ମଞ୍ଜୁଳା ପ୍ରଧାନ

ଆସ ମାଆ ଅମ୍ବିକେ ଜଗଦମ୍ବା ତୁମେ
ଛାଡ଼ି ସରଗପୁର,
ଦେଖିଯାଅ ଥରେ ଏ ମର୍ତ୍ତ୍ୟ ଭୂମିରେ
କେତେ ଯେ ମହିଷାସୁର,
ତୁମେ ସିନା ବଧ କରିଥିଲ ସତ୍ୟେ
ମହିଷାସୁର ଗୋଟିଏ,
ଆଜି କିନ୍ତୁ ଏଠି ଦଳଦଳ ହୁଅନ୍ତି
ମହିଷାସୁର କୋଟିଏ ।

ଅସୁରକ୍ଷିତ ଏ ନାରୀର ସମାଜ
କାମୁକର କମାଗ୍ନିରେ,
ଲୋକ ଲଜ୍ୟାରେ ଆଜିର ଯୁବତୀ
ଆତ୍ମହତ୍ୟା କରି ମରେ ।

ନିରବେ କାନ୍ଦଇ ଅନୂଢା ବାଳିକା
ନୟନୁ ନିଗାଡ଼ି ଲୁହ,
ସତୀର ସତୀତ୍ଵ ଆଜି ବେସହରା
କା’ ଆଗେ କହିବ କୁହ ।

ଧର୍ମ ମୁଖା ପିନ୍ଧି ଅଧର୍ମ କରନ୍ତି
ସମସ୍ତେ ତ ସଇତାନ,
ଲୋକ ଦେଖାଣିଆ ବାହାବା ନିଅନ୍ତି
ଦିଅନ୍ତି ମିଛ ସ୍ଳୋଗାନ ।

ଆସ ଦଶଭୁଜା ଦିଅ ବାରେ ସଜ୍ଜା
ଏ ରକ୍ଷକୂଳ ଜାତିକୁ,
ନହେଉ କୁକର୍ମ ସଂସ୍ଥାପିଣ ଧର୍ମ
ଦୂରକର ଏ ଭିତ୍ତିକୁ ।

କାଠିକୁଟାର ଏ ରାବଣ ଦହନେ
କୁହ ମାତା କେଉଁ ଲାଭ,
ଜୀବନ୍ତ ରାବଣ ଦହନେ ସମାଜ
ପାଆନ୍ତା ପୂର୍ବ ଗୌରବ ।

ସି. ଡି.ଏ., କଟକ

ଲେଖକ ପରିଚୟ

କଲେଜ ଜୀବନରୁ ଲେଖାଲେଖି ପ୍ରତି ମୋର ରୁଚି ରହିଅଛି । କବିତା ଲେଖିବା ସହିତ ସମାଜସେବାରେ ବି ନିଜକୁ ନିୟୋଜିତ କରିଛି । ଏବେ ନିକଟରେ ମୁଁ ଡକ୍ତରେଟ ଉପାଧି ପାଇଅଛି ଏବଂ ମୋର ଲିଖିତ ବହି ଆଗକୁ ପ୍ରକାଶିତ ହେବାକୁ ଅଛି ।

Related Posts

Leave a Reply

Your email address will not be published. Required fields are marked *