ଭୁବନେଶ୍ଵର : କଥାକାର କିଶୋର ଚନ୍ଦ୍ର ସାହୁ ଓଡ଼ିଆ ଗଳ୍ପ ଜଗତର ଜଣେ ବ୍ୟତିକ୍ରମ ଶିଳ୍ପୀ କହିଲେ ଅତ୍ୟୁକ୍ତି ହେବ ନାହିଁ । ପେଶାରେ ସେ ଥିଲେ ଜଣେ ବ୍ୟାଙ୍କ କର୍ମଚାରୀ । ନୂଆଦିଲ୍ଲୀ ସ୍ଥିତି ତାଙ୍କ ବାସଭବନରେ ଥିଲାବେଳେ ତାଙ୍କର ପରଲୋକ ହୋଇଯାଇଛି ଯାହା ସାହିତ୍ୟିକଙ୍କ ପାଇଁ ଏକ ଦୁଃଖଦ ଖବର ।
‘ନିଜ ସହ ଲୁଚକାଳି’, ‘ମୁଠାଏ ଆକାଶ’, ‘ଛପନ ଭୋଗ’, ‘ଜାଣେନା କାହା ବାଟ ରହିଛି ଚାହିଁ’ ଆଦି ଗଳ୍ପ ସଂକଳନ ତାଙ୍କ ବହୁଧା ଚିନ୍ତା ଚେତନାର ପରିଚୟ ଦିଏ । ଗଳ୍ପ ଲେଖିବା ବ୍ୟତୀତ ସେ ଏକାଧାରରେ ଜଣେ କବି, ନାଟ୍ୟକାର ବି ଥିଲେ । ‘ଅନୁତାପର ଅଶ୍ରୁ’, ‘ମାଆ ରାଣ ମିଛ କହୁନି’ ଭଳି ନାଟକ ତାଙ୍କୁ ଏକ ଭିନ୍ନ ପରିଚୟ ଦେଇଥିଲା । ତାଙ୍କ ନାଟକ ‘ଅନୁତାପର ଅଶ୍ରୁ’ ଶତାଧିକ ବାର ମଞ୍ଚସ୍ଥ ହୋଇ ତାଙ୍କୁ ଖୁବ ଲୋକପ୍ରିୟ କରାଇଥିଲା ।