ସ୍ଵାଭିମାନୀ ହୁଅନ୍ତୁ ସାହିତ୍ୟିକ

ଭୁବନେଶ୍ଵର : ସାହିତ୍ୟିକମାନେ ସ୍ୱାଭିମାନୀ ହୁଅନ୍ତୁ । ସାହିତ୍ୟିକ ଶାସନର ତ୍ରୁଟିବିଚ୍ୟୁତି ଲୋକଲୋଚନକୁ ଆଣିଲେ ରାଷ୍ଟ୍ରର ସମ୍ଭବ ହୋଇପାରିବ ବୋଲି ଖୋଲାଝର୍କାର ମାସିକ ସାହିତ୍ୟ ଆସରରେ ପ୍ରଫେସର ବୈଷ୍ଣବ ଚରଣ ସାମଲ ମତବ୍ୟକ୍ତ କରିଛନ୍ତି । କଟକ ମହାନଦୀ ବିହାର ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ଡ. ଗୋବିନ୍ଦ ଭୂୟାଁ ଅଧ୍ୟକ୍ଷତା କରି ଗଳ୍ପରେ ସମାଜର ରାଜନୀତିକୁ ସଜାଡ଼ିବା ପାଇଁ ଗଳ୍ପ ଲେଖକମାନେ ଅଧିକ ଦାୟିତ୍ଵସମ୍ପନ୍ନ ହେବାକୁ ପରାମର୍ଶ ଦେଇଛନ୍ତି । ପ୍ରାବନ୍ଧିକ ଡ. ଅର୍ଜୁନ ଚରଣ ମଲ୍ଲିକ ସ୍ଵରଚିତ ପ୍ରବନ୍ଧ ଯଶସ୍ଵିନୀ ଯଶୋଦା : ଏକ ଅନ୍ତରଙ୍ଗ ଆଲେଖ୍ୟ ପାଠ କରିଥିଲେ । ଖୋଲାଝର୍କାର ଆଜୀବନ ସଦସ୍ୟା ଗାଳ୍ପିକା ସସ୍ମିତା ମହାନ୍ତିଙ୍କ ରଚିତ କଥା କୋଲାଜ ଗଳ୍ପ ପୁସ୍ତକର ଦ୍ଵିତୀୟ ସଂସ୍କରଣ ଉନ୍ମୋଚିତ ହୋଇଥିଲା । ଗାଳ୍ପିକା ନିଜ ପୁସ୍ତକ ସମ୍ପର୍କରେ ସୂଚନା ଦେଇଥିଲେ । ଇଂ ଗୋପାଳକୃଷ୍ଣ ବେହେରା, ଗୌରହରି ମହାନ୍ତି, ପ୍ରମୋଦ କୁମାର ମିଶ୍ର, ଇଂ ମୁରଲୀଧର ହୋତା, ସୁବାସ ଶତପଥୀ, ଶିଶିର ମହାପାତ୍ର, ଜ୍ୟୋତିରଞ୍ଜନ ମହାନ୍ତି, ବିମ୍ବାଧର ଶତପଥୀ ପ୍ରମୁଖ ପ୍ରବନ୍ଧ ସମ୍ପର୍କରେ ଆଲୋଚନା କରିଥିଲେ ।

ସୂଚନା ଥାଉ ଯେ ପ୍ରତିମା ଶତପଥୀଙ୍କ ସଂଯୋଜନାରେ ସୁଷମା ଦେବୀ, ସ୍ନେହଳତା ଦ୍ଵିବେଦୀ, ମିନାକ୍ଷୀ ପଣ୍ଡା, ଆଦିତ୍ୟ ପ୍ରତାପ ଧଳ, ଡ. ଶାନ୍ତିଲତା ବେହେରା, ନିବେଦିତା ମହାନ୍ତି ପ୍ରମୁଖ କବିତ ପାଠ କରିଥିଲେ । ପରିଶେଷରେ ଶରତ କୁମାର ସାହୁ ଧନ୍ୟବାଦ ଦେଇଥିଲେ ।

Related Posts

Leave a Reply

Your email address will not be published. Required fields are marked *