ଭୁବନେଶ୍ଵର : ବିଶିଷ୍ଟ କବି ମମତା ଦାଶ ଚଳିତ ବର୍ଷର ମର୍ଯ୍ୟାଦାଜନକ ‘ଗୋଦାବରୀଶ ମିଶ୍ର’ ସମ୍ମାନ ପାଇବାକୁ ମନୋନୀତ ହୋଇଛନ୍ତି । ଆଗାମୀ ୨୬ ତାରିଖ ଅର୍ଥାତ ଆସନ୍ତାକାଲି ସନ୍ଧ୍ୟାରେ କଟକର ସାରସ୍ଵତ ପୀଠ ସାରଳା ଭବନଠାରେ ସାରଳା ସାହିତ୍ୟ ସଂସଦ ଦ୍ଵାରା ଆୟୋଜିତ ଗୋଦାବରୀଶ ମିଶ୍ରଙ୍କ ଜୟନ୍ତୀ ପାଳନ ଅବସରରେ ଶ୍ରୀମତୀ ଦାସ ଏହି ସମ୍ମାନ ଲାଭ କରିବେ । ଏନେଇ ସଂସଦର ପ୍ରତିଷ୍ଠାତା ଓ ସଭାପତି ଡାକ୍ତର ନିରଞ୍ଜନ ତ୍ରିପାଠୀ ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି ।
ସୂଚନାଥାଉ ଯେ ଏହି ପୁରସ୍କାର ସ୍ଵରୂପ ଶ୍ରୀମତୀ ଦାଶଙ୍କୁ ପଚାଶ ହଜାର ଟଙ୍କା ଅର୍ଥାରାଶି ସହିତ ମାନପତ୍ର ଓ ଉତ୍ତରୀୟ ପ୍ରଦାନ କରାଯିବ । ଶ୍ରୀମତୀ ଦାଶଙ୍କ କୃତି ମଧ୍ୟରେ ଭୂମିସ୍ପର୍ଶ, ଅନ୍ୟ ଜଗତର ସକାଳ, କେହି ଜଣେ ବିଶାଖା, ଆମ ସାହିତ୍ୟରେ ଶ୍ରୀରାଧା ବିଳାସ, ପ୍ରଥମ ଆଲୋକ, ଏକତ୍ର ସୂର୍ଯ୍ୟଚନ୍ଦ୍ର ଆଦି ଅନ୍ୟତମ । ମୋଟ ୪୦ ଟି ଗ୍ରନ୍ଥର ସେ ରଚୟୀତା ।
