ପବିତ୍ର ବେହେରା
କେଉଁ ସମୟରେ ଗଢିଛି ବିଧାତା
ଲାବଣ୍ୟବତୀ ରୂପକୁ ତୋହର,
ମନରେ ଉଠଇ ଆଶା ଅସୁମାରୀ
ଦେଖି ଶ୍ୱେତପଦ୍ମା ମୁଖକୁ ତୋର,
କେଉଁ ରାଇଜର ଅପସରୀ ତୁମେ
ରମ୍ଭା ମେନକା ବିଦ୍ୟୁତା ନା ଉର୍ବଶୀ,
ରୂପଲାବଣ୍ୟର ଗନ୍ତାଘର ତୁମେ
ସରଗ ରାଇଜର ରାଜଜେମା ,
ସୃଷ୍ଟି ରାଇଜର ଅନିନ୍ଦ୍ୟ ସୁନ୍ଦରୀ
ନାହିଁ ତୁମ ସୁନ୍ଦରର ଉପମା,
ନୀଳ ଆକାଶ ରଙ୍ଗରେ ରଙ୍ଗାୟିତ
ତୁମ ତନୁର ସୁନ୍ଦର ଗାରିମା,
ଚିଲିକା ଜଳରାଶି ରୂପାୟତ ତୋ
କଳା ଭଅଁର ସମୂହ ନୟନ,
ଗୋଲାପ ପାଖୁଡ଼ା ରଙ୍ଗରେ ପୂରିତ
ତୋହରି ଓଷ୍ଠର ଦୁଇ ପାଖୁଡ଼ା,
ବଖାଣି ପାରିବି ନାହିଁ ରୂପକୁ ତୋ
ବ୍ରହ୍ମା ନନ୍ଦିନୀ ତୁମେ ଶ୍ଵେତପଦ୍ମା ।
ବାହାଲପୁର,ଗଞ୍ଜାମ
ଲେଖକ ପରିଚୟ
ଯୁକ୍ତତିନି ଶେଷ ବର୍ଷ ପାଠ୍ୟକ୍ରମରେ ଥିବା ସମାେଲାଚନା ସାହିତ୍ୟ “ଇନ୍ଦ୍ରଧନୁ ଓ ବିଜୁଳି” ସାହିତ୍ୟ ଆକାଶରେ ଏକ ବିଶୃଂଖଳା ମେଘ ସୃଷ୍ଟି କରିଥିଲା । ବିଜୁଳି ପତ୍ରିକା ଯେଉଁ ପରି ଭଞ୍ଜ ବିରୋଧି ସାହିତ୍ୟ ରଚନା କରି ଭଞ୍ଜଙ୍କୁ ଅପମାନିତା କରାଯାଇଛି ଏହାଠାରୁ ଦୁଃଖଦ ଘଟଣା ଆଉ କଣ ହୋଇପାରେ ! ସ୍ଵାଧୀନତା ପୂର୍ବରୁ ଦେଖା ଯାଉଥିଲା ଓଡିଶାର କେତେକ ବିଶିଷ୍ଟ କବି ବଙ୍ଗୀୟ ଭାଷାକୁ ପ୍ରାଧାନ୍ୟ ଦେଇ ଓଡ଼ିଶାରେ ତାହାର ପ୍ରଚାର ଓ ପ୍ରସାର କରୁଥିଲେ ଆଜି ମଧ୍ୟ ତାହା ଦେଖିବାକୁ ମିଳୁଛି । ଆମ ରାଜ୍ୟର ସୀମାତଟ ଅଞ୍ଚଳର କବିମାନେ ଓଡ଼ିଆ ଭାଷାକୁ ଗୁରୁତ୍ଵ ଦେଉନଥିବା ବେଳେ ନିଜ ମାଟିର ଅସ୍ମିତା ବଜାୟ ରଖିବା ପାଇଁ ନିଜେ ସାହିତ୍ୟ ଆକାଶରେ ତାରକା ହେବାକୁ ଇଛା ପ୍ରକାଶ କରିଛି ।