‘ଆପଣା କଲା କର୍ମମାନ’ ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର : ରାଧାଶ୍ୟାମ ରାଉଳଙ୍କ ରଚିତ ବ୍ୟଙ୍ଗଗଳ୍ପ ସଂକଳନ ‘ଆପଣା କଲା କର୍ମମାନ’ ପୁସ୍ତକ କଟକ ଶ୍ରୀରାମଚନ୍ଦ୍ର ଭବନଠାରେ ରବିବାର ଦିନ ଉନ୍ମୋଚିତ ହୋଇଯାଇଛି । ଉତ୍କଳ ସାହିତ୍ୟ ସମାଜର ସଭାପତି ଡ. ଗୋବିନ୍ଦ ଚନ୍ଦ୍ର ଚାନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାହିତ୍ୟିକ ଜଗବନ୍ଧୁ ମିଶ୍ର, ମୁଖ୍ୟ ବକ୍ତା ବ୍ୟଙ୍ଗକବି ଜ୍ଞାନ ହୋତା, ସମ୍ମାନିତ ଅତିଥି ଭାରତୀୟ ପ୍ରଶାସନିକ ସେବା ଅଧିକାରୀ କାଳୀପ୍ରସନ୍ନ ମହାପାତ୍ର, ବରେଣ୍ୟ ଅତିଥି ଡ. ବିଜୟ କୁମାର ଶତପଥୀ ଯୋଗ ଦେଇ ପୁସ୍ତକର ସମୀକ୍ଷା କରିବା ସହ ରମ୍ୟ ଓ ବ୍ୟଙ୍ଗ ସାହିତ୍ୟର ଶୈଳୀ ଓ ପରମ୍ପରା ସମ୍ପର୍କରେ ଆଲୋଚନା କରିଥିଲେ । ଶକ୍ତିପ୍ରଦା ମହାପାତ୍ର ଅତିଥିଙ୍କୁ ମଞ୍ଚକୁ ଆମନ୍ତ୍ରଣ କରିଥିବା ବେଳେ ପ୍ରଜ୍ଞା ପାରମିତା ଆଚାର୍ଯ୍ୟ ଅତିଥି ପରିଚୟ ଦେଇଥିଲେ ।

ଏହାସହିତ ସିଦ୍ଧେଶ ପବ୍ଲିଶିଂ ହାଉସ ପକ୍ଷରୁ ପ୍ରକାଶିକା ପ୍ରୀତିମୟୀ ପଣ୍ଡା ଧନ୍ୟବାଦ ଦେଇଥିଲେ । ଡ. ନାରାୟଣ ମହାନ୍ତି, ସୌରାଂଶୁ ପଟ୍ଟନାୟକ, ଡ. ଧର୍ମଛଡ଼ା, ଦେବାଶିଷ ସାମନ୍ତରାୟ, ପ୍ରସନ୍ନ କୁମାର ସ୍ଵାଇଁ, ଲକ୍ଷ୍ମୀଛଡ଼ା, ଉତ୍କଳ ସାହିତ୍ୟ ସମାଜର ସମ୍ପାଦକ ଆଦିତ୍ୟ ପ୍ରତାପ ଧଳ, କୋଷାଧ୍ୟକ୍ଷ ଶିବାଶିଷ କର, ପାଠାଗାର ସମ୍ପାଦକ ବ୍ରହ୍ମାନନ୍ଦ ବିଶ୍ଵାଳ, କାର୍ଯ୍ୟନିର୍ବାହୀକା ସମିତି ସଭ୍ୟ ବ୍ରହ୍ମାନନ୍ଦ ମହାନ୍ତିଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।

Related Posts

Leave a Reply

Your email address will not be published. Required fields are marked *