ସମ୍ବର୍ଦ୍ଧିତ ହେଲେ ପ୍ରକାଶକ ସତ୍ୟ ପଟ୍ଟନାୟକ

ଭୁବନେଶ୍ଵର : ଭୁବନେଶ୍ଵରସ୍ଥ ଢେଙ୍କାନାଳ କଲଚରାଲ୍ ଆସୋସିଏସନ ପକ୍ଷରୁ ଆମେରିକାରେ ରହୁଥିବା ପ୍ରକାଶକ ଓ ଲେଖକ ସତ୍ୟ ପଟ୍ଟନାୟକଙ୍କ ସମ୍ବର୍ଦ୍ଧନା ଉତ୍ସବ ତଥା ‘ଅବକ୍ଷୟମୁଖୀ ଆମ ଭାଷା, ସାହିତ୍ୟ ଓ ସଂସ୍କୃତି’ ଆଲୋଚନାଚକ୍ର ସ୍ଥାନୀୟ ବୁଦ୍ଧ ମନ୍ଦିରରେ ଅନୁଷ୍ଠିତ ହୋଇଯାଇଛି । ସମ୍ବର୍ଦ୍ଧନାର ଉତ୍ତରରେ ‘ବ୍ଲାକ ଈଗଲ ବୁକ୍ସ’ର ପ୍ରକାଶକ ସତ୍ୟ ପଟ୍ଟନାୟକ କହିଥିଲେ, ‘ମୁଁ ବିଶ୍ଵର ଯେଉଁଠି ଥିଲେ ବି ନିଜକୁ ଢେଙ୍କାନାଳିଆ ବୋଲି ଗର୍ବ କରେ । କାରଣ ନିଜ ମାତୃଭୂମି ତଥା ଜନ୍ମମାଟି ନାମରେ ପରିଚିତ ହେବା ସୌଭାଗ୍ୟର କଥା । ଦୀର୍ଘଦିନ ଧରି ଆମେରିକାରେ ଥିଲେ ମଧ୍ୟ ଓଡ଼ିଶାର ଭାଷା, ସାହିତ୍ୟ ଓ ସଂସ୍କୃତି ଉପରେ କାମ କରିବାର ସୁଯୋଗ ପାଇଛି । ଆମେଇକାରେ ଓଡ଼ିଆମାନଙ୍କୁ ଏକତ୍ରିତ କରି ଓଡ଼ିଆ କହିବା, ପଢିବା, ଓଡ଼ିଆ ସଂସ୍କୃତିର ପ୍ରଚାର ପ୍ରସାର କରିବା କାମ ମୋତେ ବିଶେଷ ଆନନ୍ଦ ଦେଇଛି ।’ ତେବେ ଓଡ଼ିଆ ଭାଷାକୁ ବଞ୍ଚାଇ ରଖିବା ପାଇଁ ଗୁଣୀ ପାଠକ ତିଆରି ହେବା ଆବଶ୍ୟକ ବୋଲି ଶ୍ରୀ ପଟ୍ଟନାୟକ ମତ ଦେଇଥିଲେ ।

ଏହି ଅବସରରେ ଡ. ସୌରେନ୍ଦ୍ର ମହାପାତ୍ରଙ୍କ ସଭାପତିତ୍ଵରେ ‘ଅବକ୍ଷୟମୁଖୀ ଆମ ଭାଷା, ସାହିତ୍ୟ ଓ ସଂସ୍କୃତି’ ଆଲୋଚନା ଅନୁଷ୍ଟିତ ହୋଇଥିଲା । କାର୍ଯ୍ୟକ୍ରମରେ ଡ. କୃଷ୍ଣଚନ୍ଦ୍ର ଆଇଚ ସଂଶଯୋନା , ନୃସିଂହ ମହାପାତ୍ର ସ୍ଵାଗତ ବକ୍ତବ୍ୟ ଓ ସମ୍ପାଦକ ପ୍ରେମାନନ୍ଦ ବିଶ୍ଵାଳ ଧନ୍ୟବାଦ ଦେଇଥିଲେ ।

Related Posts

Leave a Reply

Your email address will not be published. Required fields are marked *