ତାରାପ୍ରସାଦ ଜେନା
ଶାନ୍ତି ଦେବ ବୋଲି କହିଥିଲ ସିନା ଦୁଃଖ ଦେଇଦେଲ ବେଶି
ଲୁହ ପାଣି ମୋର ଶ୍ରାବଣଠୁ ବଡ଼, ସୁଖ ପାଇଲିନି ବେଶି । ୦ ।
ସୁଖ ଦୋଳି ପରେ ଝୁଲିବାଟା ମିଛ ଛିଡ଼ିଗଲା କାଳ ରଶି
ମନ ଚଇତାଳି ବଇଶାଖୀ ଧାସେ ସୁଖ ପାଇଲିନି ବେଶି । ୧ ।
ଗଙ୍ଗା ପାଖେ ରହି ନିଜକୁ ପଚାରେ କାହିଁ ହେଲି ଏତେ ଶୋଷି
ଅଳି ହୋଇ ଫୁଲ ମହୁ ଚାଖିଲିନି ସୁଖ ପାଇଲିନି ବେଶି । ୨ ।
ଉଚ୍ଚ ଗଳା ଥିଲା ସଉକକୁ ଗୀତ, ଗଳା ମୋର ଗଲା ବସି
ଦୋଷୀ ପଣେ କିଏ କାହାକୁ ଅନାଏ ସୁଖ ପାଇଲିନି ବେଶି । ୩ ।
ଦୁନିଆ କହିବ ‘ତାରା’ ଜଣେ ଥିଲା ପ୍ରେମ ପାଇଁ ପାଏ ଫାଶି
ଅଭାଗାର ଏଇ ଜନରବ ହେଉ ଗଉରବ ସେଇ ବେଶି । ୪ ।
ସା.-ରଣପୁର (ଗୋଡ଼ିପାଟଣା ସାହି), ଡାକ- ରାଜ ରଣପୁର, ୭୫୨୦୨୬, ଦୂରଭାଷ-୯୩୪୮୦୫୪୩୦୦
ଲେଖକ ପରିଚୟ
ଗୀତି କବିତାରେ ଆଧୁନିକ ବିଷୟ ବସ୍ତୁକୁ ସହଜ ସାବଲୀଳ ଢଙ୍ଗରେ ଉପସ୍ଥାପିତ କରିବାରେ ଗଭୀର ବିଶ୍ଵାସୀ । ଲୋକଗୀତ ଢାଞ୍ଚାରେ ଗୀତ ଲେଖି ପୁନଶ୍ଚ ଲୋକଗୀତର ପ୍ରକାଶ ଧାରାକୁ ଉଜ୍ଜୀବିତ କରିବାରେ ସତତ ଚେଷ୍ଟିତ । ଶିଶୁ ସାହିତ୍ୟରେ ମଧ୍ୟ ଜଣେ ସଫଳ ଲେଖକ । ଓଡ଼ିଆ ବର୍ଣ୍ଣବୋଧକୁ ଯଥୋଚିତ ସମ୍ମାନ ଦେବାରେ ଅଙ୍ଗୀକାର ବଦ୍ଧ !