ଶୁଭଲକ୍ଷ୍ମୀ ବେହେରା
ଦେଖଣାହାରୀ ତ ଅନେକ କଥା କହିବେ,
କହି କହି ତୁମ ସ୍ଵାଧୀନ ଚିନ୍ତାଧାରାକୁ
ପରାଧୀନ ମଧ୍ୟ କରିବେ,
ହେଲେ ତୁମେ ନିଜ ସମ୍ବନ୍ଧରେ ଭାବିବ ଯେତେଥର,
ହୃଦୟ ତୁମକୁ ପ୍ରତିଥର ସାନ୍ତ୍ଵନା ଦେବ,
ନିଜେ ମୁଁ ନିଜର ।
ବାସ୍ତବରେ ତୁମେ ଅନ୍ୟଠାରୁ ମନ୍ତବ୍ୟ ପାଇବାଟା,
ବଡ଼କଥା ନୁହେଁ,
ତାହା ତ ସଭିଙ୍କୁ ମିଳେ,
ତୁମର ପାରିବାପଣିଆ ଉପରେ ଅଙ୍କୁଶ ଲଗାଇବାକୁ,
ସଭିଏଁ ତତ୍ପର,
ହେଲେ ନିଜକୁ ଥରେ ନିଜେ ପଚାରି ଦେଖ,
ତୁମ ଅନ୍ତର କହିବ ନିଜେ ମୁଁ ନିଜର ।
ସ୍ଵପ୍ନ ତ ସଭିଏଁ ଦେଖନ୍ତି,
ସ୍ଵପ୍ନରେ ଦେବାକୁ ପଡ଼େନାହିଁ ପାଉଣା,
ସର୍ବ ରୂପି କର୍ମ କରି ସାରିବା ପରେ,
ଯଦି କେହି ପଚାରେ କାହିଁ ନୁହେଁ ତୁମେ ସଫଳ,
ଅସଫଳତା ବି ଚେତେଇ ଦେବ ଦୁଃଖ ରୂପି ଅନ୍ଧାର,
ବିଶ୍ୱାସ କର, କେହି ନଥିବେ ସେତେବେଳେ,
କେବଳ ଥିବ ତୁମ ବିବେକ ତୁମକୁ ପାଛୋଟି ନେବାକୁ,
ବକ୍ତବ୍ୟ ରଖି ନିଜେ ମୁଁ ନିଜର ।
ସାଲେପୁର, କଟକ
ଲେଖକ ପରିଚୟ
ଲେଖା ପ୍ରତି ଆଗ୍ରହ ମୋର ସେବେ ଜନ୍ମିଲା ଯେବେ ଛୁଆବେଳେ ମୁଁ ମୋ ମାଆଙ୍କୁ ପ୍ରଥମଥର ଲେଖିବାର ଦେଖିଥିଲି । ସେହଦିନଠାରୁ ପ୍ରେରଣା ଲାଭ କରିଥିଲି ଲେଖିବାର । ଏଯାବତ୍ ଯାହା ବି ଲେଖେ ବାସ୍ତବ ଜୀବନକୁ ଲକ୍ଷ୍ୟ କରି ଲେଖେ ।