ପଞ୍ଚାନନ ବେହେରା

​ଜୀବନ ଏକ ଅସମାପ୍ତ କବିତା
ଯେଉଁଠି ପ୍ରତିଟି ମୁହୂର୍ତ୍ତ
ନୂଆ ଶବ୍ଦଟେ ପରି ଅପରିଚିତ ଲାଗେ ।

ଏଠି କେତେବେଳେ ସ୍ମୃତିର ସୁଅ ତ
ପୁଣି କେତେବେଳେ ସ୍ୱପ୍ନର ଶୁଖିଲା ମରୁଭୂମି ।

ଆମେ ସମସ୍ତେ ସେହି
ଅଦୃଶ୍ୟ ଚିତ୍ରକରର ରଙ୍ଗ ତୁଳୀ,
ଯିଏ ଅନ୍ଧାରର ଛାଇ
ଆଉ ଜ୍ୟୋତ୍ସ୍ନାର ଲହରୀରେ
କାନ୍ ଭାସକୁ ରଙ୍ଗାଏ ।

ହଜିଯିବାର ଭୟ ଭିତରେ
ନିଜକୁ ଖୋଜିବା ହିଁ
ବୋଧହୁଏ ବଞ୍ଚିବାର ପ୍ରକୃତ ସଂଜ୍ଞା ।

ଶେଷରେ ସବୁକିଛି …
ନିରବତା ଭିତରେ ହଜିଯାଏ,
କେବଳ ରହିଯାଏ
ଅନୁଭୂତିର ଏକ ମଧୁର ମୂର୍ଚ୍ଛନା ।

ଦଶପଲ୍ଲା, ନୟାଗଡ଼, ମୋବାଇଲ – ୯୯୩୭୯୧୪୪୬୭

ଲେଖକ ପରିଚୟ

ଜୁନ ୨୧ ତାରିଖ ୨୦୧୫, ଅଚାନକ ଲେଖୁଲେଖୁ ଦୁଇ ପଦ ଲେଖି ଦେଇଥିଲି ସାମାଜିକ ଗଣମାଧ୍ୟମ ଫେସବୁକରେ । ବାଃ ବାଃ ଶବ୍ଦରେ ଜୁଡୁବୁଡୁ ହୋଇଯାଇଥିଲି ଯାହା ମୋତେ ଅସରନ୍ତି ପ୍ରେରଣା ଯୋଗାଇଦେଲା ତୁଳୀ ସହ କଲମ ଧରିବାକୁ । ଏଯାବତ ‘ଏବଂ ଚିତ୍ରଲେଖା’ (କବିତା ସଂକଳନ), ‘କାଉ ନେଇଗଲା କଜଳ ପାତି’ (ହାସ୍ୟ ରସାତ୍ମକ ନାଟକ), ‘ବେଣ୍ଟ ବଟିକା’ (ସଚେତନ ଧର୍ମୀ ଡାନ୍ସ ଡ୍ରାମା) ପ୍ରକାଶିତ ହୋଇସାରିଥିଲା ବେଳେ ପ୍ରକାଶନ ଅପେକ୍ଷାରେ ରହିଛି ‘ହାପ୍ ଚା’ (କବିତା ସଂକଳନ), ‘ପାଳ ଭୁତ’ ଓ ‘ବହି ଖୋଜା ଚାଲିଛି’ (ନାଟକ ଦୁଇଟି) ।

Related Posts

Leave a Reply

Your email address will not be published. Required fields are marked *