ଡମ୍ବରୁଧର ବେହେରା

ସବୁ ରାତିର ସକାଳ ଅଛି
ଅଛି ସବୁ ରାତିର ତାତି ।
ସବୁ ଦୁଃଖର ଅନ୍ତର ଅଛି
ଅଛି ସବୁ ଛାତିର ଭିତ୍ତି ।
ସବୁ ସୁଖର ଖାତିରି ଅଛି
ଅଛି ସବୁ ଭିତର ରୀତି ।
ସବୁ ମନ୍ଦିରେ ଦେବତା ଅଛି
ଅଛି ସବୁ ଦେଉଳ ନୀତି ।
ସବୁ ଜାଗାରେ ଦୁର୍ନୀତି ଅଛି
ଅଛି ସବୁ ଛଳନା କୀର୍ତ୍ତି ।
ସବୁ ନୀରବରେ ଚିତ୍କାର ଅଛି
ଅଛି ସବୁ ଶବ୍ଦର ଭୀତି ।
ସବୁ ଭଙ୍ଗାରେ ଗଢ଼ିବା ଅଛି
ଅଛି ସବୁ ହାରର ଜିତ ।
ସବୁ ଆଖିରେ ସ୍ୱପ୍ନ ଅଛି
ଅଛି ସବୁ ସ୍ୱପ୍ନର ରୀତି ।
ସବୁ ପଥରେ ପରୀକ୍ଷା ଅଛି
ଅଛି ସବୁ ଚାଲିବା ନୀତି ।
ସବୁ ମଧ୍ୟରେ ମଣିଷ ଅଛି
ଅଛି ସବୁ ମଣିଷର ଜିତ ।
ଜଗଦଳପୁର, ବସ୍ତର, ଛତିଶଗଡ଼, ମୋ – ୯୪୩୭୭୮୮୪୬୪
ଲେଖକ ପରିଚୟ
ପେଶା ଶିକ୍ଷକତା, ନିଶା ସହିତ୍ୟକତା । ଓଡ଼ିଆ ଭାଷାର ଛାତ୍ର ଓ ଶିକ୍ଷକ ଜୀବନ ହିଁ ତାଙ୍କ ହାତରେ ଧରେଇ ଦିଏ କଲମ, ଲେଖାଇ ଦିଏ ଆପଣାଛାଏଁ କିଛି ସୃଜନ । ଏଯାବତ ତାଙ୍କ ଦ୍ୱାରା ପ୍ରକାଶିତ ପୁସ୍ତକ ହେଉଛି : ଆଲୋଚନା ଗୁଚ୍ଛ (ସମାଲୋଚକ ପୁସ୍ତକ) ଓ ସ୍ଵୟଂସିଦ୍ଧା (କବିତା ପୁସ୍ତକ) । ଏକାଧାରରେ ସେ ମାନବବାଦୀ, ଭାବୁକ, କବି, ଗାଳ୍ପିକ, ପ୍ରାବନ୍ଧିକ ଓ ସମାଲୋଚକ ।ହିନ୍ଦୀ, ଇଂରାଜୀ ଓ ଓଡ଼ିଆ ତିନୋଟି ଭାଷାରେ ତାଙ୍କର କଲମ ଶାଣିତ । ଅନେକ କବିତା ଜାତୀୟ ଏବଂ ଆନ୍ତର୍ଜାତୀୟ ପତ୍ରପତ୍ରିକା ତଥା ସମ୍ବାଦପତ୍ରରେ ପ୍ରକାଶିତ । ଏଥିପାଇଁ ମଧ୍ୟ ତାଙ୍କୁ ମିଳିଛି ଅନେକ ପ୍ରଶଂସା ପ୍ରଶସ୍ତି ।
