ସମ୍ବାଦ ସାହିତ୍ୟଘର ଦ୍ୱାରା କଫିଟେବୁଲ ପୁସ୍ତକ ଉନ୍ମୋଚନ

ଭୁବନେଶ୍ଵର : ସାମ୍ପ୍ରତିକ ପରିସ୍ଥିତିରେ ବିଶ୍ଵ ଜଳବାୟୁ ପରିବର୍ତ୍ତନ କାରଣରୁ ପରିବେଶ ଅସନ୍ତୁଳନ ସହ ଜୈବ ବିବିଧତା ହ୍ରାସ ଘଟୁଛି । ଏଥିପ୍ରତି ସମସ୍ତଙ୍କୁ ଚିନ୍ତା କରିବାକୁ ପଡ଼ିବ । ବୃକ୍ଷରୋପଣ ସହିତ ବୃକ୍ଷର ସୁରକ୍ଷା ଲାଗି ଆମକୁ ଚେଷ୍ଟିତ ହେବାକୁ ପଡ଼ିବ । ୨୦୨୪ ମସିହାରେ ‘ସମ୍ବାଦ ସାହିତ୍ୟଘର’ ଦ୍ଵାରା ହୋଇଥିବା ସମସ୍ତ ବୃକ୍ଷରୋପଣ କାର୍ଯ୍ୟକ୍ରମର ଫଟୋ ଓ ତଥ୍ୟ ସମ୍ବଳିତ ‘ଗଛ ବଞ୍ଚିଲେ ଆମେ ବଞ୍ଚିବା’ କଫିଟେବୁଲ ପୁସ୍ତକ ଉନ୍ମୋଚନ ଅବସରରେ ଇଷ୍ଟର୍ଣ୍ଣ ମିଡ଼ିଆ ଲିମିଟେଡ଼ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ଯରଞ୍ଜନ ପଟ୍ଟନାୟକ ଏହା କହିଛନ୍ତି ।

ସମ୍ବାଦ ଭବନରେ ଶ୍ରୀ ପଟ୍ଟନାୟକ ଜଳବାୟୁ ପରିବର୍ତ୍ତନ ପ୍ରସଙ୍ଗରେ ଚିନ୍ତାବ୍ୟକ୍ତ କରି କହିଲେ, ପ୍ରତ୍ୟେକ ବ୍ୟକ୍ତି ନିଜ ଘର ପରିସରରେ ଗୋଟିଏ ଲେଖାଏଁ ଗଛ ଲଗାଇବା ଆବଶ୍ୟକ । ‘ସମ୍ବାଦ’ କେବଳ ଖବର ପରିବେଷଣରେ ସୀମିତ ନରହି ରକ୍ତଦାନ, ବୃକ୍ଷରୋପଣ, ନିଶା ନିବାରଣ ଭଳି ସାମାଜିକ କାର୍ଯ୍ୟରେ ନିଜକୁ ନିୟୋଜିତ କରିବା ସହିତ ଲୋକଙ୍କ ସାଙ୍ଗରେ ଯୋଡ଼ି ହୋଇ ରହିଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି । ସମ୍ବାଦ ସାହିତ୍ୟଘରର ରାଜ୍ୟ ସଂଯୋଜିକା ଡ. ଶୁଭଶ୍ରୀ ଲେଙ୍କା ପୁସ୍ତକ ସମ୍ପର୍କରେ ପ୍ରାରମ୍ଭିକ ସୂଚନା ଦେଇଥିଲେ । ‘ସମ୍ବାଦ’ ଓ ‘କନକ ନ୍ୟୁଜ’ର ବାର୍ତ୍ତା ସମ୍ପାଦକ ଭବାନୀ ଶଙ୍କର ତ୍ରିପାଠୀ ଜଳବାୟୁ ପରିବର୍ତ୍ତନର ପ୍ରଭାବରେ ପ୍ରତିଦିନ ସମଗ୍ର ବିଶ୍ଵରେ କିଭଳି ଭୟଙ୍କର ଘଟଣା ଘଟୁଛି ସେ ପ୍ରସଙ୍ଗରେ ଉଦବେଗ ପ୍ରକାଶ କରିଥିଲେ । ସମ୍ବାଦର ସିଓଓ ଏବଂ ପ୍ରକାଶକ କମଳାକାନ୍ତ ମହାପାତ୍ର, ‘କନକ ନ୍ୟୁଜ’ର ସିଓଓ ରତିକାନ୍ତ ଶତପଥୀ, ‘ସମ୍ବାଦ’ର ଫିଚର ସମ୍ପାଦକ ଧୃତିକାମ ମହାନ୍ତି, ମାନବ ସମ୍ବଳ ମୁଖ୍ୟ ବୈଜୟନ୍ତୀ କର ଓ ସମ୍ବାଦ ପରିବାରର ସଦସ୍ୟମାନେ ଉପସ୍ଥିତ ଥିଲେ ।

Related Posts

Leave a Reply

Your email address will not be published. Required fields are marked *