‘ରାମାୟଣ ବନାମ ମହାଭାରତ’ ଉନ୍ମୋଚିତ

ଭୁବନେଶ୍ଵର : ଇସଲାମ, ଖ୍ରୀଷ୍ଟିଆନ ଓ ଅନ୍ୟାନ୍ୟ ପାଶ୍ଚାତ୍ୟ ଧର୍ମଠାରୁ ହିନ୍ଦୁ ଧର୍ମ ପୃଥକ । ବିବିଧତା ହିଁ ହିନ୍ଦୁ ଧର୍ମର ଅନନ୍ୟ ବିଭବ ବୋଲି ବିଶିଷ୍ଟ ଲେଖକ ତଥା ପୁରାଣବିତ ଦେବଦତ୍ତ ପଟ୍ଟନାୟକ କହିଛନ୍ତି । ଇସଲାମ ଓ ଖ୍ରୀଷ୍ଟିଆନ ଧର୍ମରେ ଗୋଟିଏ ବିଶ୍ଵାସ ବା ମତବାଦକୁ ଏକମାତ୍ର ସତ୍ୟ ଭାବେ ବିହିତ କରାଯାଇଛି । । କିନ୍ତୁ ହିନ୍ଦୁଧର୍ମରେ ସତ୍ୟର ସ୍ଵରୂପ ଭିନ୍ନଭିନ୍ନ ବୋଲି ସେ ତାଙ୍କର ପୁସ୍ତକ ‘ରାମାୟଣ ବନାମ ମହାଭାରତ’ର ଉନ୍ମୋଚନ ଅବସରରେ କହିଛନ୍ତି ।

ପୁସ୍ତକ ପ୍ରକାଶନ ସଂସ୍ଥା ପେନ୍ ଇନ୍ ବୁକ୍ସ ପକ୍ଷରୁ ଶୁଭ୍ରାଂଶୁ ପଣ୍ଡାଙ୍କ ଅଧ୍ୟକ୍ଷତାରେ ହୋଟେଲ କ୍ରାଉନରେ ଅନୁଷ୍ଠିତ ଏହି ଉତ୍ସବରେ ଅତିଥି ଭାବେ ବିଶିଷ୍ଟ ସାହିତ୍ୟିକ ଗୌରହରି ଦାସ ଯୋଗ ଦେଇଥିଲେ । ଶ୍ରୀ ଦାସ ପୁସ୍ତକର ସମୀକ୍ଷା କରିବା ଅବସରରେ କହିଥିଲେ ଯେ ଅନୁବାଦକର ଦାୟିତ୍ଵ ମାଆ ଯଶୋଦାଙ୍କ ଭଳି । ଅନୁବାଦକ ଲେଖକର କୃତିକୁ ଅକ୍ଷୁର୍ଣ୍ଣ ରଖେ, ଅନେକ ସ୍ଥଳରେ ଉତ୍ତରିତ କରିଥାଏ । ସେ କହିଥିଲେ ଯେ ଗ୍ରୀକ ମହାକାବ୍ୟ ଇଲିଆଡ୍ ଓ ଓଡ଼େଶୀ ତୁଳନାରେ ରାମାୟଣ ଓ ମହାଭାରତର ବିଶ୍ଵରେ ବ୍ୟାପ୍ତି ଉଦାହରଣୀୟ । ପୁସ୍ତକର ଅନୁବାଦକ କବି ତପନ କୁମାର ପଣ୍ଡାଙ୍କ ସହ ଏକ ସ୍ଵତନ୍ତ୍ର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଶ୍ରୀ ପଟ୍ଟନାୟକ ତାଙ୍କର ପୁସ୍ତକ, ଧର୍ମ, ସମାଜ ଓ ରାଜନୀତି ପ୍ରସଙ୍ଗରେ ନିଜର ମତ ବିନିମୟ କରିଥିଲେ । କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସହମହାପ୍ରବନ୍ଧକ ପବିତ୍ର ମୋହନ କର ପରିଚାଳନା କରିଥିଲେ ।

Related Posts

Leave a Reply

Your email address will not be published. Required fields are marked *