ଅକ୍ଷୟ ପାଳଙ୍କ ‘ପକ୍ଷୀ ପ୍ରାର୍ଥନା’ ଲୋକାର୍ପିତ

ଭୁବନେଶ୍ଵର : ଦୁଃଖ, କାରୁଣ୍ୟ ଓ ସମ୍ବେଦନା ହେଉଛି କବିତାର ମୂଳ କଥା । ଅନୁଭବ ଓ ସଂପ୍ରିତୀ ବଳରେ କବିତା ଲେଖାଯାଏ । କବି ଅକ୍ଷୟ ପାଳଙ୍କ କବିତା ପୁସ୍ତକ ‘ପକ୍ଷୀ ପ୍ରାର୍ଥନା’ର ଲୋକାର୍ପଣ ଅବସରରେ ଅତିଥିମାନେ ଏହା କହିଛନ୍ତି । ଗୀତଗୋବିନ୍ଦ ସଦନରେ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଉଦ୍ୟୋଗୀ ସୌମ୍ୟରଞ୍ଜନ ସାମଲ, ପ୍ରଫେସର ବସନ୍ତ କୁମାର ପଣ୍ଡା, ସମାଲୋଚକ ବୈରାଗୀ ଚରଣ ପଟ୍ଟନାୟକ ଯୋଗ ଦେଇ କବିଙ୍କ ଲେଖାର ଆଲୋଚନା କରିଥିଲେ । ଭୁବନେଶ୍ଵର ସାହିତ୍ୟ ସମାଜ ଟ୍ରଷ୍ଟର କାର୍ଯ୍ୟକାରୀ ସଭାପତି କବି ରକ୍ଷକ ନାୟକ ସଭାରେ ପୌରହିତ୍ୟ କରିଥିଲେ । ପୁସ୍ତକର କେତେକ କବିତା ବେଦପ୍ରକାଶ ନାୟକ ଓ କବି ସୁଶ୍ରୀ ସୁନ୍ଦର ରାୟ ପାଠ କରିଥିଲେ । କବି ମନୀଷା ବିଶ୍ଵାଳ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଟ୍ରଷ୍ଟର ସଭାପତି କବି ସୂର୍ଯ୍ୟ ମିଶ୍ର କାର୍ଯ୍ୟକ୍ରମର ଆଭିମୁଖ୍ୟ ଉପରେ ସୂଚନା ଦେଇଥିଲେ । ପୁସ୍ତକର ରଚୟିତା ଶ୍ରୀ ପାଳ ଲେଖକୀୟ ଅଭିବ୍ୟକ୍ତି ବର୍ଣ୍ଣନା କରିଥିଲେ । ପ୍ରକାଶକ ସୁଧୀର ମଉଡ଼ମଣି ଧନ୍ୟବାଦ ଦେଇଥିଲେ ।

Related Posts

Leave a Reply

Your email address will not be published. Required fields are marked *