ଭୁବନେଶ୍ଵର : ବାଲିଅନ୍ତା ବ୍ଲକ ହୀରାପୁର ଗ୍ରାମର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ହରପ୍ରିୟା ଫାଉଣ୍ଡେସନ ଟ୍ରଷ୍ଟ ଆନୁକୂଲ୍ୟରେ ତୃତୀୟ ହରପ୍ରିୟା ସାହିତ୍ୟ ଉତ୍ସବ ଶ୍ରୀସୁଦର୍ଶନ ଦାରୁ ଅରଣ୍ୟରେ ଅନୁଷ୍ଠିତ ହୋଇଯାଇଛି । ଟ୍ରଷ୍ଟର ମୁଖ୍ୟ ଦୀନବନ୍ଧୁ ଭୋଇଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାର୍କଫେଡ଼ର, ସଭାପତି କବିତା ମଞ୍ଜରୀ ପରିଡ଼ା, ଆବାହକ ଡ. ରଜନୀ ରଞ୍ଜନ ଦାଶ, ସମ୍ମାନିତ ଅତିଥି ଭାବେ ସ୍ତମ୍ଭକାର ଶୁତୁକ୍ରିତୀ ତ୍ରିପାଠୀ, ନାଟ୍ୟକାର ମନୋଜ ପଟ୍ଟନାୟକ ଓ ଶିକ୍ଷାବିତ ବିଧୁଭୂଷଣ ପଟ୍ଟନାୟକ, ଯୁବ ସମାଜସେବୀ ରଞ୍ଜନ କୁମାର ମହାପାତ୍ର ଯୋଗ ଦେଇ ସାହିତ୍ୟ ହେଉଛି ସୃଜନଶୀଳତାର ଏକ ଅବିଚ୍ଛେଦୀୟ ଅଙ୍ଗ । ସାହିତ୍ୟ ନିଜ ଅଞ୍ଚଳରେ ପରିଚୟ ପ୍ରତିପାଦିତ କରିବାରେ ସହାୟକ ହୋଇଥାଏ । ସାହିତ୍ୟ ବଞ୍ଚିଲେ ରାଜ୍ୟ ଓ ରାଜ୍ୟ ଓ ଦେଶ ବଞ୍ଚିବ ବୋଲି କହିଥିଲେ ।

ଏହି ପରିପ୍ରେକ୍ଷୀରେ ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ବିଶିଷ୍ଟ କବି ଓ ସାହିତ୍ୟିକ ନିଜର କବିତା ପଠନ କରିଥିଲେ । ଏହି ଅବସରରେ ସାହିତ୍ୟ କ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ ବରିଷ୍ଠ ଶିଶୁ ସାହିତ୍ୟିକ ବଙ୍କିମ ନାୟକ, କବି ରକ୍ଷକ ନାୟକ, ଓଡ଼ିଶା ଭାଷା ଗବେଷିକା ଡ. ପ୍ରମୋଦିନୀ ଜେନା, କୁଶବନ ପତ୍ରିକାରେ ସମ୍ପାଦକ ସରୋଜ ଭୋଇ, କବି ବନ୍ଦନା ହରିଚନ୍ଦନ ୬ ଜଣକୁ ‘ସାରସ୍ଵତ ସ୍ରଷ୍ଟା’ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯକ୍ରମରେ କବି କମଳିନୀ ମଲ୍ଲିକ ଓ ପ୍ରତିମା ଭୋଇ ମଞ୍ଚ ପରିଚାଳନା କରିଥିବାବେଳେ ଅନୁଷ୍ଠାନର ଅନ୍ୟତମ ଟ୍ରଷ୍ଟି କୁମାର ଆଶୁତୋଷ ଭୋଇ ଓ ସୁରେଶ ବେହେରା, ଉମାକାନ୍ତ ବେହେରା ଓ ସୁବାଷ ଦାସ ମଞ୍ଚ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ଆଶୁତୋଷ ଚୌଧୁରୀ ଧନ୍ୟବାଦ ଅର୍ପଣ କରିଥିଲେ ।
