ଯୁବ ଲେଖିକା ମହିମା ଗନ୍ତାୟତଙ୍କୁ ଜ୍ଞାନପ୍ରକାଶ : ୨୦୨୫ ସମ୍ମାନ

ଭୁବନେଶ୍ୱର: ରାୟଗଡ଼ାର ମହିଳା ମହାବିଦ୍ୟାଳୟର ଦ୍ୱାଦଶ ଉଚ୍ଚ ମାଧ୍ୟମିକ (କଳା) ଶ୍ରେଣୀର ଛାତ୍ରୀ ମହିମା ଗନ୍ତାୟତଙ୍କୁ ରାଜ୍ୟ ସ୍ତରୀୟ ସଂଗଠନ ଜ୍ଞାନ ପ୍ରକାଶ ଦ୍ୱାରା ଏହାର ସ୍ମରଣୀୟ ଭାବରେ ଆୟୋଜିତ ରାୟଗଡ଼ା ସାହିତ୍ୟ ଅଧିବେଶନରେ ଇଂରାଜୀ ଏବଂ ହିନ୍ଦୀ ସାହିତ୍ୟରେ ତାଙ୍କର ସୃଜନଶୀଳ ଉତ୍କର୍ଷ ପାଇଁ ଜ୍ଞାନ ପ୍ରକାଶ ସମ୍ମାନ :୨୦୨୫ରେ ସମ୍ମାନିତ କରାଯାଇଛି। ଏହି ଅଧିବେଶନରେ ସାହିତ୍ୟିକ ଆଲୋଚନା, ଶିକ୍ଷା, ସାହିତ୍ୟ ଏବଂ ସଂସ୍କୃତି କ୍ଷେତ୍ରର ବହୁ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କୁ ସମ୍ବର୍ଦ୍ଧନା ପ୍ରଦାନ ସହ ବର୍ଷା ଋତୁ ବିଷୟକ କବିତା ପାଠୋତ୍ସବ ଆୟୋଜନ ହୋଇଥିଲା, ଯହିଁରେ ମହିମା ସ୍ୱଲିଖିତ ହିନ୍ଦୀ କବିତା “बिन मौसम की बारिश”କୁ ମଞ୍ଚରେ ପାଠ କରି ଉପସ୍ଥିତ ବିଶିଷ୍ଟ ବ୍ୟକ୍ତିତ୍ୱ ଏବଂ କବିତା ପ୍ରେମୀ ଦର୍ଶକମାନଙ୍କ ପ୍ରଶଂସା ଲାଭ କରିଥିଲେ ଏବଂ ଏଥିପାଇଁ ତାଙ୍କୁ ଏକ ପ୍ରଶଂସାପତ୍ର ଏବଂ ସ୍ମାରକୀ ମଧ୍ୟ ମିଳିଛି ।

Related Posts

Leave a Reply

Your email address will not be published. Required fields are marked *