ବିଜୟ କୁମାର ସାହୁ
ଗୋଟେ ଛାତ୍ର ଜୀବନର ସବୁ ସମୟ ଭିତରୁ କଲେଜ ସମୟଟା ଭାରି ସ୍ମରଣୀୟ ହେଇ ରହି ଥାଏ। ସ୍କୁଲ ଜୀବନ ସରିବା ପରେ ପାଠ ପଢ଼ା ସହ ଚପଳାମି ର ଆଉ ଏକ ପାହାଚ। ନୂଆ ଚେହେରା ନୂଆ ଶ୍ରେଣୀ ଗୃହ। ବନ୍ଧୁ ବିନା କଲେଜ ଜୀବନରେ କିଛି ମଜା ହିଁ ନାହିଁ। ସ୍କୁଲ ଦିନର ସାଙ୍ଗ ମନେ ସବୁ ଅଲଗା ଅଲଗା କଲେଜ ରେ ନାମ ଲେଖାଇଥାନ୍ତି। ଅଗଷ୍ଟ କଲେଜ ଖୋଲିଲା ଏବଂ ନୂଆ ପାଠ୍ୟକ୍ରମ ରେ କ୍ଲାସ ଚାଲିଲା। ଏମିତି କିଛି ଦିନ ଚାଲିବା ପରେ ଅନେକ ନୂଆ ନୂଆ ସାଙ୍ଗ ସାଥି ଆସି ଯୋଡି ହେଲେ। ସଞ୍ଜିତ୍ ଆଉ ସୁଲଗ୍ନା ଦୁହେଁ ସମ ବୟସର। ଦୁହେଁ ଜଲେଜରେ ନୂଆ କେହି କାହାକୁ ଭଲରେ ଜାଣି ନଥିଲେ।
କିଛି ଦିନ ଆସିବ ପରେ ଦୁହେଁ ଗୋଟେ ଭଲ ବନ୍ଧୁରେ ପରିଚିତ ହେଇଗଲେ। ସ୍ନେହ ,ଶ୍ରଦ୍ଧା, ଭଲପାଇବା ର ବନ୍ଧୁତା କେବେ ପ୍ରେମର ବଦଳି ଗଲା ବୋଧ ହୁଏ କାହାକୁ ଜଣାନାହିଁ। ବନ୍ଧୁତା କେବଳ ବହି ଖତା ଦେବା ନେବାରେ ସୀମିତ ନ ଥିଲା କେତେବେଳେ ମନ ବି ଦିଆ ନିଆ ସାରିଯାଇଥିଲା।ପରେ କେହି କାହା ସହ ଦିନେ ନ ଦେଖା ହେଲେ କି କଥା ପଦେ ନହେଲେ ରହି ପାରନ୍ତି ନାହିଁ । ଏମିତି ରେ ଦୁଇ ବର୍ଷ ବିତି ଗଲା ଜଲେଜ ଜୀବନର। ଅନେକ ଥର ସଞ୍ଜିତ୍ ସୁଲଗ୍ନା କୁ ବହୁତ ଥର ପାର୍କ ରେ , ରେଷ୍ଟୁରାଣ୍ଟ ରେ ଭେଟିଛି।କିଛି କାମ ନ ଥିଲେ ବି ଖାଲି ସମୟ ମିଳିଲେ ଦୁହେଁ ଏକାକୀ ଖୁବ୍ ବୁଲନ୍ତି। ସମସ୍ତେ କେବେ ନା କେବେ କେହି ନା କାହାକୁ ଭଲ ପାଇଥିବେ ନିଶ୍ଚିତ। କେଉଁ ପ୍ରେମ କେବେ ସିନ୍ଦୁର ପିନ୍ଧିଛି ତ କେବେ ରକ୍ତର ଜୁଡବୁଡ଼ ଚାଦର।ସେ ସବୁ ସୃଷ୍ଟିକର୍ତ୍ତାଙ୍କ ହାତର କଥା। ସମୟ କାହାକୁ ଅପେକ୍ଷା କରେନି ,ତା ନିଜ ପଥରେ ନିଜେ ସଦା ସର୍ବଦା ଚାଲୁ ଥାଏ। ଦୁଇ ବର୍ଷ ଅତିକ୍ରମ କରିଗଲା ଖୁବ୍ ଶୀଘ୍ର। ଯୁକ୍ତ ଦୁଇ ପରୀକ୍ଷା ର ଶେଷ ଦିନ ଥିଲା ସେଦିନ ଶ୍ରେଣୀ ଗୃହ ସାରା ସମସ୍ତଙ୍କ ମୁହଁ କିଛି ଅଲଗା ଲାଗୁଥିଲା। ଆଜି ପରଠୁ ଆଉ କାହା ସହ ଦେଖା ହବନି ଆଉ କିଏ କେଉଁଠି ଯାଇ ପଢ଼ିବ ଠିକ୍ ନାହିଁ । ଦୁଇ ବର୍ଷ ସ୍ମୃତି ଆଉ ଭାବନା ସବୁ ଆଖି କୋଣରେ ଲୁହ ହୋଇ ଜକେଇ ଆସୁଥିଲା। ଶିକ୍ଷକ ମାନଙ୍କୁ ବିଦାୟ ସମ୍ବର୍ଦ୍ଧନା ଆମେ ଦେଇଛୁ ଆଉ ଆମ ବିଦାୟ ସମ୍ବର୍ଦ୍ଧନା କଥା ଯଦି ଭାବୁ ତ…..! ସମସ୍ତେ ଗ୍ରୁପ ଫୋଟ ଉଠାଇ ଶ୍ରେଣୀ ଗ୍ରୁହ ରୁ ବିଦାୟ ନେଲେ । ପୁଣି କେବେ କେଉଁଠି ଦେଖା ହେବ କହି ସମସ୍ତେ ଯିବା ପୂର୍ବରୁ ଯୋଗାଯୋଗର ଠିକଣା ରଖୀ ନେଲେ। ହେଲେ ଏ ସବୁ ଭିଡ ଭିତରୁ ସଞ୍ଜିତ୍ କୁ କିଛି ହଜିଲା ହଜିଲା ପରି ଲାଗୁଥିଲା। ଅରେ ସମୟ ଆସି ଦୁଇଟା ବାଜିଲାଣି କାହିଁ ତା’ର ଦେଖା ନାହିଁ। ସେ ମୋତେ ଆଜି କିଛି କହିବନି କି…? ମୁଁ ତ ଆଜି କିଛି କଷ୍ଟ ଦେଲା ଭଳି କଥା କହିନୀ ତା’କୁ! ନା କଷ୍ଟ ଶେଷ ଦେଖା ମନକୁ କଷ୍ଟ ହେବ ବୋଲି ଆଗ ପଳାଇ ଗଲାଣି ! କଥା ସବୁ କିଛି ବୁଝା ପଡୁନଥିଲା। ସଞ୍ଜିତ୍ ମନରେ ଅସରନ୍ତି ପ୍ରଶ୍ନ ଉଙ୍କି ମାରୁଥିଲା । ହଠାତ୍ ନଜର ପଡିଲା ପାଖରେ ଥିବା ପରିତ୍ୟକ୍ତ ଶ୍ରେଣୀ ଗୃହ ର ବାରଣ୍ଡା ଉପରକୁ। ଅରେ ଏ କ’ଣ ଏମିତି ଚୁପ୍ ଚାପ୍ ବସିଛି। କଣ ହେଇଛି ..? କିଛି ବ୍ୟକ୍ତିଗତ ଅସୁବିଧା ହେଇଛି କି..? ନା ଶେଷ ପରୀକ୍ଷା ଭଲ ହେଲା ନାହିଁ ବୋଲି ଏମିତି ବସିଛି। ମନରେ ଅନେକ କିଛି ପ୍ରଶ୍ନ ଆସିବା ଆଗରୁ ଦୌଡ଼ି ଆସି ତା ପାଖରେ ପହଁଚିଲା ସଞ୍ଜିତ୍। ପହଞ୍ଚି ଦେଖେତ ସକେଇ ହେଇ ବସି କାନ୍ଦୁଛି ।ସଞ୍ଜିତ୍ ସ୍ମିତହାସ୍ୟ ଦେଇ ପଚାରିଲା ଅରେ ଏମିତି କ’ଣ ଛୋଟ ପିଲା ପରି କାନ୍ଦନ୍ତି କି…? ସେ କିଛି ଉତ୍ତର ଦେବା ଆଗରୁ ସେ ଜାଗାରୁ ଉଠି ଅଭିମାନ କରି କିଛି ବାଟ ଚାଲିଲା ଯେମିତି ସେ ସଞ୍ଜିତ୍ କୁ ଶୁଣିପାରିଲାନି। ଆଉ କିଛି ଅଭିମାନ ଭରା ନିମ୍ନ ସ୍ୱର ରେ ରେ “ନଇଁ ତୁମେ ଯାଅ ବହୁତ ସମୟ ହେଲାଣି ରହୁଛି। ତେଣେ ଘରେ ଅପେକ୍ଷା କରିଥିବେ।
ସଞ୍ଜିତ୍ – ସବୁ ଦିନ ପରିବି ଆଜି ପୁ’ଣି….।
ଚାହୁଁ ଚାହୁଁ ଦୁଇ ବର୍ଷ ବିତିଗଲାଣି ଆଉ ଆଜି ପରଠୁ ଭଲରେ କେବେ ଦେଖା ହବକି ନାହିଁ ଜାଣିନି ହେଲେ ଶେଷ ଦିନ ରେ କିଛି କହିବନି କି…?
ସୁଲଗ୍ନା – ନଇଁ ଇଛା ନାହିଁ… ତୁମେ ଆସିପାର ….!
ସଞ୍ଜିତ୍ – ସୁଲଗ୍ନା କୁ କୁଣ୍ଢାଇ ପକାଇ ଆରେ ପାଗିଳି ଏଇ ତ ଜୀବନ, ଏଠି କେହି କେହି ଅଳ୍ପ ଦିନର ସାଥି। ଭଗବାନଙ୍କ ଆଶ୍ରିବାଦ ଥିଲେ ପୁଣି ଥରେ ନିଶ୍ଚିତ ଦେଖ ହବ। ପ୍ରତିଉତ୍ତର ରେ କେବଳ ଗୋଟିଏ କଥା ଶୁଣୁଥାଏ। “ବୋଧ ହୁଏ ଆଜି ପରଠାରୁ ଆଉ କେବେ ଦେଖା ହବନି ଆମର।” ସଞ୍ଜିତ୍ ଅନେକ ବୁଝାଇ ଚାଲି ଥାଏ ହେଲେ ଭିତରେ ଭିତରେ ଢ଼େର ଭାଙ୍ଗି ସାରିଥିଲା ସେ । ଦୂର ରୁ କଲେଜ ବାରଣ୍ଡା ରୁ ଛିଡା ହେଇ ମୁଁ ଏ ସବୁ ଦେଖୁଥାଏ। କେତେ ସୁନ୍ଦର ପ୍ରେମ ପକ୍ଷୀ ଦୁହେଁ। ପ୍ରକୃତରେ ଭଗବାନ ଏ ଦୁହିଁଙ୍କୁ ମିଶାଇ ଦିଅନ୍ତେ କି! ଏତେ ସବୁ ରାଗ, ଅଭିମାନ ଭିତରେ ସମୟ ଆପରାହ୍ନ ଚାରିଟା ବାଜି ଯାଇଥାଏ। କଲେଜ ପିଅନ ଆସି ଗେଟ ଚାବି ପକାଇଦେଲା। ଆମେ ଦୁଇ ସାଙ୍ଗ ଘର କୁ ଫେରିଲୁ । ସେଦିନ ବୋଧ ହୁଏ ସୁଲଗ୍ନା ସହ ଶେଷ ଦେଖା ଥିଲା ସଞ୍ଜିତ୍ କଲେଜରୁ ଫେରିବା ପରେ ଆଉ କେବେ ଦେଖା ହେଇନି। ସେ ଦେଇଥିବା ନମ୍ବର୍ ରେ ଅନେକ ଥର କଥା ହେଇଛି ପରେ ଚେଷ୍ଟା କରିଛି କଥା ହବା ପାଇଁ କିନ୍ତୁ ପାରିନି । ତା’ ଘର ଠିକଣା ରେ ଏବେ ଆଉ କିଏ ରହୁଛି।
ସଞ୍ଜିତ୍ ର ଛାତିରେ ସେ ତୋଳି ଥିବା ସ୍ମୃତି ର ପାଚେରୀ ଟା ଆଜି ବି ସେମିତି ପୂର୍ବ ପରି ଛିଡା ହୋଇଛି। ଅନେକ ଥର ବୁଝାଇବାକୁ ଚେଷ୍ଟା କରିଛି ନିଜ ସରଳିଆ ନିଷ୍କପଟ ମନକୁ ଅନେକ ଥର କ୍ରୁର ବ୍ୟବହାର ଦେଖାଇ ବୁଝାଇବାକୁ ଚେଷ୍ଟା କରିଛି କିନ୍ତୁ ପାରିନି କେବେ ବୁଝାଇ ସେ ଅବୁଝା ମନକୁ। ଦିନ ଥିଲା କେଇ ପଦ କଥା କାହା ଜୀବନ ଥିଲା, ଏବେ କଥା ହେବା ବନ୍ଦ କରିଦେଇଛି ସେ । କେବେ ଦିନେ ଛୋଟ ଛୋଟ କଥାରେ ରୁଷି ପୁଣି ମାନି ଯାଉଥିଲା ଯିଏ ଏବେ ସବୁ ଦିନ ପାଇଁ ରୁଷି ଯାଇଛି ।
ଜିଲ୍ଲା – ଭଦ୍ରକ
ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟରେ ଏମବିଏ ଦ୍ବିତୀୟ ବର୍ଷର ଛାତ୍ର । ସେ ଗଳ୍ପ ଲେଖିବାରେ ରୁଚି ରଖନ୍ତି ।
ଯୋଗାଯୋଗ – 8658309873
Very nice story. Keep writing more.,