ମହିମା ଗନ୍ତାୟତଙ୍କୁ “ଭାରତ କବି ରତ୍ନ” ପୁରସ୍କାର

ଭୁବନେଶ୍ଵର : ଯୁବ ଲେଖିକା ଭାବେ ନିଜ ସୃଜନଶୀଳ ଉତ୍କର୍ଷ ପାଇଁ ଜଣାଶୁଣା ରାୟଗଡ଼ା ମହିଳା ମହାବିଦ୍ୟାଳୟର ଛାତ୍ରୀ ମହିମା ଗନ୍ତାୟତଙ୍କୁ ଦିଲ୍ଲୀ ସ୍ଥିତ “ଦି ବ୍ଲୁ ଷ୍ଟାର ପ୍ରକାଶନ”ର ପ୍ରତିଷ୍ଠିତ “ଭାରତ କବି ରତ୍ନ ପୁରସ୍କାର”ରେ ସମ୍ମାନିତ କରାଯାଇଛି । ପ୍ରକାଶନ ପକ୍ଷରୁ ସେମାନଙ୍କର ପ୍ରତିଷ୍ଠିତ “ଭାରତ କବି ରତ୍ନ ପୁରସ୍କାର” ପ୍ରଦାନ କରିବା ପାଇଁ ଗତ ନଭେମ୍ବର ୨୦୨୫ରେ ସୃଜନଶୀଳ ସ୍ରଷ୍ଟାଙ୍କଠାରୁ ସେମାନଙ୍କ ବହୁଭାଷୀ ଏବଂ ବିବିଧ ସୃଜନଶୀଳ ଲେଖାମାନ ଆହ୍ୱାନ କରି ଏକ ଦେଶବ୍ୟାପୀ ପ୍ରତିଯୋଗିତା ଆୟୋଜନ ହୋଇଥିଲା । ମହିମା ଏହି ପ୍ରତିଯୋଗିତାରେ ନିଜ ଲିଖିତ “THE REAL VICTORY” ଶୀର୍ଷକ ଇଂରାଜୀ ଗପ ଦାଖଲ ପୂର୍ବକ ଅଂଶଗ୍ରହଣ କରିଥିଲେ, ଯାହା ଆଜି ତାଙ୍କୁ ପ୍ରତିଷ୍ଠିତ BHARAT KAVI RATNA ପୁରସ୍କାର ପାଇଁ ବିଜେତା ଭାବରେ ବିବେଚିତ କରିଛି ।

ସୂଚନା ଅନୁସାରେ ଅଧ୍ୟୟନ ସହ ସମତାଳରେ ସୃଜନଶୀଳ ସାହିତ୍ୟ ସାଧନମଗ୍ନା ରହି ଆସୁଥିବା ମହିମା ଗନ୍ତାୟତ ଦେଶର ଅନେକ ଡିଜିଟାଲ୍, ସାମାଜିକ ଏବଂ ମୁଦ୍ରିତ ଗଣମାଧ୍ୟମ ମାନଙ୍କରେ ବ୍ୟାପକ ଭାବରେ ପ୍ରକାଶିତ ହୋଇ ଆସୁଛନ୍ତି । ମହିମା ଜଣାଶୁଣା ଓଡ଼ିଆ କବି ଓ ସ୍ତମ୍ଭକାର ସତ୍ୟନାରାୟଣ ଗନ୍ତାୟତଙ୍କ ସାନ ଝିଅ, ଚିର ଅମର ଓଡ଼ିଆ ଲେଖକ ଗନ୍ତାୟତ ଶିବପ୍ରସାଦ ଏବଂ ଦିବଂଗତା କବୟିତ୍ରୀ ନିର୍ମଳା ଗନ୍ତାୟତଙ୍କ ଝିଆରୀ । ନିଜର ଏହି ସଫଳତାକୁ ସେ ତାଙ୍କ ପାଠକବର୍ଗ, ଶୁଭେଚ୍ଛୁବୃନ୍ଦ, ଶିକ୍ଷକଗଣ ଏବଂ ପରିବାର ପରିଜନଙ୍କୁ ଉତ୍ସର୍ଗ କରିଛନ୍ତି, ଯେଉଁମାନେ ତାଙ୍କ ଭିତରେ ଥିବା ଯୁବ ସ୍ରଷ୍ଟାଟିକୁ ସଦା ସୃଜନମଗ୍ନା ରହିବା ପାଇଁ ନିରନ୍ତର ଆଶୀର୍ବାଦ ପ୍ରଦାନ କରି ଆସୁଛନ୍ତି ।

Related Posts

Leave a Reply

Your email address will not be published. Required fields are marked *