ଅଙ୍କିତ କୁମାର ଧଳ
ବୈଶାଖର ଉତ୍ତପ୍ତ ମଧ୍ୟାହ୍ନ । ଆକାଶରୁ ଅଗ୍ନି ବର୍ଷା ହେଉଥିଲା । ଆକାଂକ୍ଷିତ, ସ୍ୱପ୍ନାବିଳାସୀ, ନାଁକରା ଆ.ଇ.ଏସ. ଅଫିସର ଥାନାରୁ କୋର୍ଟ ଆଉ କୋର୍ଟରୁ ଥାନା ଧାଁଧୌଡ଼ କରି ପାଦର ପାରାଗନ ଘୋରି ହେଇଯାଇଥାଏ । ତାଙ୍କ ମୁଣ୍ଡ ଉପରେ ସିଲିଂ ଫ୍ୟାନଟା ସାଏଁ ସାଏଁ କରି ବୁଲୁଥାଏ । ସିଲିଂ ଫ୍ୟାନର ଗତି ସହ ତାଳ ମିଳେଇ ମାଧବାନନ୍ଦଙ୍କ ଭାବନାର ଗତି ବି ବୁଲୁଥିଲା ଚକ୍ରାକାରରେ ।
ଖରାବେଳଟାରେ ସମସ୍ତେ ଉତ୍ତପ୍ତ ପରିବେଶରୁ ନିଜକୁ ଦୂରେଇ ରଖିବାର ମିଥ୍ୟା ପ୍ରୟାସ କରୁଥିଲେ ବି ମାଧବାନନ୍ଦ କିନ୍ତୁ ନିବୃତ ଅଛନ୍ତି ସେଥିରୁ । ପ୍ରୀତମ ଆଉ ସ୍ୱପ୍ନା କୁଆଁଚାରା ପରି ବଢ଼ୁଥାନ୍ତି । ଟିକେ ପାଣି, ସୂର୍ଯ୍ୟାଲୋକ, ସାର, ଖତରେ ଉର୍ବର ପରିବେଶରେ ସତେଜ ହଉଥାନ୍ତି । ସ୍ୱପ୍ନା ପଢୁଥାଏ ସପ୍ତମ ଶ୍ରେଣୀରେ ଆଉ ପ୍ରୀତମ ପଢୁଥାଏ ଦଶମ ଶ୍ରେଣୀରେ । ଅନ୍ତର ମାତ୍ର ତିନି ବର୍ଷ । ବେଶ ହସଖୁସିର ସାମ୍ରାଜ୍ୟ ଭିତରେ ପଣ୍ଡାବାବୁ ମୁରୁକି ହସନ୍ତି, ଠିକ୍ ଏକ ସୁନେଲି ଆକାଶର ରବି ପରି । ପିଲାଙ୍କୁ ନେଇ ତାଙ୍କର ଅମାର୍ଜିତ ସପ୍ନ । ଖାସ ସେଥିଲାଗି ସେ ଝିଅର ନାଁ ସ୍ୱପ୍ନା ରଖିଥିଲେ । ସ୍ୱପ୍ନା ସ୍କୁଲ ଯାଏ । କାହା ସହ ଲାଗେନା । ନିଜ କାମରେ ସବୁବେଳେ ବ୍ୟସ୍ତଥାଏ । ଗୋଟିଏ ଚାଉଳରେ ଗଢ଼ା, କୋଟିବ୍ରହ୍ମାଣ୍ଡ ସୁନ୍ଦରୀ ପରି ଥିଲା ସ୍ଵପ୍ନା । ସପ୍ତମରେ ପଢ଼ୁଥିବା ତା ସହପାଠୀଗଣ ତା ସୌନ୍ଦର୍ଯ୍ୟର ପୂଜାରୀ ପାଲଟି ଯାଇଥିଲେ । କହିବା ବାହୁଲ୍ୟ ଯେ ଷଷ୍ଠରୁ ନଷ୍ଟ ପରି ପିଲାଏ ସ୍ୱପ୍ନା ପ୍ରେମରେ ପଡ଼ି ପଢାପଢିକୁ ଜଳାଞ୍ଜଳି ଦେଇ ଦେଇଥିଲେ ପ୍ରକାରେ । ସ୍ୱପ୍ନାର କିନ୍ତୁ ଏ ସବୁକୁ ନିଘା ନଥାଏ ।
ସେ ମାଆଙ୍କ ପାଖରୁ ଶୁଣିଛି ପ୍ରେମରେ ପଡିଲେ କୁଆଡେ ଜୀବନ ଅନ୍ଧାର । ଆଉ ନେଡ଼ିଗୁଡ଼ କହୁଣୀ କି ବୋହିଗଲେ କଥା ସରିଲା । ଏଥିପାଇଁ ଏସବୁକୁ ସେ ରାତିର ସପ୍ନ ଭାବି ପାସୋରି ଯାଏ । ମାଆଙ୍କ ପାଖରୁ ଗୀତା ଶୁଣେ, ଭାଗବତ ଶୁଣେ, ରାମାୟଣ ଶୁଣେ । ଅଥଚ ସି.ବି.ଏସ.ଇ. ପିଲା ହେଇ ଚେତନ ଭଗତଙ୍କ ହାଫ୍ ଗାର୍ଲଫ୍ରେଣ୍ଡ ଉପନ୍ୟାସକୁ ଶୁଣିବାର ଇଚ୍ଛା କରିନି । ତା’ରି ବୟସର ତା’ ସାଙ୍ଗମାନେ ସନିଲିୟନ, ବିପାସା, ଇମ୍ରାନ, ସାହିଦଙ୍କ ଫିଲ୍ମ ଦେଖିବାକୁ ବ୍ୟାଗ୍ର ହେଉଥିବାବେଳେ ସେ କିନ୍ତୁ ସେ ସବୁକୁ ନାପସନ୍ଦ କରେ । ସମୟ ପାଇଲେ ଖବରକାଗଜ ପଢିବା, ବହି ପଢିବା, ମା’ଙ୍କୁ କାମରେ ସାହାଯ୍ୟ କରିବା ଛଡା ବାପାଙ୍କ କୋଳରେ ଗେଲ ହେବାକୁ ସେ ଭାରି ପସନ୍ଦ କରେ । ଆଜି ଦିନଯାକର ପ୍ରତ୍ୟେକ ଖବର ତା’ର ତୁନି ତୁନି ଗୋଲାପିଆ ପାଖୁଡ଼ାରେ ବଖାଣୁଥାଏ ସେ ତା ମାଆଙ୍କ ଆଗରେ । ସକାଳୁ କେତେବେଳେ ଉଠିଲା, ସ୍କୁଲରେ କଉ ପିଲା କ’ଣ କହିଲା, ମିସଙ୍କୁ ଆଜି ପାଠ ଦେଲା କି ନାହିଁ, ଘରକୁ ଫେରିବା ବାଟରେ ହରି ଅଙ୍କଲ ସମସ୍ତଙ୍କୁ ଚକଲେଟ ଦେଲେ, ଏମିତି କଥା କହୁକହୁ କେତେବେଳେ ଯେ ଆଖିରେ ପରଦା ପଡ଼ିଯାଏ ,ସେ ଦୁହିଁଙ୍କୁ ଅଛପା ।
ସବୁଦିନ ଠାରୁ ଆଜି କିନ୍ତୁ ସ୍ୱପ୍ନା ପାଇଁ ଏକ ସ୍ପେଶାଲ ଦିନ । ସପ୍ତମ ଶ୍ରେଣୀର ସବୁ ପିଲାଙ୍କଠୁ ସେ ଅଧିକ ନମ୍ବର ରଖି ପାସ କରିଛି । ସେ ଜଣେ ମେଧାବୀ ଛାତ୍ରୀ ନଥିଲା, ଥିଲା ଜଣେ ଆଦର୍ଶ ଛାତ୍ରୀ । ଏ ବର୍ଷ ଆଇଡ଼ିଆଲ୍ ଷ୍ଟୁଡେଣ୍ଟ ଭାବରେ ସେ ମଞ୍ଚରେ ସମ୍ମାନିତ ହେଲା । ସ୍କୁଲ ଛୁଟି ହେଲା ଅଥଚ ପ୍ରୀତମ ଟିକେ ଚିନ୍ତିତ ଆଉ ଅପଦସ୍ତ ହେଲା ପରି ମନେ ହେଉଥିଲା । ତା’ କପାଳର ସ୍ନାୟୁରେଖା ଲୁହା ପରି ଟାଣ ହୋଇ, ରାସ୍ତାର ହମସ ପରି ଦଣ୍ଡାୟରତ ଆଉ ମୁଖମଣ୍ଡଳ ବିସଣ୍ଣଭରା ମାଦକତାର ଚାହାଣି । କାହିଁକିର ଉତ୍ତର ମାଗିବ କିଏ ? ସ୍ୱପ୍ନା ପଚାରିବାର ସ୍ୱପ୍ନରେ ରହିଗଲା ।
ସନ୍ଧ୍ୟାରେ ବାପାମାଆ, ଏକ ବିବାହ ଭୋଜି ପାଇଁ ବନ୍ଧୁ ଘରକୁ ଚାଲିଗଲେ । ଆଉ କହିଗଲେ ଆସିବାର ବିଳମ୍ବ ହେବ ତେଣୁ ତମେ ଦୁହେଁ ଖାଇପିଇ ଶୋଇଯାଇଥିବ । ରାତ୍ରିଟା ପ୍ରୀତମ ପାଇଁ ଏକ କାଳ ରାତ୍ରି ଥିଲା । ତା’କୁ ଶାନ୍ତିରେ ନିଦ ହଉ ନଥାଏ । ସେ ବାରମ୍ବାର ଉଠୁଥାଏ ପୁଣି ଶୋଉଥାଏ । ସ୍ୱପ୍ନା ମଧ୍ୟ ତା’ ଭାଇକୁ ଦେଖି ଚିନ୍ତିତ ହୋଇଯାଉଥାଏ । ନିଜେ ଅନିଚ୍ଛାକୃତ ପ୍ରଶ୍ନଟିରେ କ୍ଷୀଣ ଜ୍ୟୋତିପାଦ ଦେଇ ସ୍ୱପ୍ନା ପ୍ରଶ୍ନ କଲା :
“ଭାଇ କ’ଣ ହେଇଛି ତୋର ? ଆଜି ସକାଳଠୁ ଚିନ୍ତିତ ଥିବା ପରି ଲାଗିଛୁ !”
ପ୍ରୀତମ ସବୁ ପ୍ରଶ୍ନକୁ ଏଡେଇଦେଇ ଲମ୍ବା “ନା” ଟିଏ ମାରିଲା, ଠିକ୍ ଏକ ଗାଁର ଭିଡ ଭିତରେ ବୋଲକରା ଭାଲୁ ପରି । ହଠାତ ସେ ମୋବାଇଲର ପର୍ଦ୍ଦାରେ କିଛି ଉତ୍ତେଜିତ ଫୋଟୋ ଦେଖିବାକୁ ଲାଗିଲା । ସେ ଫୋଟୋ ଭିତରେ ନିଜ ଆକାଂକ୍ଷିତ ସ୍ୱପ୍ନକୁ ଖୋଜିବାକୁ ଚେଷ୍ଟାକଲା, ଏକ ଡାହାଳ କୁକୁର ପରି କିନ୍ତୁ ପାରିଲାନି । ଏ ଘଟଣାର ପୂର୍ଣ୍ଣାରମ୍ଭ ଘଟିଥିଲା ଠିକ୍ ଦୁଇମାସ ତଳେ । ପ୍ରଥମେ ସହପାଠୀ, ପରେ ବନ୍ଧୁତା ଆଉ ତା’ପରେ ପ୍ରେମ । ଗ୍ରୀଷ୍ମରୁ ବର୍ଷା ଆଉ ବର୍ଷାରୁ ବସନ୍ତ ଯାଏ କେମିତି ପହଞ୍ଚିଥିଲା ସେ ନିଜେ ମଧ୍ୟ ଏ କଥା ବୁଝିବାକୁ ଅକ୍ଷମ ! ଏକ ଅପରିପକ୍ୱ ସମ୍ଭାବନାରେ ଦୋଳି ଖେଳୁଥିବା ଦୁଇଟା ପିଲା ସମ୍ଭାବନା ସୃଷ୍ଟି କଲେ, ପ୍ରେମ ତାଙ୍କର ବେଶୀ ଦିନ ତିଷ୍ଠି ପାରିବନି । କେତେ ଲୁଚିଛପି କଥା ହେବା, ଦେଖା କରିବା, ଟେଡି ଦେବା, ସର୍ବୋପରି ପରସ୍ପରର ଅତି ନିକଟତର ହେବା ଏକ ଚିରାଚରିତ ଢଙ୍ଗରେ ପରିଣତ ହୋଇଯାଇଥିଲା । ଅଥଚ ଏତେ ଶୀଘ୍ର କେମିତି ଭୁଲିଗଲା । କେମିତି ତା’ ସପ୍ନସୁନ୍ଦରୀ, ତା’ ହୃଦୟର ରାଣୀ ତାକୁ ପର କରି ଧକ୍କା ଦେଇ ଚାଲିଗଲା । ଏ ପ୍ରଶ୍ନର ଉତ୍ତର ସେ ନିଜେ ମଧ୍ୟ ପାଉ ନଥିଲା ।
ଏତେ କଥା ଭାବିବା ଭିତରେ ତା’ ଦେହରୁ ଝାଳ ଗମଗମ ହେଇ ବୋହି ଯାଇଥାଏ । ସେ ବାଧ୍ୟ ହେଇ ପର୍ଣ୍ଣ ଭିଡିଓ ଦେଖିବାକୁ ଲାଗିଲା । ତା’ ଦୁଃଖଭରା ମୁହୂର୍ତ୍ତକୁ କିଛି ସମୟ ପାଇଁ ଲାଘବ କରିବାକୁ ଯାଇ ତା’ ଦେହରେ ମାଦକ ଉତ୍ତେଜନା ସୃଷ୍ଟି କରାଇଲା । ସେ ମାଦକତା କାହାକୁ ଚିହ୍ନି ନଥାଏ, ସେ ପର ହଉ କି ଆପଣାର । ତା’ର ସବୁ ବାସ୍ତବ, ନିଶାରେ ଥାଏ । ଠିକ୍ ସେତିକିବେଳେ ପ୍ରୀତମ ତା’ ପଞ୍ଝାକୁ ବଢ଼େଇଦେଲା ପଲଙ୍କର ଆର ପଟକୁ ମାନେ ସ୍ୱପ୍ନା ପାଖକୁ । ତା’ ର ନିରୀହ ସୁଲୋଳିତ ଦେହରେ କ୍ଷତାକ୍ତର କାଳିମା ବୁଣିଲା । ତା’ ସ୍ୱଳ୍ପ ଉପତ୍ୟକା ଉପରେ ହାତକୁ ବିମଣ୍ଡିତ କରି ଏକ ଭୋକିଲା ମଡ଼ା ଚଣ୍ଡାଳ ପରି ତା’ ଭଉଣୀ ସ୍ୱପ୍ନାର ଦେହକୁ ଝୁଣିଝୁଣି ଖାଇଗଲା । ଏକ ଅସଜଡ଼ା ବେଡ଼ ଉପରେ ପ୍ରୀତମର ପଞ୍ଝା ତଳେ ପଡି ରହିଥିଲା ସ୍ୱପ୍ନାର ନିତମ୍ବ ଆଉ ସେ ମାଇକୁତି ପରି କୁଁକୁଁ ଶବ୍ଦ କରୁଥିଲା, ବିକଳରେ, ଯନ୍ତ୍ରଣାରେ, ନ୍ୟାୟ ପାଇବାର ଆଶାରେ ।
ପ୍ରୀତମ ଭୁଲି ସାରିଥିଲା ସେ ତା’ର ଭଉଣୀ ଯେ ତା’କୁ ଆର ମାସ ରାକ୍ଷୀ ପୁନେଇରେ ମଥାରେ ତିଳକ ମାରି ହାତରେ ରାକ୍ଷୀ ବାନ୍ଧି ତା’ ଗୋଟା ଇଜ୍ଜତକୁ ପାଉଣା ମାଗିଥିଲା । ଆଉ ସେ ଏ କାଳ ରାତ୍ରିରେ ତା’ ଭଉଣୀର ଇଜ୍ଜତକୁ ଝୁଣି ଦେଲା । ଜୀବନ ଯୌବନକୁ ଉଚିତ ରୂପେ ବାଖ୍ୟା କରୁ ନଥିବା ସ୍ୱପ୍ନାର ସପ୍ନ ଦେଖିବା ପୂର୍ବରୁ ରାତି ପାହି ଯାଇଥିଲା । ଟେବୁଲ ଉପରେ ଅତି ଯତ୍ନରେ ସାଇତା ହେଇ ରହିଥିବା ଚିଠି ଖଣ୍ଡେ ବାହାର କରି ପଢିବାକୁ ଲାଗିଲେ । କେବେ କେମିତି ଏ ଚିଠି ଖଣ୍ଡେକୁ ପଢିଲେ ଛାତିରେ ଚାରି ଶହ ଚାଳିଶ ଭୋଲ୍ଟର କରେଣ୍ଟ ମାରେ କିନ୍ତୁ ବାରମ୍ବାର ପଢିବାକୁ ଇଚ୍ଛା ହୁଏ ।
ବାପା ମୁଁ ଜାଣିଛି ତମେ ମୋତେ ବହୁତ ଭଲପାଅ ଆଉ ମୁଁ ବି ତମକୁ ବହୁତ ଭଲପାଏ । ତମେ ମୋ ପାଇଁ ବହୁତ ସପ୍ନ ଦେଖିଥିଲ । ଖାସ୍ ସେଥିଲାଗି ତମେ ପରା ମୋ ନାଁ ସ୍ୱପ୍ନା ରଖିଥିଲ ! ହେଲେ “ପାରିଲିନି ବାପା, ପାରିଲିନି । ତମେ ମୋତେ କ୍ଷମା କରିଦେବ ।” ଏ ବାର ବର୍ଷର ଝିଅଟା ଜାଣି ନଥିଲା “ସମାଜର ସବୁ ପୁରୁଷଗୁଡ଼ା ଗୋଟେ ଗୋଟେ ଡ଼ାହଳ କୁକୁର ?” କଞ୍ଚା ମାଂସକୁ ଚୋବେଇ ଖାଇବାରେ ବ୍ୟସ୍ତ । ସେ ଖାଦ୍ୟ ଦେହକୁ ଯାଉ ଅବା ପେଟକୁ ସେଥିରେ କିଛି ଫରକ୍ ନାହିଁ ।” ସେ ପର ହଉକି ଆପଣାର କି ପ୍ରେୟସୀ, ହଉ ବା ପତ୍ନୀ ଅବା ଜନନୀ ।” ମୁଁ ତୁମକୁ ଭାରି ମିସ୍ କରୁଛି ………। ମୁଁ ସବୁବେଳେ ତମ ପାଖେପାଖେ ଛାଇ ଭଳି ରହିଥିବି । ତମେ ମନଦୁଃଖ କରିବନି, ବାପା ।
ଚିଠିଟିକୁ ଛାତିରେ ଜାବୁଡି ଧରି କାନ୍ଦିବାକୁ ଲାଗିଲେ ମାଧବାନନ୍ଦ ବାବୁ ।
-ଏଇ …….ଏଠି ଆଁ କରି ବସିଛ କ’ଣ ସଞ୍ଜ ହେଲାଣି ଜାଣିପାରୁନ କି ?
ଚମକି ପଡିଲେ ମାଧବାନନ୍ଦ ବାବୁ । ତାଙ୍କ ସ୍ତ୍ରୀ ଉର୍ମିଳା ଦେବୀ ।
(ଦେହ ଝାଳର ଆଇଁସିଆ ଗନ୍ଧ ଆଉ ଲୁହ ବୁନ୍ଦାର ସମିଶ୍ରଣକୁ ଅଜାଣତରେ ପୋଛି ନେଲେ)
-ସେ ଆସିଛି, ଉର୍ମି । ଦେଖ । ତାକୁ ଅଟକାଅ ଉର୍ମି ।
-ଆରେ ପାଗଳଙ୍କ ଭଳି କ’ଣ ହଉଚ । ତମ ପୁଅ ପ୍ରୀତମ ଆଜି ଏତେ ବର୍ଷ ପରେ ବିଦେଶରୁ ଆସୁଛି । ତମର କ’ଣ ମନେ ନାହିଁ । ଯାଅ ତାକୁ ଷ୍ଟେସନରୁ ଆଣିବ ଯାଅ ।
ମାଧବାନନ୍ଦ ଏଥର ପ୍ରକୃତିସ୍ଥ ହେଲେ। ସେ ଦେଖିଲେ ତାଙ୍କ ପାଦ ସହ ପାଦ ମିଳେଇ ଅନୁରୂପ ଢଙ୍ଗରେ ଏକ ଛାୟା ସଦୃଶ ପଦ ଚିହ୍ନ ଭୂମିରେ ପଡୁଛି । ସେ ଏଥର ଆକାଶକୁ ଚାହିଁ କାହାକୁ ଖୋଜିବାକୁ ଲାଗିଲେ । ଅତୀତ ଯେମିତି ତାଙ୍କୁ ହାତଠାରି ଡାକୁଥିଲା : “ମୁଁ ପୁଣି ଫେରିବି, ତମରି ଝିଅ ହେଇ ପୁଣି ଜନ୍ମ ହେବି।” ବାପା !ବାପା ! ଖାଲି ଶୂନ୍ୟରୁ ଶୁଭି ଯାଉଥିଲା ।
ଇରମ, ବାସୁଦେବପୁର, ଭଦ୍ରକ, ପିନ-୭୫୬୧୬୨, ମୋ-୭୦୦୮୧୮୪୩୭୦
ଲେଖକ ପରିଚୟ
ହାଇସ୍କୁଲ ଜୀବନରୁ ଲେଖାଲେଖି ଆରମ୍ଭ କରିଛି l ଏଇ ଲେଖା ପାଇଁ କେବେ ଗାଳି ମିଳିଛି ତ କେବେ ଭଲପାଇବା । ସବୁ ସତ୍ତ୍ୱେ ଲେଖାଲେଖି ଜାରି ରଖିଛି l