ସୀତାକାନ୍ତ ମହାପାତ୍ରଙ୍କ କୃତିତ୍ଵକୁ ନେଇ ଆଲୋଚନାଚକ୍ର

ଭୁବନେଶ୍ଵର : ଓଡ଼ିଶା ସାହିତ୍ୟ ଏକାଡ଼େମୀ ପକ୍ଷରୁ ପଦ୍ମବିଭୂଷଣ ସୀତାକାନ୍ତ ମହାପାତ୍ରଙ୍କ କୃତି ଓ କୃତିତ୍ଵକୁ ନେଇ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ରବିବାର ଦିନ ବୁଦ୍ଧି ମନ୍ଦିରରେ ଆୟୋଜିତ ଏହି ଆଲୋଚନାଚକ୍ରରେ ଅନେକ ବରିଷ୍ଠ ସାହିତ୍ୟିକ ଯୋଗ ଦେଇ ଶ୍ରୀ ମହାପାତ୍ରଙ୍କ ସୃଜନ ଯାତ୍ରା ସମ୍ପର୍କରେ ଆଲୋଚନା କରିଥିଲେ । ଓଡ଼ିଆ କବିତାକୁ ଶ୍ରୀ ମହାପାତ୍ରଙ୍କ ଅବଦାନ ଅତୁଳନୀୟ । ପ୍ରବନ୍ଧ ସାହିତ୍ୟରେ ମଧ୍ୟ ସେ ଅଦ୍ଵିତୀୟ । ତାଙ୍କ କୃତି ଓଡ଼ିଆ ସାରସ୍ଵତ ଭଣ୍ଡାରକୁ ରୁଦ୍ଧିମନ୍ତ କରିଛି । ଏହାଛଡ଼ା ସେ ଇଂରାଜୀ ଅନୁବାଦ ସାଙ୍ଗକୁ ପୋଥି ସମ୍ପାଦନା କରି ନିଜ କୃତିତ୍ଵର ପରିଚୟ ପ୍ରଦାନ କରିଛନ୍ତି ବୋଲି ଅତିଥିମାନେ କହିଛନ୍ତି ।

ଓଡ଼ିଶା ସାହିତ୍ୟ ଏକାଡ଼େମୀର ସଚିବ ଚନ୍ଦ୍ରଶେଖର ହୋତାଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏହି ସାରସ୍ଵତ କାର୍ଯ୍ୟକ୍ରମରେ ଅତିଥି ଭାବେ କଥାକାର ଗୌରହରି ଦାସ, ସାହିତ୍ୟିକ ପ୍ରଫେସର ଦାଶ ବେନହୁରମ ଶିକ୍ଷାବିତ ପ୍ରଫେସର ଓଁକାରନାଥ ମହାନ୍ତି, ସାହିତ୍ୟିକା ମନୋରମା ବିଶ୍ଵାଳ ମହାପାତ୍ର ଓ ସଂଗ୍ରାମ ଜେନା ପ୍ରମୁଖ ଯୋଗ ଦେଇ ଶ୍ରୀ ମହାପାତ୍ରଙ୍କ କୃତି ସମ୍ପର୍କରେ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମରେ ଶ୍ରୀ ମହାପାତ୍ର ଉପସ୍ଥିତ ଥିବାବେଳେ ସତ୍ୟକାମ ମହାପାତ୍ରଙ୍କ ପୁସ୍ତକ ‘ମଲଟିଭର୍ସ’କୁ ସେ ଲୋକାର୍ପିତ କରିଥିଲେ । ଏକାଡ଼େମୀର ସହସଚିବ ସଞ୍ଜୟ କୁମାର ଛୁଆଳସିଂହ ସ୍ଵାଗତ ଭାଷଣ ଦେବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ ।

Related Posts

Leave a Reply

Your email address will not be published. Required fields are marked *