‘ଅ’ ଓଡ଼ିଶା ସାହିତ୍ୟ ମହୋତ୍ସବ

ଭୁବନେଶ୍ୱର : ସମସ୍ତ ପ୍ରକାର ରାଜନୈତିକ କ୍ୟାରିୟର ହେଉଛି ଜନସେବା । ବିରୋଧୀ ଦଳ ନେତା ଭାବେ ଲୋକଙ୍କ ସେବା ଜାରି ରଖିବି । ଦ ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସ ପକ୍ଷରୁ ଆୟୋଜିତ ୧୨ତମ ‘ଅ ଓଡ଼ିଶା ସାହିତ୍ୟ ମହୋତ୍ସବ’ରେ ଯୋଗ ଦେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏହା ପ୍ରକାଶ କରିଛନ୍ତି ।

ଦ ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସର ସମ୍ପାଦକୀୟ ନିର୍ଦ୍ଦେଶକ ପ୍ରଭୁ ଚାୱଲାଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ପଟ୍ଟନାୟକ କହିଥିଲେ ଯେ, ବିରୋଧୀ ଏବଂ ଗଠନମୂଳକ ବିରୋଧୀ ମଧ୍ୟରେ ପାର୍ଥକ୍ୟ ରହିଛି । ୧୦୦ ଦିନର ବିଜେପି ସରକାର ସମ୍ପର୍କରେ ମତ ରଖି ସେ କହିଛନ୍ତି, ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡ଼ିଛି । ପୁରୀରେ ରାଜ୍ୟପାଳଙ୍କ ପୁଅ ଜଣେ ସରକାରୀ କର୍ମଚାରୀଙ୍କୁ ମାଡ଼ ମାରିଲେ, ତାହା ନିନ୍ଦନୀୟ । ଭରତପୁର ଥାନାରେ ଯେଉଁ ଘଟଣା ଘଟିଛି, ତାହା ରାଜ୍ୟର ଆଇନ ଶୃଙ୍ଖଳା ସ୍ଥିତିକୁ ପଦାରେ ପକାଇଛି । ସରକାରକୁ ଏବେଠୁ କୌଣସି ମାର୍କ ଦେବା ଠିକ ହେବ ନାହିଁ । କିଛିଦିନ ପରେ ଆକଳନ କରିବା ଠିକ ହେବ । ଏକ ଦେଶ, ଏକ ନିର୍ବାଚନ ପ୍ରସଙ୍ଗରେ ସେ କହିଥିଲେ, ଏ ସମ୍ପର୍କରେ କୌଣସି ମନ୍ତବ୍ୟ ରଖିବା ଆଗରୁ ବିସ୍ତୃତ ଭାବେ ତର୍ଜମା କରିବା ଆବଶ୍ୟକ । ଏହି ପରିପ୍ରେକ୍ଷୀରେ ଶ୍ରୀ ପଟ୍ଟନାୟକ ତାଙ୍କ ଅଭିଭାଷଣରେ କହିଥିଲେ ଯେ ସାହିତ୍ୟ ଏକ ସକାରତ୍ମକ ପରିବେଶ ସୃଷ୍ଟି କରେ ଏବଂ ସମାଜ ସହିତ ଆମର ସମ୍ପର୍କକୁ ସୁଦୃଢ କରେ । ସାର୍ବଜନୀନ ଜୀବନରେ ଥିବା ବ୍ୟକ୍ତିଙ୍କ ପାଇଁ ସାହିତ୍ୟ ହେଉଛି ଆଲୋକବର୍ତ୍ତିକା ।

Related Posts

Leave a Reply

Your email address will not be published. Required fields are marked *