେଳେ ସ୍ମୃତିଲିିପି ପ୍ରତିଭା ସମ୍ମାନ ଡ. ପ୍ରମୋଦିନୀ ହୋତା, ଡ. ରଘୁ ସାହୁ, ଆଇନଗୀବୀ କବୀର କୁମାର ଜେନା, କଣ୍ଠଶିଳ୍ପୀ ସାଇଶ୍ରୀ ବିଶ୍ୱଜୀତା ରାୟ, ଡ. ଗୀତାଞ୍ଜଳୀ ପୃଷ୍ଟି, ସଂଜୀବ କୁମାର ଦେଓ, ଗୋଲକ ବିହାରୀ ବେହେରା, ଧ୍ରୁବ ଚରଣ ସେଠୀ, ବଂଶୀଧର ସାହୁ, ଇଂ ଫକିର ମୋହନ ସାହୁ, ସୋମ୍ୟରଞ୍ଜନ ପରିଡ଼ା, ଝରଣା ମଲ୍ଲିକ, ପଣ୍ଡିତ ରଜନୀକାନ୍ତ ତ୍ରିାଠୀ, ଶ୍ରୀମତୀ ବସନ୍ତମଞ୍ଜରୀ ଦାସ, ଶାନ୍ତନୁ କୁମାର ରାଉତ, ବିଶ୍ୱନାଥ ପାଢ଼ୀ ପ୍ରମୁଖଙ୍କୁ ପ୍ରଦାନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ସହାୟତା ପ୍ରଦାନ କରିଥିଲେ ସୁଶ୍ରୀ ମିନାକ୍ଷୀ ପ୍ରିୟଦର୍ଶନୀ ମହାନ୍ତି, ଲଗ୍ନଜିତ୍ ମହାନ୍ତି, ନବଘନ ସ୍ୱାଇଁ ପ୍ରମୁଖ । ଶେଷରେ ଅନୁଷ୍ଠାନର ବରିଷ୍ଠ ସଦସ୍ୟ ଶରତ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

Related Posts

Leave a Reply

Your email address will not be published. Required fields are marked *