ଭୁବନେଶ୍ଵର : ପବିତ୍ର ମାଘ ତିଳ ସପ୍ତମୀ ତିଥିରେ ରାୟଗଡ଼ ନଗର ରୟତ କଲୋନୀ ସ୍ଥିତ ସତ୍ୟସାଇ ମନ୍ଦିର ପରିସରରେ ଡଃ ରତି ରଞ୍ଜନ ଦାଶଙ୍କ “ଢୋଲଟା ଭିତରେ ପଶିଚି ମୂଷା” ଶୀର୍ଷକ କବିତା ସଂକଳନର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମର ସଭାପତି ଡଃ ରତି ରଞ୍ଜନ ଦାଶ, ମୁଖ୍ୟଅତିଥି ବରିଷ୍ଠ ସାମ୍ବାଦିକ ଡଃ ବାଦଲ କୁମାର ତା, ମୁଖ୍ୟବକ୍ତା ଶ୍ରୀଯୁକ୍ତ ଦାମୋଦର ପଣ୍ଡା, ସମ୍ମାନିତ ଅତିଥି ସୋମେଶ୍ୱର ରାଓ ଓ ସମାଜସେବୀ ସତିଶ୍ ମଞ୍ଚାସୀନ ହୋଇଥିବା ବେଳେ କାର୍ଯ୍ୟକ୍ରମର ସଞ୍ଚାଳନ କରିଥିଲେ ଶ୍ରୀମତୀ ସସ୍ମିତା ମିଶ୍ର ।
ସୂଚନା ଅନୁଯାୟୀ ପୁସ୍ତକ ଉନ୍ମୋଚନ ପରେପରେ କବୟିତ୍ରୀ ମହେଶ୍ଵତା ପାଣିଗ୍ରାହୀ ଓ ତ୍ରିବେଣୀ ମିଶ୍ରଙ୍କ ସଂଯୋଜନାରେ ଶୀତ ଆଧାରିତ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଥିଲା । କବି ସର୍ବଶ୍ରୀ ପ୍ରଶାନ୍ତ ପଟ୍ଟନାୟକ, ସଦାଶିବ ରାଜଗୁରୁ, ଲଳିତ ମୋହନ ଜେନା, ପ୍ରଦୀପ ତ୍ରିପାଠୀ,ମାୟାଧର ସାହୁ, ଅରୁଣ ଲେଙ୍କା, ଅରୁଣ ପାଣିଗ୍ରାହୀ, ରବି ଶତପଥୀ, ଅଖିଳେସ ପଟ୍ଟନାୟକ, ଜୟଦେବ ସିଠ, ଭାଗରଥୀ ଶତପଥୀ, ଶ୍ରୀମତୀ ସସ୍ମିତା ମିଶ୍ର, ମହେଶ୍ଵେତା ପାଣିଗ୍ରାହୀ, ଅହଲ୍ୟା ମହାରଣା, ତ୍ରିବେଣୀ ମିଶ୍ର ପ୍ରମୁଖଙ୍କ ସମେତ ଅନ୍ଯ ଗଣ୍ୟମାନ୍ଯ କବି କବୟିତ୍ରୀ ମାନେ ସ୍ବରଚିତ କବିତା ପାଠ କରିଥିଲେ। କବି ରତି ରଞ୍ଜନ ଦାଶ ତାଙ୍କ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ବରିଷ୍ଠ କବି ଶ୍ରୀ ନାରାୟଣ ପଣ୍ଡା, ଲଳିତ ମୋହନ ଜେନା, ମାୟାଧର ସାହୁ, ସଦାଶିବ ରାଜଗୁରୁ, ଓ ଜୟଦେବ ସିଠଙ୍କୁ ଉପାୟନ ଦେଇ ସମ୍ମାନିତ କରିଥିଲେ । ଶ୍ରୀ ଦାଶ ନିଜ ମନକଥା କହିବା ଭିତରେ ପ୍ରବୀଣ କବିମାନଙ୍କ ଅବଦାନ ସମ୍ପର୍କରେ କହିବା ସହ କବି ତଥା ସ୍ତମ୍ଭକାର ସତ୍ୟନାରାୟଣ ଗନ୍ତାୟତଙ୍କ ସାହିତ୍ୟ କୃତି ସମ୍ପର୍କରେ ବିଶେଷ ଉଲ୍ଲେଖ କରିଥିଲେ । କାର୍ଯ୍ୟକ୍ରମ ଆୟୋଜନ ପାଇଁ ଭାରତୀୟ ମଜଦୁର ସଂଘ ବରିଷ୍ଠ କର୍ମୀ ତଥା ଜଣାଶୁଣା ଗଣମାଧ୍ୟମ ବ୍ୟକ୍ତିତ୍ୱ ଯୋଗେଶ ଦାସଙ୍କ ଅବଦାନ ଥିଲା ସ୍ୱାଗତଯୋଗ୍ୟ । କାର୍ଯ୍ୟକ୍ରମ ଶେଷରେ କବି ପ୍ରଶାନ୍ତ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରି ଥିଲେ।
