ଡମ୍ବରୁଧର ବେହେରା

ସ୍ମୃତି
ତୁମେ ସଞ୍ଜ–ସକାଳର
କଅଁଳ ଖରାର ଧୂପ,
କାକର ଟୋପାର ଦାଗ,
ଅଶାନ୍ତ ମନର
ଶାନ୍ତ ସମୁଦ୍ରର ଢେଉ ।

ସ୍ମୃତି,
ତୁମେ ଅଗରବତୀର ଧୂଆଁ,
ଅଛୁଆଁ ଆକାଶର
ଅର୍ଦ୍ଧ ଜହ୍ନର ଜ୍ୟୋତ୍ସ୍ନା ।

ସ୍ମୃତି,
ତୁମେ ମୋ ଅତୀତ ପ୍ରେମର
ପାଣ୍ଡୁଲିପି,
ଛାଡ଼ି ଯାଇଥିବା ପ୍ରତିଲିପିର
ସ୍ୱର, ଲୟ, ତାଳ—
ପୋଖରୀ ହୁଡ଼ାର ଶୈବାଳ ପରି
ନିରବ ଓ ସବୁଜ ।

ଜଗଦଳପୁର, ବସ୍ତର, ଛତିଶଗଡ଼ମୋ – ୯୪୩୭୭୮୮୪୬୪

ଲେଖକ ପରିଚୟ

ପେଶା ଶିକ୍ଷକତା, ନିଶା ସହିତ୍ୟକତା । ଓଡ଼ିଆ ଭାଷାର ଛାତ୍ର ଓ ଶିକ୍ଷକ ଜୀବନ ହିଁ ତାଙ୍କ ହାତରେ ଧରେଇ ଦିଏ କଲମ, ଲେଖାଇ ଦିଏ ଆପଣାଛାଏଁ କିଛି ସୃଜନ । ଏଯାବତ ତାଙ୍କ ଦ୍ୱାରା ପ୍ରକାଶିତ ପୁସ୍ତକ ହେଉଛି : ଆଲୋଚନା ଗୁଚ୍ଛ (ସମାଲୋଚକ ପୁସ୍ତକ) ଓ ସ୍ଵୟଂସିଦ୍ଧା (କବିତା ପୁସ୍ତକ) । ଏକାଧାରରେ ସେ ମାନବବାଦୀ, ଭାବୁକ, କବି, ଗାଳ୍ପିକ, ପ୍ରାବନ୍ଧିକ ଓ ସମାଲୋଚକ ।ହିନ୍ଦୀ, ଇଂରାଜୀ ଓ ଓଡ଼ିଆ ତିନୋଟି ଭାଷାରେ ତାଙ୍କର କଲମ ଶାଣିତ । ଅନେକ କବିତା ଜାତୀୟ ଏବଂ ଆନ୍ତର୍ଜାତୀୟ ପତ୍ରପତ୍ରିକା ତଥା ସମ୍ବାଦପତ୍ରରେ ପ୍ରକାଶିତ । ଏଥିପାଇଁ ମଧ୍ୟ ତାଙ୍କୁ ମିଳିଛି ଅନେକ ପ୍ରଶଂସା ପ୍ରଶସ୍ତି ।

Related Posts

Leave a Reply

Your email address will not be published. Required fields are marked *