ସମୀକ୍ଷା ସାରସ୍ଵତ ସମାରୋହ-୨୦୨୪ ଅନୁଷ୍ଠିତ

ଭୁବନେଶ୍ଵର : ସମୀକ୍ଷା ଖବରକାଗଜ ଓ ଧଉଳି ପବ୍ଲିକେଶନ ପକ୍ଷରୁ ସେପ୍ଟେମ୍ବର ୮ ତାରିଖ ଦିନ ‘ରିଲିଜିଅସ ଲାଇଫ’ ପୁସ୍ତକ ଉନ୍ମୋଚିତ ହେବା ସହିତ ସମୀକ୍ଷା ସାରସ୍ଵତ ସମାରୋହ-୨୦୨୪ ଜୟଦେବ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବାଚସ୍ପତି ସୁରମା ପାଢୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବେଦ, ପୁରାଣ ଓ ଉପନିଷଦରେ ବହୁ ସୁନ୍ଦର କଥା ରହିଛି ଯାହାକୁ ଯୁବପିଢି ଜାଣିବା ଦରକାର ବୋଲି କହିଥିଲ । ବିଶିଷ୍ଟ ସ୍ତମ୍ବକାର ଭଗବାନ ପ୍ରକାଶଙ୍କ ପୌରୋହତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସ୍ଵତନ୍ତ୍ର ଅତିଥି ଭାବେ ବିଶିଷ୍ଟ ଭାଷାବିତ ଦେବୀ ପ୍ରସନ୍ନ ପଟ୍ଟନାୟକ, ମୁଖ୍ୟବକ୍ତା ତଥା ବିଶିଷ୍ଟ ସାହିତ୍ୟିକ ଦାଶ ବେହେନୁର, ବରିଷ୍ଠ ଆଇନଜୀବି ଗୋକୁଳାନନ୍ଦ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ ଧାର୍ମିକ ଜୀବନ, ଧାର୍ମିକ ପରିଭାଷା, ଗୀତା, ଭାଗବତରେ ଜୀବନକୁ ନେଇ ବର୍ଣ୍ଣିତ ବାଣୀ ଆଦିର ବିସ୍ତୃତି ଆଲୋଚନା କରିଥିଲେ ।

ଅନ୍ୟତମ ଅତିଥି ଭାବେ ପୁସ୍ତକର ଲେଖକ କାଶୀନାଥ ନାୟକ ଏହାର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ବିଶିଷ୍ଟ ଶିକ୍ଷାବିତ ପଲ୍ଲୀ ପଟ୍ଟନାୟକ, ପ୍ରାକୃତିକ ବିକିତ୍ସାବିତ ବିନୋଦିନୀ ଦେବୀ, ବୈଜ୍ଞାନିକ ବିଜନ ବିହାରୀ ନାୟକ ଓ ଲେଖକ ସୁଦର୍ଶନ ପଟ୍ଟନାୟକଙ୍କୁ ‘ସମୀକ୍ଷା ସମ୍ମାନ’ରେ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମରେ ଖବରକାଗଜର ସମ୍ପାଦକ ତଥା ପବ୍ଲିକେଶନର ପ୍ରକାଶକ ଡ. ମହେଶ୍ଵର ସ୍ଵାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲାବେଳେ ବରିଷ୍ଠ ସାମ୍ବାଦିକ ଜ୍ଞାନଚାନ୍ଦ ମଲ୍ଲିକ ଧନ୍ୟବାଦ ଦେଇଥିଲେ । ମଞ୍ଚ ପରିଚାଳନା କରିଥିଲେ ବରିଷ୍ଠ ସାମ୍ବାଦିକ ଅରୁଣ ଦାଶ ।

Related Posts

Leave a Reply

Your email address will not be published. Required fields are marked *