ବିଶ୍ଵେଶ୍ଵର ମାଝୀ

ଅନାଦି ଅନନ୍ତ ଅଚ୍ୟୁତ ଅବ୍ୟକ୍ତ
ଅକ୍ଷର ଅପରାଶକ୍ତି
ଅବେଦ୍ୟ ଅଟଳ ଅଭେଦ୍ୟ ଅଚଳ
ଅମର ଅମରାବତୀ ।୧।

ଅଜ ଅଣାକାର ଅକୃତ ଅଶୃତ
ଅନବଦ୍ୟ ଅନ୍ନବ୍ରହ୍ମ
ଅକର୍ମା ଅସର ଅନଳ ଅନୀଳ
ଅପ୍ରାକୃତ ଅନୁପମ ।୨।

ଅଗମ୍ୟ ଅଦମ୍ୟ ଅସ୍ଥିର ଅକୃର
ଅଶରୀର ଅନାବୃତ
ଅଜେୟ ଅଭୟ ଅମୀୟ ଅକାୟ
ଅପ୍ରମେୟ ଅପ୍ରମିତ ।୩।

ଅଶୋଷ୍ୟ ଅଶେଷ ଅଭାଜ୍ୟ ଅବଶ
ଅନିର୍ବାଣ ଅବାରିତ
ଅଜ୍ଞାତ ଅଜ୍ଞେୟ ଅଧୃତ ଅବ୍ୟୟ
ଅଗ୍ର ଅଯୋନିସମ୍ଭୁତ ।୪।

ଅରୁଣ ଅମଳ ଅତନ୍ଦ୍ର ଅତୀନ୍ଦ୍ର
ଅଶରଣ ଅରାତ୍ରିକ
ଅତନୁ ଅବୈର ଅଜିତ ଅତୃଷ୍ଣ
ଅବଶ୍ୟ ଅନାଲୋଚିତ ।୫।

ଅଭୃଣ ଅନନ୍ୟ ଅରକ୍ଷରକ୍ଷଣ
ଅସୁରବଳ ଅରାତି
ଅରିଷ୍ଟ ଅନ୍ତକ ଅର୍କ ଅଭିଷିକ୍ତ
ଅହୋରାତ୍ର ଅନୁସୃତି ।୬।

ବୈକୁଣ୍ଠ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର, ମୋ: ୯୪୩୭୬୯୭୧୬୧

ଲେଖକ ପରିଚୟ

ମହାନଦୀ କୂଳରେ ଜନ୍ମ ହେବାର ସୌଭାଗ୍ୟ ପ୍ରକୃତିର ଅପରୂପ ଶୋଭା ଦେଖିବାର ଅନେକ ସୁଯୋଗ ଦେଇଛି । ପେସାରେ ବ୍ୟାଙ୍କର ହେବାର ଦାୟ ମଧ୍ୟରେ ସାହିତ୍ୟକୁ ଜାରି ରଖିଥିଲି ।  ଛନ୍ଦୋବଦ୍ଧ କବିତା କିଛି ଆମ ମାଟିର, ସଂସ୍କୃତିର ତଥା ଐତିହ୍ୟର ଜୟଗାନ ସହ ଅସ୍ମିତା ସ୍ମରଣ କରିବା ଲକ୍ଷରେ ଲେଖନୀ ଚାଳନା କରେ ।

Related Posts

Leave a Reply

Your email address will not be published. Required fields are marked *