ତାଳପଦେଶ୍ଵରୀ ସାହିତ୍ୟ ଆସରର କବିତା ପାଠୋତ୍ସବ ଅନୁଷ୍ଠିତ

ଭୁବନେଶ୍ଵର : ବିଶ୍ଵ କବିତା ଦିବସର ଅବ୍ୟବହିତ ପୂର୍ବରୁ ଶୁକ୍ରବାର ଦିନ ବାଣୀବିହାର ପରିସରରେ ଥିବା ତାଳପଦେଶ୍ଵରୀ ସାହିତ୍ୟ ଆସରର ମାସିକ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ଆସରର ସଭାପତି ଅମୂଲ୍ୟ କୁମାର ଦାଶଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସାହିତ୍ୟିକା ନଳିନୀ ପ୍ରଭା ମହାପାତ୍ର, ଆସରର ଦୁଇ ଉପଦେଷ୍ଟା ପ୍ରଫେସର ଡକ୍ଟର ସଂଘମିତ୍ରା ମିଶ୍ର ଓ ପ୍ରଫେସର ଡକ୍ଟର ବିଷ୍ଣୁପ୍ରିୟା ଓତା, ପୂର୍ବତନ ସଭାପତି ଶତ୍ରୁଜିତ୍ଉ, ତ୍କଳ ବିଶ୍ଵବିଦ୍ୟାଳୟ ସ୍ନାତକୋତ୍ତର ଓଡ଼ିଆ ଭାଷା ସାହିତ୍ୟ ବିଭାଗର ଅଧ୍ୟାପକ ଡକ୍ଟର ସଂଗ୍ରାମ ରାଉତ ଓ ଡକ୍ଟର ଆନପା ମାର୍ଣ୍ଣି ପ୍ରମୁଖ ଯୋଗ ଦେଇଥିଲେ ।

ଅତିଥିମାନେ ଓଡ଼ିଆ କବିତାର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିବା ସହିତ ଛାତ୍ରଛାତ୍ରୀମାନେ କବିତା ରଚନା କରିବା ପୂର୍ବରୁ ବିଶିଷ୍ଟ କବିମାନଙ୍କ କବିତା ପଢିବାକୁ ପରାମର୍ଶ ଦେଇଥିଲେ । ଆସରର ସମ୍ପାଦକ ସତ୍ୟଜିତ ରାଉତଙ୍କ ସଂଯୋଜନାରେ ବିଶ୍ୱବିଦ୍ୟାଳୟର ବିଭିନ୍ନ ବିଭାଗର ଷାଠିଏରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ କବିତା ପାଠ କରିଥିଲେ ।

Related Posts

Leave a Reply

Your email address will not be published. Required fields are marked *