ଭୁବନେଶ୍ଵର : ରାଜ୍ୟସ୍ତରୀୟ ଜାନକୀ ବଲ୍ଲଭ ସ୍ମୃତି କମିଟି ପକ୍ଷରୁ, ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆସାମର ପୂର୍ବତନ ରାଜ୍ୟପାଳ ପ୍ରଜ୍ଞା ପୁରୁଷ ସ୍ଵର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ୧୧ତମ ଶ୍ରାଦ୍ଧ ଉତ୍ସବ ଆସନ୍ତା ଅପ୍ରେଲ ୨୧ ତାରିଖ ଦିନ ସନ୍ଧ୍ୟାରେ ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ହେବ । ଏହି ଅବସରରେ ପୂର୍ବ ବର୍ଷ ମାନଙ୍କ ଭଳି ଚଳିତ ବର୍ଷ ସାହିତ୍ୟ କ୍ଷେତ୍ରରେ ଜୀବନବ୍ୟାପୀ ସାଧନା ପାଇଁ ପ୍ରଫେସର ଡ. ଜିତେନ୍ଦ୍ର ନାରାୟଣ ଦାଶ (ଦାସ ବେନୁହୁର), ସମାଜସେବା କ୍ଷେତ୍ରରେ ପ୍ରଶାନ୍ତି ହସପିଟାଲ ଅଧ୍ୟକ୍ଷ ଡ. ବଦ୍ରୀନାଥ ପଟ୍ଟନାୟକ ଓ ସାମ୍ବାଦିକତା କ୍ଷେତ୍ରରେ ଜୀବନବ୍ୟାପୀ ସାଧନା ପାଇଁ ବିରୁପାକ୍ଷ ତ୍ରିପାଠୀଙ୍କୁ ‘ଜାନକୀ ବଲ୍ଲଭ ସୃତି ସମ୍ମାନ’ ପ୍ରଦାନ କରାଯିବ ବୋଲି କମିଟିର ସାଧାରଣ ସମ୍ପାଦକ ଡ. ଆର୍ଯ୍ୟ କୁମାର ଜ୍ଞାନେଦ୍ର ଏକ ପ୍ରେସ ବିବୃତ୍ତି ମାଧ୍ୟମରେ ସୂଚନା ଦେଇଛନ୍ତି ।
ସୂଚନାଥାଉ ଯେ ଜାନକୀ ବଲ୍ଲଭ ଶତବାର୍ଷିକୀ କମିଟିର ଅଧ୍ୟକ୍ଷ ନିରଞ୍ଜନ ପଟ୍ଟନାୟକ ସହ ଆଲୋଚନା ପରେ ଗୁରୁବାର ଜୟଦେବ ବିହାର ଠାରେ କାର୍ଯ୍ୟକାରୀ ଅଧକ୍ଷ ପୂର୍ବତନ ସାଂସଦ ଅନନ୍ତ ପ୍ରସାଦ ସେଠୀଙ୍କ ଅଧକ୍ଷତାରେ ପ୍ରଫେସର ଡ. ବୁଦ୍ଧଦେବ ମିଶ୍ର, ସମାଜସେବୀ ନିବେଦିତା ଭଞ୍ଜ, ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା, କଂଗ୍ରେସ ନେତା ସତ୍ୟବ୍ରତ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।
