ଭୀମ ଭୋଇଙ୍କ ସମ୍ପର୍କରେ ରାଜ୍ୟସ୍ତରୀୟ ଆଲୋଚନାଚକ୍ର

ଭୁବନେଶ୍ଵର : ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟର ଭୀମ ଭୋଇ ଚେୟାର ଆନୁକୂଲ୍ୟରେ ‘ଭୀମ ଭୋଇଙ୍କ ସାହିତ୍ୟର ସାମ୍ପ୍ରତିକ ମୂଲ୍ୟ’ ଶୀର୍ଷକ ଏକ ରାଜ୍ୟସ୍ତରୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । କୁଳପତି ପ୍ରଫେସର ପ୍ରସନ୍ନ କୁମାର ସ୍ଵାଇଁଙ୍କ ସଭାପତିତ୍ଵରେ ହୋଇଥିବା ଏହି କାର୍ଯ୍ୟକ୍ରମର ଉଦଘାଟନୀ ଉତ୍ସବରେ ଶିକ୍ଷାବିତ ପ୍ରଫେସର ଯତୀନ୍ଦ୍ର କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ମୁଖ୍ୟ ବକ୍ତା ଭାବେ ରଘୁନାଥ ମେହେର, ଓଡ଼ିଶା ସାହିତ୍ୟ ଏକାଡ଼େମୀର ସଚିବ ଚନ୍ଦ୍ରଶେଖର ହୋତା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।

ସନ୍ଥକବି ଭୀମ ଭୋଇଙ୍କ ସାହିତ୍ୟର ଆଭିମୁଖ୍ୟ ମାନବବାଦ ମୂଲ୍ୟବୋଧ ଭିତ୍ତିକ ଦର୍ଶନ ଉପରେ ଆଧାରିତ ଥିଲା ଏବଂ ଏହାର ସାମ୍ପ୍ରତିକ ମୂଲ୍ୟ ଏବେ ବି ବଜାୟ ରହିଛି ବୋଲି ଅତିଥିମାନେ କହିଥିଲେ । କୁଳସଚିବ ଅନାମିକା ଅଧକାରୀ ଭୀମ ଭୋଇଙ୍କ ସାମାଜିକ ସଂସ୍କାର ମୂଳକ ସାହିତ୍ୟର ପ୍ରାସଙ୍ଗିକତା ଉପରେ ଆଲୋକପାତ କରିଥିଲେ । ପ୍ରଫେସର ପ୍ରେମାନନ୍ଦ ମହାପାତ୍ର ସ୍ଵାଗତ ଭାଷଣ ଓ ଅତିଥି ପରିଚୟ ଦେଇଥିବା ବେଳେ ସ୍ନାତକୋତ୍ତର ବିଭାଗ ମୁଖ୍ୟ ଚକ୍ରଧର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଅଧ୍ୟାପକ ଜ୍ଞାନରଞ୍ଜନ ପଣ୍ଡା କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ସହକାରୀ ପ୍ରଫେସର ଆଶିଷ ମହାପାତ୍ର ଓ ନୀଳାଦ୍ରି କଲ୍ୟାଣ ଦାସ ଆଲୋଚନାଚକ୍ରକୁ ପରିଚାଳନା କରିଥିଲେ । ସହଯୋଗୀ ପ୍ରଫେସର ଧୀରଜ କୁମାର ମହାପାତ୍ରଙ୍କ ନିର୍ଦ୍ଦେଶନାରେ ଓଡ଼ିଶୀ କଣ୍ଠ ସଙ୍ଗୀତ ବିଭାଗର ଛାତ୍ରଛାତ୍ରୀମାନେ ଭଜନ ପରିବେଷଣ କରିଥିଲେ ।

Related Posts

Leave a Reply

Your email address will not be published. Required fields are marked *