ଶିଶୁ ସାହିତ୍ୟ ଲେଖକ ସମାବେଶ

ଭୁବନେଶ୍ଵର : ପରିବର୍ତ୍ତିତ ସମୟ ସହିତ ତାଳ ଦେଇ ଶିଶୁ ମନଲାଖି ସାହିତ୍ୟ ସୃଷ୍ଟି କରାଯିବାର ଆବଶ୍ୟକତା ରହିଛି । ଶିଶୁ ସାହିତ୍ୟ ଲେଖକମାନେ ଶିଶୁ ମନସ୍ତତ୍ତ୍ଵକୁ ଗୁରୁତ୍ଵ ଦେବା ଉଚିତ । ରେବା ରାୟ ଫାଉଣ୍ଡେସନ ପକ୍ଷରୁ କଟକ ଶ୍ରୀରାମଚନ୍ଦ୍ର ଭବନରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଶିଶୁ ସାହିତ୍ୟ ଲେଖକ ସବାବେଶର ରବିବାର ଉଦଯାପନୀ ହୋଇଯାଇଛି । ଉକ୍ତ ସମାରୋହରେ ଶିଶୁ ସାହିତ୍ୟିକମାନେ ଉପରୋକ୍ତ ମତ ପ୍ରକାଶ କରିଛନ୍ତି । ଶିଶୁ ସାହିତ୍ୟିକ ଓ ଗୀତିକାର ପୀତାମ୍ବର ମିଶ୍ରଙ୍କ ଅଧ୍ୟକ୍ଷତାରେ ଶିଶୁ କବିତା ପାଠ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ସୁଖ୍ୟାତ ଶିଶୁ ସାହିତ୍ୟିକ ରାଜକିଶୋର ପାଢୀ, ମୁଖ୍ୟବକ୍ତା ପ୍ରାଧ୍ୟାପକ ସଚ୍ଚିଦାନନ୍ଦ କର, ବରେଣ୍ୟ ଅତିଥି ପଣ୍ଡିତ ଚୈତନ୍ୟ କୁମାର ସାହୁ ଓ ବିଶିଷ୍ଟ ଅତିଥି ଡକ୍ଟର ବୈଜୟନ୍ତୀମାଳା ଶତପଥୀ ଯୋଗ ଦେଇ ଶିଶୁ ସାହିତ୍ୟର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ଗୀତାଞ୍ଜଳି ପୃଷ୍ଟି, ଅଧ୍ୟାପିକା ଡ. ନଳିନୀ ବେହେରା ଓ ଡ. ସରସ୍ଵତୀ ପାତ୍ର କବିତା ସଂଯୋଜନା କରିଥିଲେ ।

ସେହିପରି ଅପରାହ୍ନରେ ଅନୁଷ୍ଠାନର ଉପସଭାପତି ବ୍ରହ୍ମାନନ୍ଦ ବିଶ୍ଵାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ନାଟ୍ୟାଚାର୍ଯ୍ୟ ଶରତ ଚନ୍ଦ୍ର ଥାଟୋଇ, ମୁଖ୍ୟ ବକ୍ତା ଡ. ସୁରେନ୍ଦ୍ର ନାଥ ତ୍ରିପାଠୀ, ବରେଣ୍ୟ ଅତିଥି ବ୍ରହ୍ମାନନ୍ଦ ମହାନ୍ତି ଓ ବିଶିଷ୍ଟ ଅତିଥି ଭାବେ ମୁରଲୀଧର ଶତପଥୀ ଯୋଗ ଦେଇଥିଲେ । ଏହି ଅବସରରେ ବିଭିନ୍ନ ଜିଲ୍ଲାରୁ ଆସିଥିବା ଶିଶୁ ସାହିତ୍ୟିକମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଫାଉଣ୍ଡେସନର ସାଧାରଣ ସମ୍ପାଦକ ରାଜୀବ କୁମାର ଷଡ଼ଙ୍ଗୀ ସ୍ଵାଗତ ଭାଷଣ ଓ ତପନ କୁମାର ସ୍ଵାଇଁ ଧନ୍ୟବାଦ ଦେଇଥିଲେ । ବିଶ୍ଵାମିତ୍ର ମିଶ୍ର, ମୈତ୍ରୀଭୂଷଣ ଖୁଣ୍ଟିଆ, ଚିନ୍ମୟୀ ଆଚାର୍ଯ୍ୟ, ସସ୍ମିତା ପଟ୍ଟନାୟକ, ଚିତ୍ତରଞ୍ଜନ ପତି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Related Posts

Leave a Reply

Your email address will not be published. Required fields are marked *