ମହାପର୍ବତ ସାହିତ୍ୟ ସଂସଦ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଭୁବନେଶ୍ଵର : ବାଙ୍କୀର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ମହାପର୍ବତ ସାହିତ୍ୟ ସଂସଦର ୧୯ତମ ବାର୍ଷିକ ଉତ୍ସବ ଗତ ଶନିବାର ବାଙ୍କୀ ଡମପଡ଼ା ବ୍ଲକ ସଭାଗୃହରେ ଅନିଷ୍ଠିତ ହୋଇଯାଇଛି । ଏହି ଅବସରରେ କବିତା ପାଠୋତ୍ସବ, ସାହିତ୍ୟ ଆଲୋଚନା, ସମ୍ବର୍ଦ୍ଧନା ସଭା କରାଯିବା ସହିତ ଅନୁଷ୍ଠାନର ମୁଖପତ୍ର ‘ଶଙ୍ଖନାଦ’ ଅତିଥିମାନଙ୍କ ଦ୍ଵାରା ଲୋକାର୍ପିତ କରାଯାଇଛି । ଅନୁଷ୍ଠାନର ସଭାପତି ମମତାରାଣୀ ସାହୁ ଏଥିରେ ସଭାପତିତ୍ୱ କରିଥିଲେ । ନାଟ୍ୟକାର ବସନ୍ତ କୁମାର ସାହୁ ବିବରଣୀ ପାଠ କରିଥିଲେ । ଶିକ୍ଷକ ପ୍ରଫୁଲ୍ଲ କୁମାର ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ଭାବେ ଯୁବ ସାମାଜିକ କର୍ମୀ ଅବିନାଶ ପଟ୍ଟନାୟକ ଯୋଗ ଦେଇ ସାହିତ୍ୟ ହେଉଛି ସମାଜର ଦର୍ପଣ ବୋଲି କହିଥିଲେ ।

ସାହିତ୍ୟକୁ ଆଗେଇ ନେବାରେ ମହାପର୍ବତ ସାହିତ୍ୟ ସଂସଦର ଭୂମିକା ଅନନ୍ୟ ବୋଲି ମଧ୍ୟ କହିଥିଲେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ପଟ୍ଟନାୟକ ନିଜ ବକ୍ତବ୍ୟରେ । ସେହିପରି ମୁଖ୍ୟବକ୍ତା ଭାବରେ କବି ବିପିନ ମହାନ୍ତି, ସମ୍ମାନିତ ଅତିଥି ଭାବେ ବାଙ୍କୀ କଲେଜ ପୂର୍ବତନ ଉପାଧ୍ୟକ୍ଷ ଅଧ୍ୟାପକ ମନୋଜ କୁମାର ମହାପାତ୍ର, ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ସୁବାସ ଚନ୍ଦ୍ର ପାଢୀ ଓ ସମ୍ପର୍କ ସାହିତ୍ୟ ଅନୁଷ୍ଠାନର ସମ୍ପାଦକ କବି ରବିନାରାୟଣ ମଙ୍ଗରାଜ ଯୋଗ ଦେଇଥିଲେ ।

କବିତା ପାଠୋତ୍ସବରେ କବି ମନ୍ମଥ କୁମାର ସ୍ଵାଇଁ ଓ ନାରୀକବି ସକୁନ୍ତଳା ମଲ୍ଲିକ ସଂଯୋଜନା କରିଥିଲା ବେଳେ ସାହିତ୍ୟ ଓ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଥିବା ୨୧ ଜଣ ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କବି ସୁରେଶ ଚନ୍ଦ୍ର

Related Posts

Leave a Reply

Your email address will not be published. Required fields are marked *